Congress Election Manifesto 2024: ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନ ମଣ୍ଡଳୀରେ ସରକାରକୁ ଆସିଲେ କଂଗ୍ରେସ କ'ଣ କରିବ? ଦେଶବାସୀ କଂଗ୍ରେସ ଠାରୁ କ'ଣ ଚାହୁଁଛନ୍ତି ଯାହା ନିର୍ବାଚନ ଇସ୍ତାହାରର ମୂଳ ବିନ୍ଦୁ ହୋଇପାରିବ? ଏ ସମ୍ପର୍କରେ ମତାମତ ଦେବା ଲାଗି କଂଗ୍ରେସ ସାଧ଼ାରଣ ଜନତାଙ୍କୁ ଆହ୍ୱାନ ଦେଇଛି। କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‍ ଏନେଇ ଏକ ପ୍ରେସ ବାର୍ତ୍ତାରେ ଉଲ୍ଲଖ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ନେତା ପି.ଚିଦାମ୍ବରମ୍‍  କହିଛନ୍ତି ୨୦୨୪ ଲୋକସଭା ନିର୍ବାଚନ ଲାଗି କଂଗ୍ରେସ ଇସ୍ତାହାର ଲୋକଙ୍କ ଇସ୍ତାହାର ହେବ। ଏଥିଲାଗି ଲୋକଙ୍କ ପ୍ରସ୍ତାବ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଲୋକେ କିପରି ସେମାନଙ୍କ କଥାକୁ ଇସ୍ତାହାରରେ ସାମିଲ୍‍ କରିପାରିବେ ସେଥିନେଇ କଂଗ୍ରେସ ବ୍ୟାପକ ବ୍ୟବସ୍ଥା କରିଛି। ମୂଳତଃ ଲୋକଙ୍କ ସହ ମୁହାଁମୁହିଁ ହୋଇ ପ୍ରସ୍ତାବ ଗ୍ରହଣ କରିବାକୁ ପ୍ରତି ରାଜ୍ୟରେ ଇସ୍ତାହାର କମିଟି ସ୍ୱତନ୍ତ୍ର ବୈଠକ ଆୟୋଜନ କରିବ। ଏହା ସହ ଯେଉଁମାନେ ଚାହିଁବେ ଟେକ୍ନାଲୋଜି ବ୍ୟବହାର କରି ମଧ୍ୟ ସେମାନଙ୍କ ମତାମତ ରଖିପାରିବେ। ଏଥିଲାଗି ସ୍ୱତନ୍ତ୍ର ୱେବସାଇଟ୍‍ ଏବଂ  ଇମେଲ୍‍ ଠିକଣେ ଉନ୍ମୋଚନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ। 



ଯେଉଁ ୱେବସାଇଟ୍‍ ମାଧ୍ୟମରେ ଜନସାଧାରଣ ନିଜ ପ୍ରସ୍ତାବ ରଖିପାରିବେ  ତାହା ହେଉଛି: https://awaazbharatki.in ଏବଂ ଇମେଲ୍‍ ଠିକଣା ହେଉଛି awaazbharatki@inc.in। ଏହି ୱେବ୍‍ସାଇଟ ମାଧ୍ୟମରେ ଜଣେ ଆଗ୍ରହୀ ନାଗରିକ ନିଜ ପସନ୍ଦର ବିଷୟକୁ ଯାଇ ସେଠାରେ ପ୍ରସ୍ତାବ ରଖିପାରିବେ। ଏହା ନିର୍ବାଚନ ଇସ୍ତାହାରକୁ ଲୋକଙ୍କ ଇସ୍ତାହାରରେ ପରିଣତ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ଚିଦାମ୍ବରମ।