ଭୁବନେଶ୍ବର(ରାଜେଶ ସାମନ୍ତରାୟ) : ମୟୁରଭଂଜ (Mayurbhanja) ଏବେ ଓଡିଶାର ନୂଆ ରାଜନୈତିକ ଋଣଭୂମୀ (Political War)। ଏହି ଋଣଭୂମୀ ପଶାପାଲିରେ ନିଜ ଭାଗ୍ୟ ଚମକାଇବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି ଭାରତୀୟ ଜନତା ପାର୍ଟି (BJP), ଜାତୀୟ କଂଗ୍ରେସ (Congress)। ଏହି ଦୁଇ ଦଳର ଆକ୍ରମଣାତ୍ମକ ଋଣନୀତି ଦେଖି ଆଜିଠୁ ଭଞ୍ଜ ମାଟିରେ (Mayurbhanja) ନିଜର ନିର୍ବାଚନୀ ଉଦଘାଟନ ପର୍ବ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାରଣ ଏହି ଭଞ୍ଜ ମାଟି ଏବେ ଦେଶରେ ସୁନାମ ଆଣି ଦେଇଛି। ଏହି ମାଟିରୁ ଦେଶର ପ୍ରଥମ ନାଗରିକ ହୋଇ ପାରିଛନ୍ତି ମହାମହିମ ରାଷ୍ଟ୍ରପତି (President) ଦ୍ରୌପଦୀ ମୁର୍ମୁ (Droupadi Murmu)। ତା ସହ କେନ୍ଦ୍ର ଜନଜାତି ବ୍ୟାପର ଓ ଜଳଶକ୍ତି ବିଭାଗ ବିଶେଶ୍ବର ଟୁଡୁ (Bisweswar Tudu) ବି ଜିଲ୍ଲାକୁ ଦେଶରେ ପ୍ରତିନିଧିତ୍ବ କରୁଛନ୍ତି । ତେଣୁ ଏବେ ଫୋକସରେ ମୟୁରଭଂଜ (Mayurbhanja) । 


COMMERCIAL BREAK
SCROLL TO CONTINUE READING

ସେହିପରି ଏହି ଜିଲ୍ଲାର 9ଟି ବିଧାନ ସଭା ମଂଡଳୀ ମଧ୍ୟରୁ ବିଜେପି ଖାତାରେ ଅଛି 6 । ମାନେ 6ଟି ବିଧାୟକ ହେଉଛନ୍ତି ଭାରତୀୟ ଜନତା ପାର୍ଟିର । ଏହି ସବୁ ଦୃଷ୍ଟିରୁ ବିଜେପି ନିଜ 2024 ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଭଂଜ ମାଟିକୁ ମଂଗ କରିବ । ସେହିପରି ଓଡିଶା କଂଗ୍ରେସର ନବ ନିର୍ବାଚିତ ସଭାପତି ଶରତ ପଟ୍ଟନାୟକ ବି ନିଜ ପ୍ରଚାର ଏହି ମାଟିରୁ ଆରମ୍ଭ କରି ଦେଇଛନ୍ତି । ଦୁଇ ରାଜନୈତିକ ଦଳର ଏପରି ଗସ୍ତ, ପ୍ରଚାର ଫୋକସ ପରେ ରାଜ୍ୟର ଏକ ନଂବର ଦଳ ବିଜେଡି ନିଜର ଋଣନୀତି ବି ମଂୟୁରଭଂଜ ପ୍ରତି ମୁହାଁଇଛି । ଖାସ୍ ସେଇଥି ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୟୁରଭଂଜ ଜିଲ୍ଲା ଗସ୍ତ କରି ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି ।


ରାଜନୀତି ସମୀକ୍ଷକଙ୍କ ମତରେ ମୟୂରଭଞ୍ଜ ଏବେ ଦେଶରେ ଏକ ଚର୍ଚ୍ଚିତ ଜିଲ୍ଲା। କାରଣ ଯେବେ ଠାରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଛନ୍ତି, ମୟୂରଭଞ୍ଜ ଜିଲ୍ଲା ଜାତୀୟ ଗଣମାଧ୍ୟ ଓ ରାଜନୀତିରେ ସ୍ବତନ୍ତ୍ର ସ୍ଥାନ ପାଇଛି । ଗୋଟିଏ ରାଷ୍ଟ୍ରପତି, ଗୋଟିଏ କେନ୍ଦ୍ର ମନ୍ତ୍ରୀ ଓ 6 ଟି ବିଜେପି ବିଧାୟକ ଦେଇଥିବା ଜିଲ୍ଲା ବିଜେପିର ଗଡ ପାଲଟିଛି । ଏହି ଗଡ ଭାଙ୍ଗିବା ପାଇଁ ଏବେ ବିଜୁ ଜନତା ଦଳ ଗୋଟି ଚାଳନା ଆରମ୍ଭ କରିଛି । 


ସେଇଥି ପାଇଁ ଉଦଘାଟନ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜର କଳା ଓ ସଂସ୍କୃତିକୁ ଖୁବ୍ ଉଚ୍ଚ ପ୍ରଶଂସା କରିଛନ୍ତି । ତା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ଭାରତରେ ମୟୁରଭଞ୍ଜର ଏକ ସ୍ବତନ୍ତ୍ର ପରିଚୟ ରହିଛି । ମୟୁରଭଞ୍ଜର ଜନଜାତି ଭାଇଭଉଣୀ ମାନଙ୍କର ଏକ ସମୃଦ୍ଧ ପରମ୍ପରା ରହିଛି । ସେ ଗୌରବକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଜୀ ଆହୁରି ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । ତାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ସେ କହିଛନ୍ତି । 


କେବଳ ସେତିକି ନୁହେଁ ନିଜେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟି ନିଜକୁ ସୁଭଦ୍ରା ଓ ନବୀନଙ୍କୁ ଜଗନ୍ନାଥ କହି, ତାଙ୍କ ବ୍ୟକ୍ତିତ୍ବକୁ ରାଜନୈତିକ ଦୃଷ୍ଟି କୋଣରୁ ଆହୁରି ସଶକ୍ତ କରି ଦେଇଛନ୍ତି । ଯାହାର ଭରପୁର ଫାଇଦା ନେବାକୁ ବିଜେଡି ଅସ୍ତ୍ର କରିଛି। କାରଣ ମୟୁରଭଂଜ ଜିଲ୍ଲା ବିଜେଡି ହାତରୁ ଖସି ଯାଇଛି । ୯ଟି ବିଧାନ ସଭା ମଣ୍ଡଳ ଥିବା ଏହି ଜିଲ୍ଲାରେ ୬ଟି ସିଟ୍ ବିଜେପି ହାତରେ । ଏହି ଦୁର୍ଗକୁ କିପରି ଭାଙ୍ଗି ସେଠାରେ ବିଜେଡି ଧସେଇ ପଶିବ ସେଥି ପାଇଁ ପ୍ରୟାସ ଆରମ୍ଭ କରି ଦେଇଛି ବିଜେଡି।


୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ଦେଢ ବର୍ଷ ଥିବା ବେଳେ ଏବେ ଠୁ ଉଦଘାଟନୀ ପର୍ବ ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ଶୁକ୍ରବାର ଲୋକାର୍ପିତ ଦୁଇଟି ପ୍ରକଳ୍ପ ମଧ୍ୟରୁ ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୧୭,୧୨୧ ହେକ୍ଟର ଅତିରିକ୍ତ ଚାଷ ଜମି ପାଇଁ ଜଳସେଚନର ସୁବିଧା ମିଳିବ। ଏହାଦ୍ବାରା ଉଭୟ ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ। ଏଥି ପାଇଁ ୬୮୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ସୁବର୍ଣ୍ଣରେଖା ରାଜ୍ୟ ସରକାରଙ୍କ ଏକ ବୃହତ ଜଳସେଚନ ପ୍ରକଳ୍ପ। ଏହାଦ୍ବାରା ସମୁଦାୟ ୭୦ ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରଖାଯାଇଛି। 
ବର୍ତ୍ତମାନ ସୁଦ୍ଧା ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ସୁବିଧା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଅକୁଣ୍ଠ ସ୍ବରରେ କହିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ବିଜେଡିର ଫୋକସ୍ ମୟୁରଭଂଜ । 
ସେପଟେ ବିଜେପି 6ଟି ବିଧାୟକ, ଗୋଟିଏ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରପତି ଗୋଟିଏ ଜିଲ୍ଲାରୁ ବାହାରିବା ପରେ ଏହି ଜିଲ୍ଲାରୁ ନିଜ ବିଜୟ ଯାତ୍ରା ଆରମ୍ଭ କରିବା ପାଇଁ ଯୋଜନା କରି ଦେଇଛି । ପ୍ରତି କଥାରେ ଆଉ ପ୍ରସଂଗରେ ଜନଜାତି ମାଟିର ଉଦାହରଣ ଦିଆଯାଉଛି । ଆଉ ଭଂଜମାଟିକୁ ଉର୍ବର ମାଟି ବୋଲି ପ୍ରତିପାଦିତ କରାଯାଉଛି । ରାଜ୍ୟ ବିଜେପି କର୍ମୀ ଓ ନେତା ବି ଜିଲ୍ଲାକୁ ନେଇ ଖୁସି ଅଛନ୍ତି ।


ସେହିପରି କଂଗ୍ରେସର ନୂଆ ମଂଗୁଆଳ ଶରତ ପଟ୍ଟନାୟକ ବି ଗତ ମାସ ୨୭ ତାରିଖରେ ନିଜର ସଭା ବାରିପଦାରେ କରିଥିଲେ ଏବଂ ପ୍ରଚାର ବିଗୁଲ ଫୁଙ୍କି ଥିଲେ । ଶରତ କହିଥିଲେ ଓଡିଶା ପ୍ରଦେଶ କଂଗ୍ରେସର ବିଜୟ ଓ ବିଶ୍ବାସର ଯାତ୍ରା ଏହି ଜିଲ୍ଲାରୁ ଆରମ୍ଭ ହେବ। ଦେଶର ସର୍ବପୁରାତନ ରାଜନୈତିକ ଦଳକୁ ଏବେ ରାଜ୍ୟବାସୀ ଖୋଜୁଛନ୍ତି। ଠିକଣା ଢଙ୍ଗରେ ପହଞ୍ଚିଲେ ଭଞ୍ଜ ମାଟି ତାଙ୍କୁ ବିଜୟ ତିଳକ ପିନ୍ଧାଇବେ। ଏବେ ଦେଖିବାର କଥା ମୟୂରଭଞ୍ଜ ମାଟିକୁ କିଏ ଦଖଲ କରୁଛି ୨୦୨୪ରେ। ନବୀନଙ୍କ ମ୍ୟାଜିକ୍ ନା ବିଜେପିର ଗୋଟି ଚାଳନା।


ଅଧିକ ପଢନ୍ତୁ: ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ


ଅଧିକ ପଢନ୍ତୁ: ନବବିବାହିତ ଦମ୍ପତିଙ୍କୁ ଗର୍ଭନିରୋଧକ ବଟିକା ଗିଫ୍ଟ ଦେବେ ସରକାର