Congress MLA Oommen Chandy: କେରଳ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହେବାରେ ଏକ ରେକର୍ଡ କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି। କେରଳ ବିଧାନସଭାରେ ୧୮,୭୨୮ ଦିନ ପର୍ଯ୍ୟନ୍ତ ବିଧାୟକ ରହିବାରେ ରେକର୍ଡ କରିଛନ୍ତି ୭୮ ବର୍ଷୀୟ କଂଗ୍ରେସ ନେତା ତଥା ୨ ଥର ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି। ଏହି ରେକର୍ଡ ପୂର୍ବରୁ ଏମ.କେ ମଣିଙ୍କ ନାମରେ ରହିଥିଲା। ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପରଠାରୁ ଉଭୟ ମଣି ଏବଂ ଚାଣ୍ଡି କେବେ ସେମାନେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆସନରେ ହାରିନାହାଁନ୍ତି।

 

ଗତ ୧୯୭୦ ମସିହାରୁ ରାଜ୍ୟର କୋଟ୍ଟାୟମ ଜିଲ୍ଲାରେ ( Kottayam District) ପୁଥୁପଲି ବିଧାନସଭା ଆସନରୁ (Puthuppally Assembly Constituency) କେରଳ ବିଧାନସଭାକୁ (Kerala Legislative Assembly) ନିର୍ବାଚିତ ହୋଇ ଆସୁଛନ୍ତି କଂଗ୍ରେସ ବିଧାୟକ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Kerala Chief Ministers) ଓମେନ ଚାଣ୍ଡି (Congress MLA Oommen Chandy)। ପ୍ରଥମେ ୧୯୭୦, ୧୯୭୭, ୧୯୮୦, ୧୯୮୨, ୧୯୮୭, ୧୯୯୧, ୧୯୯୬, ୨୦୦୧, ୨୦୦୬, ୨୦୧୧, ୨୦୧୬, ୨୦୨୧ ବର୍ଷରେ ଅନୁଷ୍ଠିତ ହୋଇଥିବା କେରଳ ବିଧାନସଭା ନିର୍ବାଚନରେ ପୁଥୁପଲି ଆସନରୁ ଲଗାତାର ୧୨ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି କଂଗ୍ରେସ ନେତା ଓମେନ ଚାଣ୍ଡି।  

 

ଅନ୍ୟପଟେ କୋଟ୍ଟାୟମ ଜିଲ୍ଲାର ପାଲା ବିଧାନସଭା ଆସନରୁ (Pala Assembly Constituency) କେଏମ ମଣି (K. M. Mani) ୧୯୬୭, ୧୯୭୦, ୧୯୭୭, ୧୯୮୦, ୧୯୮୨, ୧୯୮୭, ୧୯୯୧, ୧୯୯୬, ୨୦୦୧, ୨୦୦୬, ୨୦୧୧, ୨୦୧୬ ବର୍ଷରେ ଅନୁଷ୍ଠିତ ହୋଇଥିବା କେରଳ ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୬୫ ମସିହାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳ ସରକାର ଗଠନ କରିବାରେ ସକ୍ଷମ ହୋଇନଥିଲେ। ଏହା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ଏବଂ କେହି ବିଧାୟକ ଭାବେ ଶପଥ ଗ୍ରହଣ କରିନଥିଲେ। ୧୯୬୭ ମସିହାରେ ମଣି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ।

 

କେରଳ ରାଜନୀତିରେ (Kerala Politics) ଜଣେ ସକ୍ରିୟ ରାଜନେତା ହେଉଛନ୍ତି ଓମେନ ଚାଣ୍ଡି। ଗତ ୧୯୭୦ ମସିହା ପର ଠାରୁ  ଅନୁଷ୍ଠିତ ହୋଇଥିବା ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ସେ ​ବାଜିମାତ କରିଛନ୍ତି। ଗତ ୨୦୨୧ କେରଳ ବିଧାନସଭା ବିଧାନସଭା ନିର୍ବାଚନରେ ଦ୍ୱାଦଶ (୧୨) ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି ସେ। ନିଜର ଆଚରଣ ହେତୁ ସେ ରାଜ୍ୟରେ ଯେଉଁ ସ୍ଥାନକୁ ଯାଆନ୍ତି ସେଠାରେ ସେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷିତ କରିଥାନ୍ତି। ପ୍ରଥମେ ୨୦୦୪ ୩୧ ଅଗଷ୍ଟରୁ ୧୭ ମେ ୨୦୦୬ ଏବଂ ୨୦୧୧ ମେ ୧୮ ତାରିଖରୁ ୨୦୧୬ ମେ ୨୪ ପର୍ଯ୍ୟନ୍ତ ଦ୍ୱିତୀୟ ପାଳିରେ କେରଳ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି କଂଗ୍ରେସ ବିଧାୟକ ଓମେନ ଚାଣ୍ଡି। ୨୦୦୬ ମେ ୧୮ ତାରିଖରୁ ୧୪ ମେ ୨୦୧୧ ପର୍ଯ୍ୟନ୍ତ କେରଳ ବିଧାନସଭାରେ ବିରୋଧି ଦଳ ନେତା (Kerala Opposition Leader) ଭାବେ କାର୍ଯ୍ୟ କରିଥିଲେ ସେ।