China Issue: କଂଗ୍ରେସ DDLJ ବୟାନ ଉପରେ ଜବାବ ରଖିଲା ବିଜେପି
BJP targets Congress on China Issue: ଦେଶର ସୀମାରେ ଚୀନ୍ ଅନୁପ୍ରବେଶ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିବାରୁ କଂଗ୍ରେସ ଉଦ୍ଦେଶ୍ୟରେ ପ୍ରଶ୍ନ କରି ବିଜେପି ମୁଖପାତ୍ର କହିଛନ୍ତି ମୁଁ କଂଗ୍ରେସକୁ ପଚାରିବାକୁ ଚାହୁଁଛି ଯେ ସେମାନଙ୍କର ଭାରତୀୟ ସେନା ଉପରେ ବିଶ୍ୱାସ ଅଛି ନା ନାହିଁ।
BJP targets Congress on China Issue: ଦେଶର ସୀମାରେ ଚୀନ୍ ଅନୁପ୍ରବେଶ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିବାରୁ କଂଗ୍ରେସ ବିରୋଧରେ ବର୍ଷିଛି ବିଜେପି। ଏ ପ୍ରସଙ୍ଗରେ ବିରୋଧି ଦଳ ସେନାର ବିବୃତ୍ତିକୁ ବିଶ୍ୱା ସ କରୁ ନାହାଁନ୍ତି କି ବୋଲି ପ୍ରଶ୍ନ ପଚାରିଛି ବିଜେପି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପ୍ରସଙ୍ଗରେ ନୀରବ ରହିଥିବା ଅଭିଯୋଗ କରିଛି କଂଗ୍ରେସ। ଏହାର ଜବାବରେ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ କଂଗ୍ରେସ ନେତା ଗୌରବ ଗୋଗୋଇ ପୂର୍ବତନ ସିଡିଏସ୍ ବିପିନ ରାୱତଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଦେଶର ସୀମାରେ ଚୀନ୍ ଅନୁପ୍ରବେଶ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିବାରୁ କଂଗ୍ରେସ ଉଦ୍ଦେଶ୍ୟରେ ପ୍ରଶ୍ନ କରି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି ମୁଁ କଂଗ୍ରେସକୁ ପଚାରିବାକୁ ଚାହୁଁଛି ଯେ ସେମାନଙ୍କର ଭାରତୀୟ ସେନା ଉପରେ ବିଶ୍ୱାସ ଅଛି ନା ନାହିଁ। କଂଗ୍ରେସ ଭାରତୀୟ ସେନା ମୁଖ୍ୟଙ୍କ ଉତ୍ତର ଉପରେ ବିଶ୍ୱାସ କରୁଛି ନା ନାହିଁ? ନା ଆପଣ ସେନା ମୁଖ୍ୟଙ୍କ ବୟାନ ଉପରେ ରାଜନୀତି କରିବାକୁ ଚାହୁଁଛନ୍ତି?
ଚୀନ୍ ଅନୁପ୍ରବେଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଭାରତୀୟ ଅଞ୍ଚଳରେ ଚୀନ ଅନୁପ୍ରବେଶ ବୃଦ୍ଧି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଘଟଣା ଉପରେ ନୀରବତା ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶର ସୀମାରେ ଚୀନ୍ ଅନୁପ୍ରବେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଦେଶକୁ ଆତ୍ମବିଶ୍ୱାସରେ ନେବା ଉଚିତ୍। ଜାତୀୟ ସୁରକ୍ଷା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପ୍ରସଙ୍ଗରେ ଧ୍ୟାନ ଦେବାକୁ କଂଗ୍ରେସ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।
ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଲୋକପ୍ରିୟ ଚଳଚ୍ଚିତ୍ର DDLJ ବାବଦର ଉଲ୍ଲେଖ କରିଥିଲେ। ତାଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି ଅନ୍ୟ ଏକ ପ୍ରସିଦ୍ଧ ଚଳଚ୍ଚିତ୍ରର QSQT ବାବଦରେ ଉଲ୍ଲେଖ କରି ବିରୋଧି ଦଳରେ ସୃଷ୍ଟି ହୋଇଥିବା ଅବସ୍ଥା ବାବଦରେ ଦର୍ଶାଇଥିଲେ। ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କଂଗ୍ରେସରେ ବଢୁଥିବା ବିଦ୍ରୋହ ବିଶେଷ କରି ବର୍ତ୍ତମାନ ଗୋଆ କଂଗ୍ରେସରେ ସୃଷ୍ଟି ହୋଇଥିବା ପରିସ୍ଥିତି ବାବଦରେ ଦର୍ଶାଇଥିଲେ।
ଚୀନ୍ ଅନୁପ୍ରବେଶ ପ୍ରସଙ୍ଗରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ପ୍ରତିକ୍ରିୟା ରଖି କହିଥିଲେ ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରଣନୀତି ହେଉଛି DDLJ। ଯାହାର ଅର୍ଥ ହେଉଛି ଅସ୍ୱୀକାର କରିବା (Deny), ଧ୍ୟାନ ହଟାଇବ (Distract), ମିଛ କହିବା (Lie), ଠିକ ଦର୍ଶାଇବା (Justify)।
ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତାଙ୍କ ସମ୍ପୃକ୍ତି ପ୍ରସଙ୍ଗରେ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ବିରୋଧୀ ଦଳ ଉପରେ ଆକ୍ରମଣ କରି କହିଥିଲେ ଯେ କଂଗ୍ରେସ ହେଉଛି ଏକମାତ୍ର ଦଳ ହେବ ଯାହାର ଅଧ୍ୟକ୍ଷ ଏବଂ ପୂର୍ବତନ ଅଧ୍ୟକ୍ଷ ଏକ ଦୁର୍ନୀତି ମାମଲାରେ ଜାମିନରେ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ୨୦୦୪-୨୦୧୪ ପର୍ଯ୍ୟନ୍ତ କଂଗ୍ରେସ କ୍ଷମତାରେ ଥିଲା ସେତେବେଳେ ଦଳ ନ୍ୟାସନାଲ ହେରାଲ୍ଡ ପ୍ରିଣ୍ଟ କମ୍ପାନୀ ଏବଂ ପାର୍ଟି ସହ ଜଡିତ କମ୍ପାନୀ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ସଂସ୍ଥାକୁ ୯୦ କୋଟି ଟଙ୍କା ଋଣ ପରିଶୋଧ କରିବାରେ ସାହାଯ୍ୟ କରିନଥିଲା। ଏହି ସମୟ ମଧ୍ୟରେ ଗାନ୍ଧୀ ଫାଉଣ୍ଡେସନ୍ ସରକାରୀ ବିଭାଗ ସମେତ ବିଭିନ୍ନ ଉତ୍ସରୁ ୧୦୦ କୋଟିରୁ ଅଧିକ ଟଙ୍କାର ଚାନ୍ଦା ପାଇଥିଲା।
ଆପଣ ଗାନ୍ଧୀ ପରିବାରର ଏକ ଫାଉଣ୍ଡେସନ କୁ ଏତେ ସାହାଯ୍ୟ କରିଛ ହେଲେ ଋଣଗ୍ରସ୍ତ କମ୍ପାନୀକୁ ସାହାଯ୍ୟ କରି ନାହଁ। ଏହାର କାରଣ ହେଉଛି ଆପଣ ଋଣଗ୍ରସ୍ତ କମ୍ପାନୀର ସମ୍ପତ୍ତି ଅଧିକାର କରିବାକୁ ଚାହୁଁଥିଲେ। କଂଗ୍ରେସ ଏହାର ଉତ୍ତର ଦେବା ଆବଶ୍ୟକ ବୋଲି ବିଜେପି ମୁଖପାତ୍ର ଦାବି କରିଛନ୍ତି। ଏ ସମ୍ପର୍କରେ ସୋନିଆ ଏବଂ ରାହୁଲଙ୍କ ବିରୋଧରେ ମାମଲା ପଞ୍ଜୀକରଣ ପଛରେ ବିଜେପିର ପ୍ରତିଶୋଧ ରାଜନୀତିକୁ ଦାୟୀ
Also Read: କଂଗ୍ରେସ ଶାସନ କାଳରେ ଆଶିଂକ ମୁସଲିମ ରାଷ୍ଟ୍ର ଥିଲା ଭାରତ: ବିଜେପି ସାଂସଦ
Also Read: