ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ପ୍ରତିବାଦରେ ରବିବାର ଜୟପୁର ଠାରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରିବା ଅବସରରେ ହିନ୍ଦୁ ଏବଂ ହିନ୍ଦୁତ୍ୱ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରଖିଥିବା ବୟାନକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି ପ୍ରଶ୍ନ କରି କହିଛନ୍ତି ଏହା କଣ କଂଗ୍ରେସ ଦଳର ଧର୍ମନିରପେକ୍ଷ ଏଜେଣ୍ଡା।  


COMMERCIAL BREAK
SCROLL TO CONTINUE READING

ଜୟପୁର ଠାରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ (Congress Leader Rahul Gandhi) କହିଥିଲେ ଏହି ଦେଶ ହେଉଛି ହିନ୍ଦୁଙ୍କ (Hindu) ଦେଶ। ହିନ୍ଦୁତ୍ୱବାଦୀଙ୍କ (Hindutva) ନୁହେଁ। ଯଦି ଦେଶରେ ମୁଦ୍ରାସ୍ଫୀତି କିମ୍ବା ଦରଦାମ ବୃଦ୍ଧି ଜନିତ ସମସ୍ୟା ରହିଛି ତାହେଲେ ଏହି କାର୍ଯ୍ୟ ହିନ୍ଦୁତ୍ୱବାଦୀ କରିଛନ୍ତି। ହିନ୍ଦୁତ୍ୱବାଦୀଙ୍କୁ ଯେକୌଣସି ପରିସ୍ଥିତି କ୍ଷମତା ଆବଶ୍ୟକ।  ହିନ୍ଦୁ ଏବଂ ହିନ୍ଦୁତ୍ୱବାଦ ଦୁଇଟି ଭିନ୍ନ ଭିନ୍ନ ଶବ୍ଦ ବୋଲି ସେ କହିଛନ୍ତି। ଏହାକୁ ବର୍ଣ୍ଣନା କରି ସେ କହିଛନ୍ତି ଯେ ଯେପରି ଦୁଇଟି ଜୀବର ଗୋଟିଏ ଆତ୍ମା ​​ରହିପାରିବ ନାହିଁ ସେହି ପରି ଦୁଇଟି ଶବ୍ଦର ସମାନ ଅର୍ଥ ରହିପାରିବ ନାହିଁ। କାରଣ ପ୍ରତ୍ୟେକ ଶବ୍ଦର ଭିନ୍ନ ଅର୍ଥ ରହିଛି।


Also Read: ପ୍ରିୟଙ୍କା ଗାନ୍ଧୀ କହିଲେ...ସେ ପର୍ଯ୍ୟନ୍ତ ଚାଲିବ ଧର୍ମ ରାଜନୀତି!


ହିନ୍ଦୁ ହେଉଛି ସିଏ ଯିଏ ପ୍ରତ୍ୟେକଙ୍କୁ ଆଲିଙ୍ଗନ କରିଥାନ୍ତି। ଦେଶରୁ ହିନ୍ଦୁତ୍ୱବାଦୀଙ୍କୁ ହଟାଇ ହିନ୍ଦୁ୍ଙ୍କ ଶାସନ ଫେରାଇ ଆଣିବାକୁ ହେବ। ସେ ହେଉଛି ପ୍ରକୃତ ହିନ୍ଦୁ ଯିଏ ସମସ୍ତଙ୍କୁ ଆଲିଙ୍ଗନ କରିଥାଏ, କାହାକୁ ଡରିନଥାଏ ଏବଂ ସବୁ ଧର୍ମକୁ ସମ୍ମାନ କରିଥାଏ। ନିଜର ବୟାନକୁ ନେଇ ରାଜନୀତି ସରଗରମ ହେବା ପରେ ଏହାର ଜବାବ ରଖି ରାହୁଲ ଗାନ୍ଧୀ କହିଛନ୍ତି ହିନ୍ଦୁତ୍ୱବାଦୀ ମୋ କଥା ଶୁଣିବା ପରେ ମୋତେ ଟାର୍ଗେଟ କରିବେ। ହେଲେ ମୁଁ ଏହାକୁ ଭୟ କରେ ନାହିଁ। 


Also Read: କେଉଁ ସରକାର ଅମଳରେ ହୋଇଥିଲା ଗୁଜୁରାଟ ଦଙ୍ଗା? CBSE ପ୍ରଶ୍ନର ଜବାବ ଦେଲେ Asaduddin Owaisi


ରାହୁଲ ଗାନ୍ଧୀଙ୍କ ଏହି ବୟାନ ଉପରେ ଜବାବ ରଖି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି କହିଛନ୍ତି (AIMIM Chief Asaduddin Owaisi) ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ହିନ୍ଦୁତ୍ୱ ପାଇଁ ଭୂମି ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ସେମାନେ ବହୁସଂଖ୍ୟକବାଦୀଙ୍କ ଫସଲ ଅମଳ କରିବାକୁ ଚେଷ୍ଟା କରୁଛନ୍ତି। ଆସନ୍ତାବର୍ଷ ହିନ୍ଦୁଙ୍କୁ କ୍ଷମତାକୁ ଆଣିବା ଏକ ଧର୍ମନିରପେକ୍ଷ ଏଜେଣ୍ଡା। ଭାରତ ହେଉଛି ସମସ୍ତ ଭାରତୀୟଙ୍କ ପାଇଁ  କେବଳ ହିନ୍ଦୁଙ୍କ ଲାଗି ନୁହେଁ। ଭାରତ ହେଉଛି ସମସ୍ତ ଧର୍ମର ଲୋକଙ୍କ ପାଇଁ  ଏବଂ ଯେଉଁ ଲୋକଙ୍କ ବିଶ୍ୱାସ ସେମାନଙ୍କ ପାଇଁ ମଧ୍ୟ।


Also Read: ଯଦି ଆପଣ ସନ୍ନ୍ୟାସୀ ତାହେଲେ ପାହାଡରେ କାହିଁକି କରୁନାହାଁନ୍ତି ତପସ୍ୟା?


ଏ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ୍ କହିଛନ୍ତି ଯିଏ ହିନ୍ଦୁ ହେବା ସତ୍ତ୍ୱେ ହିନ୍ଦୁତ୍ୱବାଦୀ ନୁହେଁ ସେ ହେଉଛି ଜଣେ ନକଲି ହିନ୍ଦୁ। ଅନ୍ୟ ବିଏସପି ନେତା ସୁରେନ୍ଦ୍ର ଜୈନା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ତାଙ୍କୁ ଦେଶର ସବୁଠାରୁ ଭ୍ରମିତ ନେତା ବୋଲି କହିଛନ୍ତି। ସେମାନେ ହିନ୍ଦୁ କିମ୍ବା ହିନ୍ଦୁତ୍ୱକୁ ବୁଝନ୍ତି ନାହିଁ କିମ୍ବା ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଜାଣନ୍ତି ନାହିଁ। ରାହୁଲ ଗାନ୍ଧୀ ତାଙ୍କ ଗୋତ୍ରକୁ ତାଙ୍କ ପୂର୍ବ ପୁରୁଷଙ୍କ ଯୋଡିବା କଥା ମଧ୍ୟ ବୁଝନ୍ତି ନାହିଁ।