ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ
Advertisement
Article Detail0/zeeodisha/odisha1299812

ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ

୬୧ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ବିଭିନ୍ନ ପ୍ରକାର ଜନକଲ୍ୟାଣ ମୂଳକ ଯୋଜନା ସହ ସ୍ଥିର ସରକାର ନବୀନଙ୍କୁ ବାରମ୍ବାର ଜାତୀୟ ସ୍ତରୀୟ ସର୍ଭେରେ ସଫଳତା ଆଣି ଦେଉଛି।

ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଜନମତ ସର୍ଭେରେ (Janmat Survey) ନିଜ ରାଜ୍ୟରେ ନବୀନ ପଟ୍ଟନାୟକ (Naveen Patnaik) ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ (Chief Minister)। ସେର୍ଭରେ ଏଭଳି ତଥ୍ୟ ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତି (State Politics) ଚଳଚଞ୍ଚଳ। ନବୀନ ପଟ୍ଟନାୟକ (Naveen Patnaik) ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆସାମ (Assam) ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା। ବିଭିନ୍ନ ସମୟରେ ଜନମତ ସର୍ଭେରେ ନବୀନ ପଟ୍ଟନାୟକ ୧ ନମ୍ବର ସିଏମ ହେବା ପ୍ରତ୍ୟେକ ଓଡ଼ଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛି ବିଜେଡି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଚର୍ଚ୍ଚାରେ। ଜାତୀୟ ସ୍ତରରେ ପୁଣି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ତଥ୍ୟ ପ୍ରକାଶ ପାଇଛି । ନବୀନ ପଟ୍ଟନାୟକ ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ।

୬୧ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ବିଭିନ୍ନ ପ୍ରକାର ଜନକଲ୍ୟାଣ ମୂଳକ ଯୋଜନା ସହ ସ୍ଥିର ସରକାର ନବୀନଙ୍କୁ ବାରମ୍ବାର ଜାତୀୟ ସ୍ତରୀୟ ସର୍ଭେରେ ସଫଳତା ଆଣି ଦେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ବକୁ ଦେଶ ବିଦେଶରେ ପ୍ରଶଂସା କରାଯାଉଛି । ଯାହା ସର୍ଭରେ ସାମ୍ନାକୁ ଆସିଛି ବୋଲି ଶାସକ ଦଳ କହିଛି ।

ଜାତୀୟସ୍ତରୀୟ ସର୍ଭେରେ ବିଭିନ୍ନ ସମୟରେ ନବୀନ ଲୋକପ୍ରିୟ ରହି ଆସିଛନ୍ତି। ୨୦୨୧ ମସିହା ଜାନୁଆରୀ ମାସରେ ସର୍ଭେରେ ନବୀନ ୫୧ ପ୍ରତିଶତ ଲୋକଙ୍କ ସମର୍ଥନ ପାଇଁ ୧ ନମ୍ବର ସ୍ଥାନରେ ଥିଲେ । ସେହିପରି ୨୦୨୨ ଜାନୁଆରୀରେ କ୍ରମାଗତ ୨ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତେବେଳଳ ୭୧ ପ୍ରତିଶତ ଲୋକ ନବୀନଙ୍କୁ ସମର୍ଥନ କରିଥିଲେ । ଆଉ ଏଥର ପୁଣି ୭ ପ୍ରତିଶତ ଲୋକପ୍ରିୟତା ବଢିଛି। ସେହିପରି ବିଜେପିର ସିଟ ସଂଖ୍ୟା କମିବ ବୋଲି ମଧ୍ୟ ଆକଳନ କରାଯାଇଛି। ଅନ୍ୟପକ୍ଷରେ ବିଜେପିର କହିବା କଥା ମୋଦି ଦେଶର ଲୋକପ୍ରିୟ ନେତା ରହିଛନ୍ତି। କଂଗ୍ରେସର କହିବା କଥା ଓଡ଼ିଶାରେ ଲୋକେ ବହୁ ଅସୁବିଧାରେ ଥାଇ ମଧ୍ୟ ନବୀନ କିଭଳି ଏକ ନମ୍ବର ତାର ଉତ୍ତର ଜନସାଧାରଣ ଦେବେ।

ସର୍ଭେରେ ନବୀନ ନିଜ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଯାହା ବିଜେଡ଼ିକୁ ଉତ୍ସାହିତ କରିଥିବା ବେଳେ ରାଜ୍ୟରେ ବିରୋଧୀଙ୍କ ଚିନ୍ତା ବଢିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସଫଳତା ପରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛି। ଦେଶର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ସର୍ଭେ ହୋଇଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳତା ପରେ ବିଜେଡ଼ିର ତୁଙ୍ଗନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ଆହୁରି ପଢନ୍ତୁ: ବେକାରୀଙ୍କୁ ଖୁସି ଖବର: ରାଜ୍ୟ ସରକାର ଦେବେ ୬ ହଜାର ନିଯୁକ୍ତି

ଆହୁରି ପଢନ୍ତୁ: ଉଦ୍ଧବଙ୍କୁ ଆଉ ଏକ ଶକ୍ତ ଝଟକା ଦେବେ ସିନ୍ଦେ, ରଚୁଛନ୍ତି ଷଡ଼ଯନ୍ତ୍ର