ବିକ୍ରମ-ବେତାଳ ରାଜନୀତି: ପଶ୍ଚିମବଙ୍ଗରେ ବନ୍ଧୁତ୍ୱ, କେରଳରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବାମପନ୍ଥୀ
Advertisement

ବିକ୍ରମ-ବେତାଳ ରାଜନୀତି: ପଶ୍ଚିମବଙ୍ଗରେ ବନ୍ଧୁତ୍ୱ, କେରଳରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବାମପନ୍ଥୀ

ବିକ୍ରମ-ବେତାଳ କାହାଣୀର ସଦ୍ୟତମ ଉଦାହରଣ ହେଉଛି କଂଗ୍ରେସ-ବାମପନ୍ଥୀ ମେଣ୍ଟ। ଅନେକ ନିର୍ବାଚନରେ ଉଭୟେ ଏକାଠି ହୋଇଥିବା ବେଳେ ସମୟ ଚକ୍ରରେ ପରସ୍ପର ଠାରୁ ଦୂରେଇ ଯାଇଛନ୍ତି। 

ବିକ୍ରମ-ବେତାଳ ରାଜନୀତି: ପଶ୍ଚିମବଙ୍ଗରେ ବନ୍ଧୁତ୍ୱ, କେରଳରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବାମପନ୍ଥୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଯାଉଛି କେରଳ, ପଶ୍ଚିମବଙ୍ଗ ଆଦି ରାଜ୍ୟଦ୍ୱୟର ବିଧାନସଭା ନିର୍ବାଚନ। ଏହି ନିର୍ବାଚନକୁ ବେଶ ଲମ୍ବା ସମୟ ବାକି ରହିଥିବା ବେଳେ ଏବେ ଠାରୁ ଆରମ୍ଭ ହୋଇଗଲାଣି ମେଣ୍ଟ ଗଠନ ପ୍ରକ୍ରିୟା। ଏହି କ୍ରମରେ ଏକଦା ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାବେ ପରଚିତ ଥିବା କଂଗ୍ରେସ, ବାମଦଳ ମଧ୍ୟରେ ପ୍ରାକ୍ ନିର୍ବାଚନୀ ମେଣ୍ଟ ଗଠନ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ରାଜ ବିକ୍ରମଙ୍କ ସହ ବେତାଳର ରହିଥିବା ସମ୍ପର୍କ ବାବଦରେ ଆପଣ ଅନେକ କାହାଣୀ ପଢିଥିବେ। ହେଲେ ଏହାର ସଦ୍ୟତମ ଉଦାହରଣ ହେଉଛି କଂଗ୍ରେସ-ବାମପନ୍ଥୀ ମେଣ୍ଟ। ଅନେକ ନିର୍ବାଚନରେ ଉଭୟେ ଏକାଠି ହୋଇଥିବା ବେଳେ ସମୟ ଚକ୍ରରେ ପରସ୍ପର ଠାରୁ ଦୂରେଇ ଯାଇଛନ୍ତି। କହିବାକୁ ଗଲେ କଂଗ୍ରେସ- ବାମଦଳ ସମ୍ପର୍କ ବିକ୍ରମ-ବେତାଳ ଭଳି।  

fallback

ଆସନ୍ତା ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନରେ (Bengal Assembly Election 2021) ଦଳ ବାମପନ୍ଥୀଙ୍କ ମେଣ୍ଟ ଗଠନ କରିବା ନେଇ ଟ୍ୱିଟ କରି ଜଣାଇଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା (Congress Parliamentary Leader) ତଥା ପଶ୍ଚିମବଙ୍ଗର ବ୍ରହ୍ମପୁର ଲୋକସଭା ଆସନ (Berhampore Lok Sabha Seat) ସାଂସଦ ଅଧିର ରଞ୍ଜନ ଚୌଧୁରୀ (Adhir Ranjan Chowdhury)।       fallback          

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ (Congress) ନେତା ଅଧିର ରଞ୍ଜନ କହିଛନ୍ତି ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାମ ଦଳ (Left Party) ସହ ମେଣ୍ଟ ଗଠନ କରିବ। ଏନେଇ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ମଞ୍ଜୁରୀ ମିଳିସାରିଛି। କଂଗ୍ରେସ-ବାମ ଦଳ ମଧ୍ୟରେ ମେଣ୍ଟ ଗଠନ ନେଇ ଔପଚାରିକ ଭାବେ ଘୋଷଣା ହେବା ପରେ ଆଗାମୀ ପଶ୍ଚିମବଙ୍ଗ ବିଧାନସଭାରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ। ଏଥର ଲଢେଇ ଶାସକ ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC), ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ଏବଂ କଂଗ୍ରେସ ନେତୃତ୍ୱାଧିନ ବାମପନ୍ଥୀଙ୍କୁ ନେଇ ଗଠିତ ପ୍ରସ୍ତାବିତ ମେଣ୍ଟ ମଧ୍ୟରେ ହେବ। 

 

Also Read: ବିଜେଡ଼ି ଜାରି କଲା ମୁଖପାତ୍ର ପ୍ୟାନେଲିଷ୍ଟଙ୍କ ନାମ, ଚନ୍ଦ୍ରାଣୀଙ୍କୁ ମିଳିଲା ଏହି ଦାୟିତ୍ୱ

ହେଲେ କଂଗ୍ରେସ ସହ ବାମପନ୍ଥୀଙ୍କ ମେଣ୍ଟକୁ ନେଇ ଏବେ ଜୋରସୋରରେ ଚାଲିଛି। କାରଣ ଉଭୟ ଦଳ କେରଳ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା। କାରଣ ସ୍ୱାଧିନତା ପର ଠାରୁ ଏହି ୨ ରାଜ୍ୟରେ ଉଭୟ ଦଳ ପାଳି କରି କ୍ଷମତାରେ ରହି ଆସିଛନ୍ତି। ୧୯୫୨ ମସିହାରୁ ୧୯୭୭ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ କଂଗ୍ରେସ ସରକାର ଗଠିତ ହୋଇଥିଲା। ଏହି ସମୟ ମଧ୍ୟରେ ବିରୋଧି ଆସନରେ ବସିଥିଲା  ବାମ ଦଳ। 

ଅନ୍ୟପଟେ ୧୯୭୭ ମସିହାରୁ ୨୦୧୧ ଯାଏଁ ଲଗାତାର ଭାବେ ୩୪ ବର୍ଷ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ବାମପନ୍ଥୀଙ୍କ ଦ୍ୱାରା ଶାସିତ ହୋଇଥିଲା। ୧୯୭୭-୨୦୦୦ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟ ବିରୋଧି ଦଳ ଆସନରେ ବସୁଥିଲା କଂଗ୍ରେସ। ହେଲେ ୧୯୯୭ ମସିହାରେ ପଶ୍ଚିମବଙ୍ଗ କଂଗ୍ରେସରେ ବିଭାଜନ ହେବା ସହ ତୃଣମୂଳ କଂଗ୍ରେସ ଗଠିତ ହୋଇଥିଲା। ଏହା ପରେ ୨୦୦୦-୨୦୧୧ ପର୍ଯ୍ୟନ୍ତ ରାଜ୍ୟର ବିରୋଧି ଆସନ କଂଗ୍ରେସ ଠାରୁ ଛଡାଇ ନେଇଥିଲା ତୃଣମୂଳ କଂଗ୍ରେସ। 

fallback

୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ  କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିଥିଲା ଟିଏମସି। ଆଉ ବିରୋଧି ଆସନରେ ବସିଥିଲା ବାମଦଳ। ହେଲେ ୨୦୧୬ ବିଧାନସଭା ନିର୍ବାଚନରେ ବାମପନ୍ଥୀ ସହ ବୁଝାମଣା କରି ନିର୍ବାଚନ ଲଢିଥିଲା କଂଗ୍ରେସ। ଆଉ ଏଥିରୁ ଫାଇଦା ଦଳକୁ ମିଳିଥିବା ବେଳେ କ୍ଷତିଗ୍ରସ୍ତ ହୋଇଥିଲେ ବାମପନ୍ଥୀ। କାରଣ ରାଜ୍ୟର ମୁଖ୍ୟ ବିରୋଧି ଦଳ ଆସନ ବାମପନ୍ଥୀଙ୍କ ପାଖରୁ ଛଡାଇ ନେଇଥିଲା କଂଗ୍ରେସ। ଆଗାମୀ ୨୦୨୧ ନିର୍ବାଚନରେ ଏହାର ପୁନରାବୃତ୍ତି ହେବାକୁ ଯାଉଛି। 

ପୂର୍ବରୁ ଲୋକସଭା ନିର୍ବାଚନରେ ଉଭୟ ଦଳ ଏକାଠି ନିର୍ବାଚନ ଲଢିଥିଲେ ମଧ୍ୟ ଏହି ମେଣ୍ଟକୁ ବିଶେଷ ସଫଳତା ମିଳିନଥିଲା। ଗତ ୨୦୧୯ ନିର୍ବାଚନରେ ରାଜ୍ୟର ମୋଟ ୪୨ଟି ଲୋକସଭା ନିର୍ବାଚନରେ ଶାସକ ଟିଏମସି ୨୨, ବିରୋଧି ବିଜେପି ୧୮ ଏବଂ କଂଗ୍ରେସ ୨ଟି ଆସନ ହାତେଇଥିଲେ। ଅନ୍ୟପଟେ ବାମ ଦଳ ସମ୍ପୂର୍ଣ୍ଣ ମୂଳପୋଛ ହୋଇଯାଇଥିଲା। ଏପରିକି ବାମଦଳ ଗୋଟିଏ ଆସନ ପାଇବାକୁ ସକ୍ଷମ ହୋଇନଥିଲା।     

Also Read: ଜେଡିୟୁକୁ ଲାଗିଲା ବଡ଼ ଝଟକା, ଦଳ ଛାଡ଼ି ବିଜେପିରେ ସାମିଲ ହେଲେ ୬ ବିଧାୟକ

 

କେରଳରେ ମଧ୍ୟ ସ୍ଥିତି  ସମାନ। ସ୍ୱାଧିନତା ପରେ ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ସର୍ବପ୍ରଥମେ ୧୯୫୭ ମସିହାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଉ ରାଜ୍ୟରେ ବାମପନ୍ଥୀ ସରକାର ଗଠିତ ହୋଇଥିଲା। ଏହାପରେ ୧୯୬୦ ବିଧାନସଭା ନିର୍ବାଚନରେ  କଂଗ୍ରେସ ବାଜିମାତ କରିବା ସହ ସରକାର ଗଠନ କରିଥିଲା। ସେବେଠାରୁ ପାଳ କରି କେରଳର ଶାସନ ଗାଦିକୁ ନିୟନ୍ତ୍ରଣରେ ରଖି ଆସୁଛନ୍ତି କଂଗ୍ରେସ-ବାମପନ୍ଥୀ।

fallback

ବିଗତ ଦିନରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ନିର୍ବାଚନରେ କଂଗ୍ରେସ-ବାମପନ୍ଥୀ ମେଣ୍ଟ ହୋଇଆସୁଛି। ହେଲେ ଏହାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି। ୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସ ସବୁଠୁ ବଡ ଦଳ ଭାବେ ଉଭା ହେବା ସହ ବାମ ଦଳର ସମର୍ଥନ କ୍ରମେ କେନ୍ଦ୍ରରେ ସରକାର ଗଠନ କରିଥିଲା। ହେଲେ ୨୦୦୯ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାର ବର୍ଷେ ପୂର୍ବରୁ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ ବାମପନ୍ଥୀ। ହେଲେ ପରେ ଉଭୟ ଦଳ ଅନେକ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ନିର୍ବାଚନରେ ମେଣ୍ଟ କରି ନିର୍ବାଚନ ଲଢିଛନ୍ତି। ଯାହା ମଧ୍ୟରେ ରହିଛି ଓଡିଶା, ବିହାର, ତାମିଲନାଡୁ ଆଦି ରାଜ୍ୟ।