ଚଣ୍ଡିଗଡ: ଆସନ୍ତାବର୍ଷ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ। ଏନେଇ ସମୟ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ ଶାସକ-ବିରୋଧି ପକ୍ଷ ମଧ୍ୟରେ ଆରମ୍ଭ ହୋଇଯାଇଛି ବାକଯୁଦ୍ଧ। ଯାହାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।


COMMERCIAL BREAK
SCROLL TO CONTINUE READING

ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Elelction 2022) ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତିରେ (Punjab Politics) ଚର୍ଚ୍ଚାର ପରିସର ମଧ୍ୟରେ ରହିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ (Captain Amarinder Singh)। ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) ପଦ ଛାଡିବା ପରେ ସେ ଏକ ଭିନ୍ନ ରାଜନୈତିକ ପଥରେ ଚାଲିବା ଆରମ୍ଭ କରିଛନ୍ତି। ଦଳ ଛାଡିବା ନେଇ ଘୋଷଣା କରିବା ପରେ କଂଗ୍ରେସ ନେତାଙ୍କ ପକ୍ଷରୁ ଆସୁଥିବା ପ୍ରଶ୍ନବାଣରେ ବିରକ୍ତ ହୋଇଉଠିଥିବା କ୍ୟାପ୍ଟେନ ପଞ୍ଜାବ କଂଗ୍ରେସ ପ୍ରଭାରୀ (Punjab Congress In Charge) ହରିଶ ରାୱତଙ୍କୁ (Harish Rawat) ଜବାବ ନେଇଛନ୍ତି। 


ଧର୍ମନିରପେକ୍ଷତା (Secularism) ପ୍ରସଙ୍ଗରେ କଥାବାର୍ତ୍ତା ତାଙ୍କୁ କିଛି ନକହିବାକୁ ପଞ୍ଜାବ କଂଗ୍ରେସ ପ୍ରଭାରୀଙ୍କୁ ପରାମର୍ଶ ଦେଇଛନ୍ତି କ୍ୟାପ୍ଟେନ। ଏନେଇ ସେ କହିଛନ୍ତି ହରିଶ ରାୱତ ଧର୍ମନିରପେକ୍ଷତା ଉପରେ କହିବା ବନ୍ଦ କରିବା ଉଚିତ୍। ନାନା ପାଟୋଲ, ରେଭନାଥ ରେଡ୍ଡୀ, ପ୍ରଗଟ ସିଂହଙ୍କ ଭଳି କଂଗ୍ରେସ ନେତାଙ୍କ ନାଁ ନେଇ ଦଳ ତଥା ଧର୍ମନିରପେକ୍ଷତା ପ୍ରତି ତାଙ୍କର ପ୍ରତିବଦ୍ଧତା ତଥା ଧର୍ମନିରପେକ୍ଷତା ଉପରେ ପ୍ରଶ୍ନ କରିଥିଲେ। ସେ ମଧ୍ୟ କହିଛନ୍ତି ଯେ ଆରଏସଏସ ତଥା ଅକାଲୀ ଦଳରୁ ଆସିଥିବା ନେତାଙ୍କ ବିଷୟରେ କଂଗ୍ରେସ କ’ଣ ଭାବୁଛି ବୋଲି ପ୍ରଶ୍ନ କରିଛନ୍ତି। 


Also Read: Amarinder Singh: ଦଳ ଗଠନ ଓ ନିର୍ବାଚନୀ ମେଣ୍ଟକୁ ନେଇ ଆସିଲା ପ୍ରତିକ୍ରିୟା


ଏହି ପ୍ରସଙ୍ଗରେ ମତ ରଖି ହରିଶ ରାୱତ କହିଥିଲେ ଦଳୀୟ ବିଧାୟକ ପୂର୍ବରୁ କହିଛନ୍ତି ଅମରିନ୍ଦର ସିଂହ ବିଜେପି ଏବଂ ଅକାଳୀ ଦଳ ସହ ମିଶିଛନ୍ତି। ବର୍ତ୍ତମାନ ଏହା ପ୍ରମାଣିତ ହୋଇଛି। ସେ କଂଗ୍ରେସ ଭୋଟ୍ ବିଭାଜନ କରି ବିଜେପି ଲାଗି ଫାଇଦା ପହଞ୍ଚାଇବେ। ହେଲେ ପଞ୍ଜାବବାସୀ ସବୁକିଛି ବୁଝିଛନ୍ତି। ଯଦି ସେ ବିଜେପି ସହ ଯିବାକୁ ଚାହାଁନ୍ତି ତାହେଲେ ସେ ଏହା କରିପାରିବେ। ଯଦି ସେ ଧର୍ମନିରପେକ୍ଷତା ପ୍ରତି ତାଙ୍କର ପୁରୁଣା ପ୍ରତିବଦ୍ଧତାକୁ ପାଳନ କରିପାରନ୍ତି ନାହିଁ ତାହେଲେ ତାଙ୍କୁ କିଏ ଅଟକାଇ ପାରିବ? ତାଙ୍କୁ ସର୍ବଧର୍ମ ସମ୍ଭବ ପ୍ରତୀକ ଭାବେ ବିବେଚନା କରାଯାଉଥିଲା। ଯାହା କଂଗ୍ରେସ ପରମ୍ପରା ସହିତ ଜଡିତ ଥିଲା।


କ୍ୟାପ୍ଟେନଙ୍କ ନୂଆ ଦଳ ଗଢିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପଞ୍ଜାବ କଂଗ୍ରେସ ପ୍ରଭାରୀ କହିଛନ୍ତି ଏହାର ପ୍ରଭାବ ଦଳ ଉପରେ ପଡି଼ବ ନାହିଁ। ଦଳରୁ କ୍ୟାପ୍ଟେନ ଚାଲିଯିବା ପରେ କଂଗ୍ରେସ କୌଣସି ପ୍ରକାରର କ୍ଷତି ସହିବ ନାହିଁ। ଏହା ଦ୍ୱାରା  କଂଗ୍ରେସ ବିରୋଧି ଭାଗ ଭାଗ ହୋଇଯିବେ। ଏହାର କୌଣସି ପ୍ରଭାବ କଂଗ୍ରେସ ଉପରେ ପଡ଼ିବ ନାହିଁ। ଚୀନ୍ନି ସରକାର ଯେଉଁଭଳି ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ତାହା ପଞ୍ଜାବ ତଥା ସମଗ୍ର ଦେଶରେ ଭଲ ପ୍ରଭାବ ପକାଇଛି। ଦଳକୁ ଆଗାମୀ ନିର୍ବାଚନରେ କେତେ ଭୋଟ୍ ମିଳିବ ତାହା ନୂଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟ ଆଧାରରେ ନିର୍ଭର କରିବ।


Also Read: ଧର୍ମନିରପେକ୍ଷତା ପ୍ରସଙ୍ଗରେ Harish Rawat ଙ୍କୁ ଜବାବ ଦେଲେ Amarinder Singh


ପଞ୍ଜାବ କଂଗ୍ରେସ ପ୍ରଭାରୀ ଦାୟିତ୍ୱରୁ ତାଙ୍କୁ ମୁକ୍ତ କରିବା ପାଇଁ ଦଳୀୟ ନେତୃତ୍ୱକୁ ଅନୁରୋଧ କରିଛନ୍ତି ହରିଶ ରାୱତ। ଯାହାଫଳରେ ସେ କିଛି ମାସ ପରେ ତାଙ୍କ ନିଜ ରାଜ୍ୟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସମୟ ଦେଇପାରିବେ। ବୁଧବାର ରାହୁଲ ଗାନ୍ଧୀକୁ ଭେଟି ସେ ତାଙ୍କର ଇଚ୍ଛା ଜଣାଇଛନ୍ତି। ଗୋଟିଏ ପଟେ ଜନ୍ମଭୂମି ପାଇଁ ମୋର କର୍ତ୍ତବ୍ୟ ଏବଂ ଅନ୍ୟପଟେ କର୍ମଭୂମି ପଞ୍ଜାବ ପାଇଁ ମୋର ସେବା ଅଛି। ପରିସ୍ଥିତି ଜଟିଳ ହେବାରେ ଲାଗିଛି, କାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ ସ୍ଥାନରେ ପୂର୍ଣ୍ଣ ସମୟ ଦେବାକୁ ପଡ଼ିବ। ମୋତେ ଜନ୍ମଭୂମି ସହ କର୍ମଭୂମିକୁ ମଧ୍ୟ ନ୍ୟାୟ ଦେବାକୁ ହେବ। କ୍ରମାଗତ ଆଶୀର୍ବାଦ ଏବଂ ନୈତିକ ସମର୍ଥନ ପାଇଁ ମୁଁ ପଞ୍ଜାବ କଂଗ୍ରେସ ଏବଂ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି। ଗୁରୁ ନାନକ ଦେବ ଜୀ ଏବଂ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଦେଶ ପ୍ରତି ମୋର ଗଭୀର ଭାବପ୍ରବଣତା ରହିଛି। ମୁଁ ଦଳୀୟ ନେତୃତ୍ୱ ଉଦ୍ଦେଶ୍ୟରେ ପ୍ରାର୍ଥନା କରିବାକୁ ନିଷ୍ପତ୍ତି ନେଇଛି ଯେ ଆସନ୍ତା କିଛି ମାସ ପାଇଁ ମୁଁ ମୋ ରାଜ୍ୟ ଉତ୍ତରଖଣ୍ଡ ପାଇଁ ସମ୍ପୂର୍ଣ୍ଣ ସମୟ ଦେଇପାରିବି। ମୁଁ ସେହି ଦାୟିତ୍ୱରୁ ମୁକ୍ତି ପାଇବା ଆବଶ୍ୟକ ଯାହା ପଞ୍ଜାବରେ ମୋର ବର୍ତ୍ତମାନର କର୍ତ୍ତବ୍ୟ।