ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳକୁ ଗତ କାଲି ୧ ମାସ ପୂରଣ ହୋଇଛି। ଏହି ୩୦ ଦିନରେ ୪୦ ନିଷ୍ପତ୍ତି ନେଇ ଚର୍ଚ୍ଚାକୁ ଆସିଛନ୍ତି ବୁଲଡୋଜର ବାବା ଭାବେ ପରିତିତ ମୁଖ୍ୟମନ୍ତ୍ରୀ ଯୋଗୀ। ଦ୍ୱିତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରି ସେ ଏପରି କିଛି ନିଷ୍ପତ୍ତି ନେଇଛନ୍ତି ଯାହା ତାଙ୍କୁ ଜଣେ ପ୍ରଭାବଶାଳୀ ରାଜନେତା ଭାବେ ପ୍ରଦର୍ଶିତ କରିଛି।   


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ର ଯୋଗୀଙ୍କ ଦ୍ୱାରା ୩୦ ଦିନରେ ନିଆଯାଇଥିବା ୪୦ ନିଷ୍ପତ୍ତି ହେଉଛି


  • ମାଗଣା ରାସନ ଯୋଜନା ଅବଧି ଆହୁରି ୩ ମାସ ପର୍ଯ୍ୟନ୍ତ ବଢାଇଥିଲେ ଯୋଗୀ ସରକାର। ଏନେଇ ଦ୍ୱିତୀୟ ପାଳି କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ବୈଠକରେ ରାସନ ପ୍ରଦାନ ସମ୍ପର୍କିତ ନିଷ୍ପତ୍ତି ନେଇଥିଲେ  ମୁଖ୍ୟମନ୍ତ୍ରୀ ଯୋଗୀ। ଯାହାର ଲାଭ ୧୫ କୋଟି ଲୋକଙ୍କୁ ମିଳିବ। 

  • ତହସିଲ ଠାରେ ଫାୟର ଟେଣ୍ଡର ସୁବିଧା ଉପଲବ୍ଧ କରାଉଛନ୍ତି ଯୋଗୀ ସରକାର। ଯାହା ଦ୍ୱାରା ଗ୍ରାମାଞ୍ଚଳରେ ୧୫ ଏବଂ ସହରାଞ୍ଚଳରେ ୭ ମିନିଟ ମଧ୍ୟରେ ପହଞ୍ଚିବ ଅଗ୍ନିଶମ ବାହିନୀ।

  • ଆଗାମୀ ୨ ବର୍ଷ ମଧ୍ୟରେ ରାଜ୍ୟରେ ୧୦ ଲକ୍ଷ କୋଟି ନିବେଶ କରିବାକୁ ହୋଇଛି ଯୋଜନା। 

  • ଦୁର୍ନୀତି, ଅବହେଳା ଏବଂ ଲୋକଙ୍କ ସହ ଜଡ଼ିତ ସମସ୍ୟାକୁ ଅଣଦେଖା କରିବା ଅଭିଯୋଗରେ ରାଜ୍ୟର ସୋନଭଦ୍ରା ଏବଂ ଗାଜିଆବାଦ ଜିଲ୍ଲାପାଳଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ

  • ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ପ୍ରଦେଶ ସରକାର ରାଜ୍ୟ ପୋଲିସ ବାହିନୀ ଲାଗି ୮୬ ଗ୍ୟାଜେଟେଡ୍ ଏବଂ ୫୨୯୫ ଅଣ ଗ୍ୟାଜେଟେଡ ପଦବୀ ସୃଷ୍ଟି କରିଛନ୍ତି। 

  • ବିଗତ ୨୦ ଦିନରେ ୨୦୦ କୋଟିରୁ ଅଧିକ ଅବୈଧ ସମ୍ପତ୍ତି ବାଜ୍ୟାପ୍ତି କରିଛନ୍ତି ଯୋଗୀ ସରକାର।

  • ନବରାତ୍ରୀ ଅବସରରେ ମହିଳା ସୁରକ୍ଷାକୁ ନଜରରେ ସ୍ୱତନ୍ତ୍ର ଅଭିଯାନ ଚଳାଇବା ଏବଂ ଆଣ୍ଟି ରୋମିଓ ସ୍ୱାର୍ଡ କୁ ପୁନର୍ବାର କାର୍ଯ୍ୟକାରୀ କରିବା ଲାଗି ଉତ୍ତର ପ୍ରଦେଶ ପୋଲିସ ବଳକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।  

  • ସରକାର ବାସଭନରେ ଜନତା ଦର୍ଶନ ବ୍ୟବସ୍ଥା ପୁଣି ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ପ୍ରତ୍ୟେକ ଦିନ ଉତ୍ତରକ ପ୍ରଦେଶ ସରକାରଙ୍କ ଜଣେ ମନ୍ତ୍ରୀ  ପ୍ରତ୍ୟେକ ଦିନ ଜନ ଶୁଣାଣି କରିବେ।

  • ଉତ୍ତର ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ମିର୍ଜାପୁର, ବାରଣାସୀ, ଗୋରଖପୁର ପ୍ରଭୃତି ଜିଲ୍ଲା ପରିଦର୍ଶନ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ବାବଦରେ ସମୀକ୍ଷା କରିଛନ୍ତି।

  • ରାଜ୍ୟର ଶ୍ରାବସ୍ତୀ ଜିଲ୍ଲାରୁ ସ୍କୁଲ ଚାଲ ଅଭିଯାନ ଆରମ୍ଭ କରିଛନ୍ତି ଯୋଗୀ ସରକାର

  • ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ, ନୀତି ଗ୍ରହଣ କରି ଔରେୟା ଜିଲ୍ଲାପାଲଙ୍କୁ ପଦରୁ ନିଲମ୍ବିତ କଲେ ଯୋଗୀ ସରକାର

  • ପେପର ଲିକ ମାମଲାରେ ବଲିୟା DIOS ନିଲମ୍ବିତ

  • ବିଗତ ୨୦ ଦିନରେ ୧ ଶହରୁ ଅଧିକ ମାଫିଆଙ୍କ ସମ୍ପତ୍ତି କରାଯାଇଛି ଜବତ

  • ୧୦୦ ଦିନର କାର୍ଯ୍ୟ ଯୋଜନା  ପ୍ରସ୍ତୁତ କରିବାକୁ କରିବାକୁ ମନ୍ତ୍ରୀମଣ୍ଡଳକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ

  • ରାଜ୍ୟର ଯୁବପିଢିଙ୍କୁ ୯ ଲକ୍ଷ ୭୪ ହଜାର ଟ୍ୟାବଲେଟ ଏବଂ ସ୍ମାର୍ଟଫୋନ ପ୍ରଦାନ କରିବାକୁ ଯୋଗୀ ସରକାରଙ୍କ ନିଷ୍ପତ୍ତି 

  • ଗତ ଅପ୍ରେଲ ୨ ତାରିଖରୁ ରାଜ୍ୟରେ ସଂକ୍ରାମକ ରୋଗ ନିରାକରଣ ଅଭିଯାନ ଆରମ୍ଭ କଲେ ଉତ୍ତର ପ୍ରଦେଶ ସରକାର

  • ରାଜ୍ୟର ମୋଟ ହୋମଗାର୍ଡ ପଦବୀ ମଧ୍ୟରୁ ୨୦ ପ୍ରତିଶତ ପଦରେ ନିଯୁକ୍ତ ହେବେ ମହିଳା

  • ମାସକ ମଧ୍ୟରେ ୩, ୬, ୫ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ 

  • ଦୁର୍ନୀତି ବିରୋଧରେ ଜିରୋ  ଟଲେରାନ୍ସ ନୀତି ଗ୍ରହଣ କରି ପ୍ରଶାସନିକ ଅଧିକାରୀଙ୍କୁ ବଦଳାଛନ୍ତି ଯୋଗୀ ସରକାର

  • ନିଜ କ୍ଷେତ୍ରରେ ଲୋକଙ୍କ ସମସ୍ୟାକ ତତ୍କାଳ ସମାଧାନ କରିବାକୁ ନିଯୁକ୍ତ ହୋଇଥିବା ସ୍ଥାନରେ ରହିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ 

  • ଆଣ୍ଟି ଟେରୋରିଷ୍ଟ ମଡ୍ୟୁଲ ପ୍ରଶିକ୍ଷଣ ନେବେ ଉତ୍ତର ପ୍ରଦେଶ ପୋଲିସ ମହିଳା ହୋମଗାର୍ଡ

  • ସରକାରୀ କର୍ମଚାରୀଙ୍କ ଲାଗି ଦିନ ସାଢେ ଗୋଟାଏ ବେଳେ ଅଧ ଘଣ୍ଟାର ମଧ୍ୟାନ୍ନ ଭୋଜନ ବିରତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ

  • ପୂର୍ବ ପାକିସ୍ତାନ ଅର୍ଥାତବାଙ୍ଗଲାଦେଶରୁ ଆସିଥିବା ୬୩ ହିନ୍ଦୁ ବଙ୍ଗାଳୀ ପରିବାରକୁ ବସବାସ ଲାଗି ଜମି ପଟ୍ଟା ପ୍ରଦାନ

  • ଆଗାମୀ ୬ ମାସ ମଧ୍ୟରେ ହେବ ୨.୫୧ ଲକ୍ଷ ଘର ନିର୍ମାଣ

  • ଦୁର୍ନୀତି ଏବଂ ଅବହେଳା ମାମଲାରେ ବସ୍ତି ଶାଖା ସହଯୋଗୀ ବାଣିଜ୍ୟ ପ୍ରଭାରୀ ନିଲମ୍ବିତ

  • ବିନା ମାନଚିତ୍ରରେ ନିର୍ମାଣ କରିଥିବାରୁ ଗାଜିଆବାଦ ବିକାଶ ପ୍ରାଧିକରଣ ଯନ୍ତ୍ରୀ ନିଲମ୍ବିତ

  • ଅପରାଧିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଜାରି 

  • ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ମହିଳା/ପୁରୁଷ ହୋମଗାର୍ଡ ଙ୍କୁ ମିଳିବ ସ୍ୱାସ୍ଥ୍ୟସେବା

  • ଦୁର୍ନୀତି ଅଭିଯୋଗରେ ଝାନ୍ସି ବ୍ଲକ ବେତୱା କେନାଲ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

  • କାନପୁର ଦେହାତ ଜିଲ୍ଲା ଲାଗି ଡେପୁଟି ରେଜିଷ୍ଟ୍ରାର ଅଫିସ ପଦବୀ ସୃଷ୍ଟି ପାଇଁ ଅନୁମୋଦନ 

  • ଅଯୋଧ୍ୟା ଠାରେ ନିୟମିତ ରାମଲୀଳା, ହାସ୍ତିନାପୁର, ମେରଟ ଏବଂ ଗୋରଖପୁର ଠାରେ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ଏବଂ ବାରାଣାସୀ ଠାରେ ସନ୍ଥ ରବିଦାସ୍ ସଂଗ୍ରହାଳୟ ଏବଂ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରାଯିବ।

  • ରାଜ୍ୟର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବେ ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ

  • ରାଜ୍ୟର ଗଠନ ହେବ ପୁରୋହିତ କଲ୍ୟାଣବୋର୍ଡ

  • ଆସନ୍ତା ୫ ବର୍ଷରେ ରାଜ୍ୟରେ ବୃଦ୍ଧି ପାଇବ ମେଡିକାଲ କଲେଜ ସିଟ ସଂଖ୍ୟା 

  • ୧୦୦ ଗ୍ରାମର ଖେଳାଳୀଙ୍କୁ ମିଳିବ ଓପନ ଜିମ୍ ସୁବିଧା

  • ମାଇକ କିମ୍ବା ଲାଉଡ ସ୍ପୀକର ବ୍ୟବହାର ଉପରେ ଜାରି ହେଲା କଟକଣା

  • ଖାଲି ପଡିଥିବା ୨୦ ହଜାର ଅଙ୍ଗନବାଡି଼ କର୍ମୀ ଏବଂ ସହାୟିକ ପଦବୀ ପୂରଣ ଆସନ୍ତା ୬ ମାସ ମଧ୍ୟରେ କରାଯିବ।


Also Read: ପୁଣି ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଲେ ମୁଖ୍ୟମନ୍ତ୍ରୀ ଯୋଗୀ


Also Read: ପୁଣି ଥରେ ନୂଆ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଲେ ମୁଖ୍ୟମନ୍ତ୍ରୀ ଯୋଗୀ