Lok Sabha Election 2024: ବିକ୍ରମ-ବେତାଳ ରାଜନୀତି, ପୁଣି ଏକାଠି ହେବେ କଂଗ୍ରେସ-ବାମପନ୍ଥୀ
Advertisement
Article Detail0/zeeodisha/odisha1266799

Lok Sabha Election 2024: ବିକ୍ରମ-ବେତାଳ ରାଜନୀତି, ପୁଣି ଏକାଠି ହେବେ କଂଗ୍ରେସ-ବାମପନ୍ଥୀ

Congress Leftist Alliance: ରାଜ୍ୟ ରାଜନୀତିରେ ଶକ୍ତି ହାସଲ କରିବାକୁ କଂଗ୍ରେସ-ବାମଦଳ ମଧ୍ୟରେ ମେଣ୍ଟ ହୋଇପାରେ। 

Lok Sabha Election 2024: ବିକ୍ରମ-ବେତାଳ ରାଜନୀତି, ପୁଣି ଏକାଠି ହେବେ କଂଗ୍ରେସ-ବାମପନ୍ଥୀ

Congress Leftist Alliance: କୁହାଯାଏ ରାଜନୀତିରେ କେହି କାହାର ସ୍ଥାନୀୟ ଶତ୍ରୁ ଅଥବା ମିତ୍ର ନଥାନ୍ତି। ରାଜନୀତିରେ ବିଭିନ୍ନ ଦଳ ମଧ୍ୟରେ ଗଠିତ ହେଉଥିବା ରାଜନୈତିକ ମେଣ୍ଟ ବିକ୍ରମ-ବେତାଳ ଭଳି। ଯାହାର ଉଦହରଣ ବିଭିନ୍ନ ସମୟରେ ଦେଖିବାକୁ ମିଳିାସାରିଛି। ସଦ୍ୟ ଏହାର ଉଦାହରଣ ହେଉଛି କଂଗ୍ରେସ-ବାମପନ୍ଥୀ ମେଣ୍ଟ। ଅନେକ ନିର୍ବାଚନରେ ଉଭୟେ ଏକାଠି ହୋଇଥିବା ବେଳେ ସମୟ ଚକ୍ରରେ ପରସ୍ପର ଠାରୁ ଦୂରେଇ ଯାଇଛନ୍ତି। କହିବାକୁ ଗଲେ କଂଗ୍ରେସ- ବାମଦଳ ସମ୍ପର୍କ ବିକ୍ରମ-ବେତାଳ ଭଳି। 

ଗତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଉଭୟ ଦଳ ମେଣ୍ଟ ହୋଇଥିଲା। ମାତ୍ର ୨୦୨୧ କେରଳ ବିଧାନସଭା ନିର୍ବାଚନରେ ପାରମ୍ପରିକ ପ୍ରତିତ୍ୱନ୍ଦ୍ୱୀ ଭାବେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ-ବାମପନ୍ଥୀ। 

୨୦୨୧ ବିଧାନସଭା ନିର୍ବାଚନ ପରେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଏବଂ ଦେଶର ପ୍ରମୁଖ ବାମପନ୍ଥୀ ରାଜନୈତିକ ଦଳ ସିପିଏମ ମଧ୍ୟରେ ପୁନର୍ବାର ମେଣ୍ଟ ଗଠନ ହେବାକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି। ବର୍ତ୍ତମାନ ରାଜ୍ୟ ରାଜନୀତିରେ ଉଭୟ ଏକାଠି ହେଉଥିବା ଦୃଶ୍ୟମାନ ହେଉଛନ୍ତି। ଉଭୟ ଦଳର ନେତାଙ୍କ ଦ୍ୱାରା ନିକଟରେ ନିଆଯାଇଥିବା କିଛି ପଦକ୍ଷେପ ଯେପରିକି ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସି ସରକାରଙ୍କ ବିରୋଧରେ ହୋଇଥିବା ମିଳିତ ଆନ୍ଦୋଳନ ରାଜ୍ୟରେ ଦୀର୍ଘକାଳୀନ ମେଣ୍ଟ ଗଠନ ନେଇ ସ୍ଥିତି ନିର୍ମାଣ କରୁଛି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ହେଉଛି ଏଭଳି ଏକ ପ୍ରସଙ୍ଗ ଯେଉଁଥିରେ ଉଭୟ କଂଗ୍ରେସ-ସିପିଏମ ରାଜ୍ୟରେ ମିଳିତ ଆନ୍ଦୋଳନ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏହି ପ୍ରସ୍ତାବକୁ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧିର ରଞ୍ଜନ ଚୌଧୁରୀ ପ୍ରଦାନ କରିଛନ୍ତି। ଏପରି ହେଲେ ଆଗାମୀ ୨୦୧୪ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ପୁଣି ଥରେ କଂଗ୍ରେସ-ସିପିଏମ ମଧ୍ୟରେ ମେଣ୍ଟ ହୋଇପାରେ। 

କଂଗ୍ରେସ ନେତା କହିଛନ୍ତି ଆମେ ଚାହୁଁଛୁ ବାମପନ୍ଥୀ ଦଳ ସମଗ୍ର ରାଜ୍ୟରେ ଆମ ସହ ଏକ ଜନ ଆନ୍ଦୋଳନ ଆୟୋଜନ କରନ୍ତୁ। ଏହାକୁ ଦେଶବ୍ୟାପୀ ଜନ ଆନ୍ଦୋଳନର ରୂପ ଦିଆଯିବ। ସିପିଏମ ପଶ୍ଚିମବଙ୍ଗ ରାଜ୍ୟ ଶାଖା ସଚିବ ତଥା ପାର୍ଟି ପଲିଟବୁରୋ ସଦସ୍ୟ ମହମ୍ମଦ ସଲିମଙ୍କ ଅନୁଯାୟୀ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ହେଲେ ଏହି ଆନ୍ଦୋଳନ ସଙ୍ଗଠିତ ନୁହେଁ। ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ, ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ ଏବଂ ପଶ୍ଚିମବଙ୍ଗ ଜନସେବା ଆୟୋଗ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି। ଏହି ଅସଙ୍ଗଠିତ ଆନ୍ଦୋଳନକୁ ଗୋଟିଏ ଛତା ତଳେ ଆଣିବାର ତତ୍କାଳ ଆବଶ୍ୟକତା ରହିଛି। ଆମେ ଏହି ପ୍ରସଙ୍ଗରେ କଂଗ୍ରେସ-ବାମପନ୍ଥୀ ମିଳିତ ଆନ୍ଦୋଳନ ପ୍ରସ୍ତାବକୁ ସ୍ୱାଗତ କରୁଛୁ।

ଏହି ମିଳିତ ଆନ୍ଦୋଳନକୁ ଦୀର୍ଘ ସମୟ ମଧ୍ୟରେ ଅଧିକ ନିର୍ବାଚନ ବ୍ୟବସ୍ଥାର ମୂଳଦୁଆ ଭାବରେ ଦେଖିବା ଉପରେ ସିପିଏମ ନେତା ସଲିମ କହିଛନ୍ତି ଯେ ସେମାନେ ସେହି ସମସ୍ତ ରାଜନୈତିକ ଦଳକୁ ଆହ୍ୱାନ ଦେଇଛନ୍ତି ଯେଉଁମାନେ ଉଭୟ ବିଜେପି ଏବଂ ଟିଏମସି ବିରୋଧରେ ଅଛନ୍ତି। ଏହି ମିଳିତ ଆନ୍ଦୋଳନ ପଦକ୍ଷେପ ପଛରେ ବଡ଼ ରାଜନୈତିକ ସମୀକରଣ ଦେଖିବାର କୌଣସି କାରଣ ନାହିଁ।

ଅନ୍ୟପଟେ ଅଧିର ରଞ୍ଜନ ଚୌଧରୀ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବହୁତ ସମୟ ବାକି ରହିଥିବାରୁ ଏହା ଦୀର୍ଘକାଳୀନ ରାଜନୈତିକ ସମୀକରଣର ବିଷୟ ନୁହେଁ। ରାଜ୍ୟ ରାଜନୀତିରେ ଶକ୍ତି ହାସଲ କରିବାକୁ କଂଗ୍ରେସ-ବାମଦଳ ମଧ୍ୟରେ ମେଣ୍ଟ ହୋଇପାରେ। 

Also Read: Lok Sabha Election 2024: ବିକ୍ରମ-ବେତାଳ ରାଜନୀତି, ପୁଣି ଏକାଠି ହେବେ କଂଗ୍ରେସ-ବାମପନ୍ଥୀ