ଯଦି ଆପଣ ସନ୍ନ୍ୟାସୀ ତାହେଲେ ପାହାଡରେ କାହିଁକି କରୁନାହାଁନ୍ତି ତପସ୍ୟା?
Advertisement

ଯଦି ଆପଣ ସନ୍ନ୍ୟାସୀ ତାହେଲେ ପାହାଡରେ କାହିଁକି କରୁନାହାଁନ୍ତି ତପସ୍ୟା?

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେବା ଅବସରରେ ରାଜ୍ୟନୀତିରେ ପ୍ରବେଶ କରିବାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଚରା ଯାଇଥିଲା ଏକ ପ୍ରଶ୍ନ। 

ଯଦି ଆପଣ ସନ୍ନ୍ୟାସୀ ତାହେଲେ ପାହାଡରେ କାହିଁକି କରୁନାହାଁନ୍ତି ତପସ୍ୟା?

ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ରାଜ୍ୟରେ କ୍ଷମତୀସୀନ ବିଜେପି ଲାଗି ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅନ୍ୟପଟେ ରାଜ୍ୟର ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଦଳୀୟ ପ୍ରଚାରକୁ ଆଗେଇ ନେଉଛନ୍ତି। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ।

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେବା ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଚରା ଯାଇଥିଲା ଏକ ପ୍ରଶ୍ନ। ଏହି ପ୍ରଶ୍ନ ଥିଲା ଯଦି ଆପଣ ସନ୍ନ୍ୟାସୀ ତାହେଲେ ପାହାଡରେ କାହିଁକି କରୁନାହାଁନ୍ତି ତପସ୍ୟା? ଜଣେ  ସନ୍ନ୍ୟାସୀ କ’ଣ ଚାହାଁନ୍ତି? ଜାତିଗତ ଘୃଣା ବିଦ୍ୱେଷ ଚାହାଁନ୍ତି? ଘୃଣା ପ୍ରଚାର କରି ରାଜନୀତିକୁ ଅପରିଷ୍କାର କରିବା ଏବଂ ମୁଖ୍ୟମନ୍ତ୍ରୀ ହେବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା।

Also Read: କବରସ୍ଥାନ ନୁହେଁ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଖର୍ଚ୍ଚ କରୁଛୁ ଲୋକଙ୍କ ଟଙ୍କା: UP CM Yogi

ଏଭଳି ପ୍ରଶ୍ନ ଶୁଣିବା ପରେ ମୁଖ୍ୟ ଯୋଗୀ ହସି ସହ ଏହାର ଜବାବ ରଖି ସେ କହିଥିଲେ ସେମାନେ ଭାରତରେ ସନ୍ନ୍ୟାସୀର ଅର୍ଥ କ'ଣ ତାହା ଜାଣି ନାହାଁନ୍ତି। ଜ୍ଞାନ ପ୍ରାପ୍ତ କରିବା ପରେ ବୁଦ୍ଧ ତାଙ୍କ ଜୀବନର ୪୬ ବର୍ଷ କାଳ ସମୟ ଲୋକ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ। ଆମେ ଦେଶରେ ରାଷ୍ଟ୍ରୀୟତ ପାଇଁ ରାଜନୀତିକୁ ଏକ ମଞ୍ଚ ଭାବେ ପ୍ରସ୍ତୁତ କରିବା ପାଇଁ ଆମେ କ୍ରମାଗତ ଭାବେ କାର୍ଯ୍ୟ କରୁଛୁ। ଯେଉଁଠି ଭାରତୀୟତା କିମ୍ବା ଜାତୀୟତାକୁ ଦବାଇବା ପାଇଁ କାର୍ଯ୍ୟ କରାଯାଏ ଆମେ ସେଭଳି କାର୍ଯ୍ୟ କରୁଥିୁବା ଲୋକଙ୍କୁ ଜବାବ ଦେବା ପାଇଁ ଆମେ ରାଜନୀତିକୁ ଏକ ମଞ୍ଚ ଭାବେ ବ୍ୟବହାର କରୁଛୁ। ଏଥିରେ ଜାତି, ଧର୍ମ, ଗୋଷ୍ଠୀର କୌଣସି ଭୂମିକା ନାହିଁ। 

Also Read: କବ୍ରୀସ୍ଥାନ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଏବେ ମନ୍ଦିର ପାଇଁ ଖର୍ଚ୍ଚ ହେଉଛି: UP CM Yogi

ଆପଣ କାହିଁକି ଇଦ୍ ପାଳନ କରନ୍ତି ନାହିଁ? ଏହାର ଜବାବ ରଖୁ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ମୋର ଆସ୍ଥା ମୋ ସହ ରହିଛି। ମୁଁ କାହିଁକି ଜବରଦସ୍ତ ଏଭଳି କପଟ ଆଚରଣ କରିବା ଭଳି କାମ କରିବି। ଯେଉଁଠାରେ ମୋର ବିଶ୍ୱାସ ରହିଛି ମୁଁ ତାହା କରିବି। ମୁଁ ସେଭଳି ଲୋକଙ୍କ ମଧ୍ୟରୁ ନୁହେଁ ଯିଏ ଲୁଚେଇ ଲୁଚେଇ ଟିକା ଲଗାନ୍ତି ଆଉ ଗୋଲ ଟୋପି ପିନ୍ଧି ସମ୍ମିଳନୀରେ ଯୋଗଦିଅନ୍ତି। ଯଦି ମୁଁ ଟିକା ଲଗାଏ ତାହେଲେ କେବଳ ଟିକା ଲଗାଇବି। ଯଦି ମୁଁ ରକ୍ଷା ସୂତ୍ର ବାନ୍ଧେ ତାହେଲେ କେବଳ ରକ୍ଷା ସୂତ୍ର ହିଁ ବାନ୍ଧିବି। ମୋର ରାଜନୀତି ସମ୍ପୂର୍ଣ୍ମ ଭାବେ ସ୍ପଷ୍ଟ। ଯଦି ମୁଁ ଗୋଲ ଟିପି ପିନ୍ଧେ ନାହିଁ ତାହେଲେ କେବେ ହେଲ ମୁଁ ଏହାକୁ ପିନ୍ଧିବି ନାହିଁ। ମୋତେ ଯାହା କରିବା ଆବଶ୍ୟକ ମୁଁ ତାହା ହିଁ କରିବି।