ଗାଦି ହରାଇବେକି Chhattisgarh CM? ଦଳୀୟ ସଙ୍ଗଠନରେ କରାଗଲା ପରିବର୍ତ୍ତନ
Advertisement
Article Detail0/zeeodisha/odisha999134

ଗାଦି ହରାଇବେକି Chhattisgarh CM? ଦଳୀୟ ସଙ୍ଗଠନରେ କରାଗଲା ପରିବର୍ତ୍ତନ

ଗତ ୨୦୧୮ ବର୍ଷରେ ଅନୁଷ୍ଠିତ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ ରାଜ୍ୟରେ ପ୍ରଥମ ଥର ଲାଗି ସରକାର ଗଠନ ପାଇଁ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା କଂଗ୍ରେସ। 

ଗାଦି ହରାଇବେକି Chhattisgarh CM? ଦଳୀୟ ସଙ୍ଗଠନରେ କରାଗଲା ପରିବର୍ତ୍ତନ

ରାୟପୁର: ମୁଖ୍ୟମନ୍ତ୍ରୀ ଗାଦି ହାତେଇବାକୁ ନେଇ କଂଗ୍ରେସ ଶାସିତ ଛତିଶଗଡ଼ରେ ଜାରି ରହିଛି କଳହ। ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ଗାଦିକୁ ଅଢେଇ ବର୍ଷ ଲେଖାଁଏ ଦଳର ଦୁଇ ନେତାଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ତଥାପି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ଥମିବାର ନାଁ ଧରୁନାହିଁ।  

ଗତ ୨୦୧୮ ବର୍ଷରେ ଅନୁଷ୍ଠିତ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନରେ (Chhattisgarh Assembly Elelction 2018) ବାଜିମାତ କରିବା ସହ ରାଜ୍ୟରେ ପ୍ରଥମ ଥର ଲାଗି ସରକାର ଗଠନ ପାଇଁ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା କଂଗ୍ରେସ। ଏହି ନିର୍ବାଚନରେ ଦଳ ରାଜ୍ୟର ମୋଟ ୯୦ ଆସନରୁ ୬୭ ଆସନରେ ବିଜୟୀ ହୋଇଥିଲା। ହେଲେ ମୁ୍ଖ୍ୟମନ୍ତ୍ରୀ ଦୌଡରେ ସାମିଲ ହୋଇଥିଲେ ଦଳର ୪ ନେତା। ସେମାନେ ହେଉଛନ୍ତି ଭୂପେଶ ବଘେଲ (Bhupesh Baghel), ଟିଏସ ସିଂହଦେଓ (T.S Singh Deo), ତାମ୍ରଧ୍ୱଜ ସାହୁ (Tamradhwaj Sahu), ଚରଣଦାସ ମହନ୍ତ (Charan Das Mahant)। 

Also Read: ଦଳୀୟ ନେତାଙ୍କ ଦାବି ମାନିଲେ Congress High Command,ଖୁବଶୀଘ୍ର ହେବ CWC ବୈଠକ

ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ପାଇଁ ଭୂପେଶ ବଘେଲ ଏବଂ ଟିଏସ ସିଂହଦେଓଙ୍କୁ  ଚୟନ କରିଥିଲେ କଂଗ୍ରେସ ହାଇକମାଣ୍ଡ। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ପଦକୁ ଏହି ଦୁଇ ନେତାଙ୍କ ମଧ୍ୟରେ ଅଢେଇ ବର୍ଷ ଲେଖାଁଏ ବାଣ୍ଟିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁସାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବଘେଲଙ୍କ ଅବଧି ଶେଷ ହୋଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦ ହାତେଇବା ଲାଗି ଆଶାବାଦୀ ଅଛନ୍ତି ତାଙ୍କ କ୍ୟାବିନେଟ ସହଯୋଗୀ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସିଂହଦେଓ। 

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳର ଏହି ଦୁଇ ନେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଏହା ମଧ୍ୟରେ ଦଳର ପ୍ରାୟ ୩୦ ବିଧାୟକ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିବା ଲାଗି ଦିଲ୍ଲୀ ଠାରେ ଡେରା ପକାଇଛନ୍ତି। ବିଧାୟକଙ୍କ ସହ କୌଣସି ପ୍ରକାର ଆଲୋଚନା କରିବାକୁ ମନା କରିଦେଇଛନ୍ତି ଦଳୀୟ ହାଇକମାଣ୍ଡ। 

Also Read: Congress Crisis: ପୁଣି ଗର୍ଜିଉଠିଲେ G-23 ନେତା, ଦଳର ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ

ଅନ୍ୟପଟେ ସରକାରର ନେତୃତ୍ୱ କିଏ ନେବ ସେ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ଦଳୀୟ ସଙ୍ଗଠନରେ କରାଯାଇଛି ପରିବର୍ତ୍ତନ। ଛତିଶଗଡ କଂଗ୍ରେସ (Chhattisgarh Congress) କମିଟିରେ ପିଆର ଖୁଣ୍ଟେ, ଅମ୍ବିକା ମରକାମ, ଅରୁଣ ସିଂଘାନିଆ, ବାଣୀ ରାୱଙ୍କୁ ଉପାଧ୍ୟକ୍ଷ ଏବଂ ଅମରଜିତ ଚାୱଲା, ବାସୁଦେବ, ସୁମିତ୍ରା ଧୁତଲହରଙ୍କୁ ମହାସଚିବ ଭାବେ ନିଯୁକ୍ତ କରାଯାଇଛି। 

ରାଜ୍ୟରେ ସାମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଏପରି କୌଣସି ସମ୍ଭବନା ନାହିଁ। ଆମେ ଛତିଶଗଡକୁ କୌଣସି ପରିସ୍ଥିତିରେ ପଞ୍ଜାବ ହେବାକୁ ଦେବୁ ନାହିଁ। ଗଣମାଧ୍ୟମ ଏହି ପ୍ରସଙ୍ଗକୁ ଅତିରଞ୍ଜିତ କରି ପ୍ରଦର୍ଶିତ କରୁଛି। 

Also Read: Congress: ଦଳରେ ଲାଗିରହିଛି ଛକାପଞ୍ଝା, ବଢୁଛି ଦଳୀୟ ନେତାଙ୍କ ଅସନ୍ତୋଷ

ଦଳୀୟ ବିଧାୟକଙ୍କ ଦିଲ୍ଲୀ ଯାତ୍ରା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି କହିଛନ୍ତି ସେମାନେ ସ୍ୱାଧିନ। ଦିଲ୍ଲୀ ପରିଦର୍ଶନ କରି ସେମାନେ ରାଜ୍ୟକୁ ଫେରିବେ। ଅନ୍ୟପଟେ ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Election 2022) ପାଇଁ ତାଙ୍କୁ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ (Congress Observer) ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ତାଙ୍କୁ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଆସାମ ବିଧାନସଭା ନିର୍ବାଚନ (Assam Assembly Election 2021) ଦାୟିତ୍ୱ ଦିଆଯାଇଥିଲା।