Rift in Chhattisgarh Congress: ଛତିଶଗଡରେ କ୍ଷମତାସୀନ କଂଗ୍ରେସ ସରକାରରେ ପୁଣି ଦେଖିବାକୁ ମିଳିଛି ଫାଟ। ଗତ ଶନିବାର (୧୬ ଜୁଲାଇ) ଛତିଶଗଡ ସରକାରଙ୍କ ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟମ ବିଭାଗ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଟି.ଏସ ସିଂହଦେଓ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ ଇସ୍ତଫା ଗ୍ରହଣ କରିନାହାଁନ୍ତି। ଗଣମାଧ୍ୟମରୁ ତାଙ୍କୁ ମନ୍ତ୍ରୀ ସିଂହଦେଓଙ୍କ ଇସ୍ତଫା ଦେବା ନିଷ୍ପତ୍ତି ବାବଦରେ ଖବର ମିଳିଛି।


COMMERCIAL BREAK
SCROLL TO CONTINUE READING

ଛତିଶଗଡ ରାଜନୀତିରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ମନ୍ତ୍ରୀ ଟି.ଏସ ସିଂହଦେଓଙ୍କ ମଧ୍ୟରେ ଚାଲିଥିବା ବିବାଦ ଅନେକ ସମୟରେ ସାମ୍ନାକୁ ଆସିସାରିଛି। ମନ୍ତ୍ରୀ ସିଂହଦେଓ ପଞ୍ଚାୟତିରାଜ ଏହଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି। ହେଲେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଚିକିତ୍ସା ଶିକ୍ଷା ଏବଂ ଜିଏସଟି ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।


ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ଏହି ଘଟଣାକ୍ରମ ଉପରେ ପ୍ରତିକ୍ରିୟା ରଖି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ ଇସ୍ତଫା ବାବଦରେ ତାଙ୍କୁ ଗଣମାଧ୍ୟମରୁ ଖବର ମିଳିଛି। ମୋତେ ମନ୍ତ୍ରୀଙ୍କ ଇସ୍ତଫା ମିଳିବା ପରେ ମୁଁ ଏହି ମାମଲାରେ କୌଣସି ବିଚାର କରିବି। ମୁଁ ତାଙ୍କ ସହ କଥା ହୋଇ ନାହିଁ। ଗତକାଲି ରାତିରେ ମୁଁ ଫୋନ ଯୋଗେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି ହେଲେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା।


ରବିବାର (ଜୁଲାଇ ୧୭) ସନ୍ଧ୍ୟାରେ ନିଜର ସରକାରୀ ବାସଭବନରେ ବିଧାୟକ ଦଳ ବୈଠକ ଡାକିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ଏହି ବୈଠକରେ ଜୁଲାଇ ୧୮ ତାରିଖରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ଏବଂ ଜୁଲାଇ ୨୦ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେଶନ ବାବଦରେ ଚର୍ଚ୍ଚା କରାଯିବ। ରାଜ୍ୟର ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟମ ବିଭାଗ ମନ୍ତ୍ରୀ ପଦରୁ ଟି.ଏସ ସିଂହଦେଓ ଇସ୍ତଫା ଦେବା ପରେ ଏହି ବୈଠକରେ ରାଜ୍ୟର ରାଜନୈତିକ ପରିସ୍ଥିତି ବାବଦରେ ଆଲୋଚନା କରାଯିବ। 


ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ଟି.ଏସ ସିଂହଦେଓ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ବାସହୀନଙ୍କ ପାଇଁ ଗୋଟିଏ ହେଲେ ଗୃହ ନିର୍ମାଣ ହୋଇନାହିଁ। ବାରମ୍ବାର ଅନୁରୋଧ ସତ୍ତ୍ୱେ ଏନେଇ ଅର୍ଥ ଆବଣ୍ଟନ କରାଯାଇ ନାହିଁ।


Also Read: ଗାଦି ହରାଇବେକି Chhattisgarh CM? ଦଳୀୟ ସଙ୍ଗଠନରେ କରାଗଲା ପରିବର୍ତ୍ତନ