କଂଗ୍ରେସ ଶାସନ କାଳରେ ଆଶିଂକ ମୁସଲିମ ରାଷ୍ଟ୍ର ଥିଲା ଭାରତ: ବିଜେପି ସାଂସଦ
Advertisement
Article Detail0/zeeodisha/odisha1030439

କଂଗ୍ରେସ ଶାସନ କାଳରେ ଆଶିଂକ ମୁସଲିମ ରାଷ୍ଟ୍ର ଥିଲା ଭାରତ: ବିଜେପି ସାଂସଦ

ହିନ୍ଦୁ, ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ବେଶ କିଛି ଦିନ ଧରି ସରଗରମ ହୋଇଉଠିଛି ଦେଶର ରାଜନୀତି। ଏହି ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ଉଭୟ-ବିଜେପି କଂଗ୍ରେସ। କଂଗ୍ରେସ ନେତା ହିନ୍ଦୁତ୍ୱକୁ ଆତଙ୍କବାଦ ସହ ତୁଳନା ଏବଂ ମୋଗଲ ଶାସକଙ୍କ ପ୍ରଂଶସା କରି ବିବାଦ ଘେରକୁ ଟଣାହୋଇଥିବା ବେଳେ ଏନେଇ ଜବାବ ଦେବା ଜାରି ରଖିଛି ବିଜେପି।  &

କଂଗ୍ରେସ ଶାସନ କାଳରେ ଆଶିଂକ ମୁସଲିମ ରାଷ୍ଟ୍ର ଥିଲା ଭାରତ: ବିଜେପି ସାଂସଦ

ନୂଆଦିଲ୍ଲୀ: ହିନ୍ଦୁ, ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ବେଶ କିଛି ଦିନ ଧରି ସରଗରମ ହୋଇଉଠିଛି ଦେଶର ରାଜନୀତି। ଏହି ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ଉଭୟ-ବିଜେପି କଂଗ୍ରେସ। କଂଗ୍ରେସ ନେତା ହିନ୍ଦୁତ୍ୱକୁ ଆତଙ୍କବାଦ ସହ ତୁଳନା ଏବଂ ମୋଗଲ ଶାସକଙ୍କ ପ୍ରଂଶସା କରି ବିବାଦ ଘେରକୁ ଟଣାହୋଇଥିବା ବେଳେ ଏନେଇ ଜବାବ ଦେବା ଜାରି ରଖିଛି ବିଜେପି। 
     
ନିକଟରେ ଆୟୋଜିତ ହୋଇଥିବା ଏକ ତାଲିମ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବୋଧିତ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Congress Leader Rahul Gandhi) କହିଥିଲେ ହିନ୍ଦୁ ଧର୍ମ (Hindu) ଏବଂ ହିନ୍ଦୁତ୍ୱ (Hindutva) ହେଉଛି ଭିନ୍ନ ଭିନ୍ନ ବିଚାରଧାରା। ସେହିପରି ଅଯୋଧ୍ୟା ମାମଲାରେ କଂଗ୍ରେସ ନେତା ସଲମାନ ଖୁର୍ସିଦ (Congress Leader Salman Khurshid) "Sunrise Over Ayodhya: Nationhood in Our Times" ନାମକ ପୁସ୍ତକରେ ହିନ୍ଦୁତ୍ୱ ଚିନ୍ତାଧାରକୁ ଆଇଏସଆଇଏସ (ISIS) ଏବଂ ବୋକୋ ହରାମ (Boko Haram) ଭଳି ଆତଙ୍କବାଦୀ ସଙ୍ଗଠନ (Terrorist Organizations) ସହ ତୁଳନା କରିଥିଲେ। 

Also Read: ମୋଗଲ ଶାସକଙ୍କ ଶାସନ କାଳରେ ହୋଇନାହିଁ ବଳପୂର୍ବକ ଧର୍ମ: Congress ନେତା Mani Shankar Aiyar

ଅନ୍ୟପଟେ ଅନ୍ୟତମ କଂଗ୍ରେସ ନେତା ମଣିଶଙ୍କର ଆୟାର (Mani Shankar Aiyar) କହିଛନ୍ତି ଆମ ଦଳ ମୋଗଲ ଶାସକ ଆକବରଙ୍କୁ (Mughal Ruler Akbar) ନିଜର ବୋଲି ମାନିଥାଉ। ଆକବରଙ୍କୁ ଆମେ ନିଜର ବୋଲି ମାନିଥାଉ। ଭାରତ (India) ଏକ ମୁସଲମାନ ରାଷ୍ଟ୍ର ହୋଇ ପାରିନାହିଁ। ଯଦି ଆପଣ ଆଖ ପାଖକୁ ଦେଖନ୍ତି ତାହେଲେ ଆମ ପାଖରେ ଅବସ୍ଥିତ ଥିବା ସମସ୍ତ ଦେଶ ହେଉଛନ୍ତି ମୁସଲିମ ରାଷ୍ଟ୍ର (Muslim Country)। ଦେଶକୁ ଶାସନ କରିଥିବା ମୋଗଲ (Mughal) ଧର୍ମ ନାଁରେ କେବେ ଅତ୍ୟାଚାର (Blasphemy) କରିନାହାଁନ୍ତି। 

ହିନ୍ଦୁ ହିନ୍ଦୁତ୍ୱ ପ୍ରସଙ୍ଗରେ ଜବାବ ଦେଇ ବିଜେପି ନେତା ତଥା ଦଳର ମୁଖପାତ୍ର ଡ଼.ସୁଧାଂଶୁ ତ୍ରିବେଦୀ (BJP Leader Sudhanshu Trivedi) କହିଥିଲେ କଂଗ୍ରେସ ଶାସନ କାଳରେ ଦେଶ ଏକ ଆଶିଂକ ମୁସଲିମ ରାଷ୍ଟ୍ର ଥିଲା। କାରଣ ଇସଲାମୀୟ ସରିୟା ବ୍ୟବସ୍ଥା ସମ୍ବିଧାନର ଏକ ଅଂଶ ଥିଲା ଏହାକୁ ଉପରେ ରଖିବା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବଦଳା ଯାଉଥିଲା। ତ୍ରିପୁରା ଠାରେ ଏର ମସଜିଦ ଜାଳିଦେବାକୁ ନେଇ ମହାରାଷ୍ଟ୍ରରେ ହୋଇଥିବା ହିଂସା ଏବଂ କଂଗ୍ରେସ ନେତାଙ୍କ ଦ୍ୱାରା ହିନ୍ଦୁତ୍ୱ ବିରୁଦ୍ଧରେ କରାଯାଉଥିବା ବୟାନବାଜି ଉଦ୍ଦେଶ୍ୟମୂଳକ ନୁହେଁ ବରଂ ଏକ ଷଡଯନ୍ତ୍ର। 

Also Read: ହିନ୍ଦୁତ୍ୱ ପ୍ରସଙ୍ଗରେ ଦଳୀୟ ନେତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ସଲମାନ ଖୁର୍ସିଦ

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଡ଼.ସୁଧାଂଶୁ ତ୍ରିବେଦୀ କହିଛନ୍ତି ସେ ତାଙ୍କ ଦଳର କର୍ମକର୍ତ୍ତାଙ୍କୁ ତାଲିମ ଦେଉଛନ୍ତି ନାଁ ହିନ୍ଦୁ ଧର୍ମକୁ ଅପମାନିତ କରିବା ପଇଁ ପ୍ରଶିକ୍ଷଣ ଶିବିର ଚଳାଇଛନ୍ତି ନାଁ ଶତ୍ରୁତା ଏବଂ ହିଂସା ସୃଷ୍ଟି କରିବା ପାଇଁ ସେମାନେ ଏକ ବ୍ୟାପକ ବ୍ୟବସ୍ଥିତ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।

ମହାରାଷ୍ଟ୍ରରେ ଶିବାଜୀ ମହାରାଜଙ୍କ ଶାସନକୁ ହିନ୍ଦୁତ୍ୱ ସହିତ ଜଡିତ ବୋଲି ବର୍ଣ୍ଣନା କରି ତ୍ରିବେଦୀ କହିଛନ୍ତି ରାହୁଲ ଗାନ୍ଧୀ ଏକଥା ବୁଝିପାରିବେ ନାହିଁ। ସେ ତାଙ୍କ ଦଳର ନେତା ମହାତ୍ମା ଗାନ୍ଧୀ, ବାଲ ଗଙ୍ଗାଧର ତିଲକ ଏବଂ ଜବାହରଲାଲ ନେହେରୁଙ୍କ ବାବଦରେ ପଢିବା ଆବଶ୍ୟକ। ସେ କହିଛନ୍ତି ଯେ ନେହେରୁ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ହିନ୍ଦୁ ଶବ୍ଦକୁ ବ୍ୟାପକ ଭାରତୀୟ ସଂସ୍କୃତି ପ୍ରସଙ୍ଗରେ ବ୍ୟବହାର କରାଯାଇଛି ଏବଂ ଏହାକୁ ଏକ ଛୋଟ ପ୍ରସଙ୍ଗରେ ବ୍ୟବହାର କରିବା ଭୁଲ।

ବିଜେପି ଶାସନ ସମୟକୁ ଛାଡି଼ ଦେଲେ ଭାରତ ଏହା ଥିଲା ଆଂଶିକ ମୁସଲମାନ ରାଷ୍ଟ୍ର ଥିଲା। ତାହା ହଜ୍ ସବସିଡି଼ ହେଉ କିମ୍ବା ଟ୍ରିପଲ ତଲାକ ଭଳି ବ୍ୟବସ୍ଥାରୁ ଏହା ଜଣାପଡୁଥିଲା। କାରଣ ଇସଲାମୀୟ ସରିୟା ବ୍ୟବସ୍ଥା ସମ୍ବିଧାନର ଏକ ଅଂଶ ଥିଲା ଏହାକୁ ଉପରେ ରଖିବା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇ ଦିଆଯାଉ ଥିଲା। ଏପରି କାମ ମୁସଲିମ ରାଷ୍ଟ୍ରରେ ମଧ୍ୟ ହୋଇନଥିଲା। 

Also Read: Congress Leader Raashid Alvi ଙ୍କ ବିବାଦୀୟ ବୟାନ; କହିଲେ ରାକ୍ଷାସ ହେଉଛନ୍ତି ରାମଭକ୍ତ

ହିନ୍ଦୁ ଏବଂ ହିନ୍ଦୁତ୍ୱକୁ କଂଗ୍ରେସ ଦଳର ଅଭ୍ୟାସରେ ପରିଣତ ହୋଇଯାଇଛି। ଏକ ଯୋଜନାବଦ୍ଧ ତଥା ବ୍ୟବସ୍ଥିତ ଢଙ୍ଗରେ ଏହି ଦେଶରେ ଅରାଜକତା, ବିଶୃଙ୍ଖଳା ଏବଂ ମିଥ୍ୟା ଖବର ପ୍ରସାର କରି ଶାସନ କାଳ ସମୟରେ କଂଗ୍ରେସ ହିନ୍ଦୁଙ୍କୁ ଅପମାନିତ କରୁଥିଲା। ଆଉ ଏବେ ହିନ୍ଦୁଙ୍କ ଘୃଣା ଭାବ ସୃଷ୍ଟି କରିବାକୁ ଚାହୁଁଛି।