କେଉଁ ସରକାର ଅମଳରେ ହୋଇଥିଲା ଗୁଜୁରାଟ ଦଙ୍ଗା? CBSE ପ୍ରଶ୍ନର ଜବାବ ଦେଲେ Asaduddin Owaisi
Advertisement
Article Detail0/zeeodisha/odisha1039500

କେଉଁ ସରକାର ଅମଳରେ ହୋଇଥିଲା ଗୁଜୁରାଟ ଦଙ୍ଗା? CBSE ପ୍ରଶ୍ନର ଜବାବ ଦେଲେ Asaduddin Owaisi

ପ୍ରଶ୍ନପତ୍ର କେବଳ ପାଠ୍ୟକ୍ରମ ସହ ଜଡି଼ତ ହେବା ଆବଶ୍ୟକ। 

କେଉଁ ସରକାର ଅମଳରେ ହୋଇଥିଲା ଗୁଜୁରାଟ ଦଙ୍ଗା? CBSE ପ୍ରଶ୍ନର ଜବାବ ଦେଲେ Asaduddin Owaisi

ନୂଆଦିଲ୍ଲୀ: ବୁଧବାର ଅନୁଷ୍ଠିତ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ସମାଜ ବିଜ୍ଞାନ ବିଷୟ ପରୀକ୍ଷାରେ ପଚରା ଯାଇଥିବା ଏକ ପ୍ରଶ୍ନକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହି ପ୍ରଶ୍ନ ଗତ ୨୦୦୨ ମସିହାରେ ହୋଇଥିବା ଗୁଜୁରାଟ ଦଙ୍ଗା ସହିତ ଜଡିତ। ଏ ଘଟଣାରେ ଜଡି଼ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। 

ଗତ ୨୦୦୨ ମସିହାରେ ହୋଇଥିବା ଗୁଜୁରାଟ ଦଙ୍ଗାକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖିଛନ୍ତି ଏଆଇଆଇଏମ ମୁଖ୍ୟ (AIMIM Chief) ଅସାଦୁଦ୍ଦିନ ଓୱେସି (Asaduddin Owaisi)। ଏହାକୁ ସେ ଠିକ ବୋଲି ଦର୍ଶାଇବା ସହ ଏହା ଏକ ତଥ୍ୟାତ୍ମକ ପ୍ରଶ୍ନ ବୋଲି କହିଛନ୍ତି ସେ। ଏହି ଦଙ୍ଗା ହେବା ସମୟରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି। ଏଭଳି ପ୍ରଶ୍ନ ପଚାରିବାରେ ଭୁଲ୍ କେଉଁଠି ରହିଛି ବୋଲି  ସେ ନେଇ ଜବାବ ମାଗିଛନ୍ତି ଓୱେସୀ। 

Also Read: ମୁଁ କାହା ଏଜେଣ୍ଟ ତାହା ସ୍ଥିର କରନ୍ତୁ ଅଖିଲେଶ ଯାଦବ-ମୁଖ୍ୟମନ୍ତ୍ରୀ ଯୋଗୀ: ଅସାଦୁଦ୍ଦିନ ଓୱେସୀ

ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ସମାଜ ବିଜ୍ଞାନ ବିଷୟ ପରୀକ୍ଷାରେ ଏକ ପ୍ରଶ୍ନ ପଚରା ଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ୨୦୦୨ ମସିହାରେ ଗୁଜୁରାଟରେ ହୋଇଥିବା ମୁସଲମାନ ବିରୋଧି ଦଙ୍ଗା ସମୟରେ କେଉଁ ଦଳ ଏହି ରାଜ୍ୟରେ ଶାସନ କରୁଥିଲା। ଏହାକୁ ନେଇ ବିବାଦ ତେଜିବା ପରେ ସିବିଏସଇ ଏହାକୁ ପାଠ୍ୟକ୍ରମ ବର୍ହିଭୂତ ପ୍ରଶ୍ନ ବୋଲି ଦର୍ଶାଇଛି। ଏଭଳି ପ୍ରଶ୍ନପତ୍ର ପ୍ରସ୍ତୁତ କରିବାରେ ଜଡି଼ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି।   

Also Raed: ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ ସମାଜବାଦୀ ପାର୍ଟି ଏଜେଣ୍ଟ; ଜବାବ ରଖିଲେ ଅସାଦୁଦ୍ଦିନ ଓୱେସି

ବୋର୍ଡ ଦ୍ୱାରା ପରିଚାଳିତ ଲାଗି ପରୀକ୍ଷା ଲାଗି ପ୍ରଶ୍ନପତ୍ର କିପରି ହେବା ଆବଶ୍ୟକ ସେ ନେଇ ଆବଶ୍ୟକୀୟ ମାନଦଣ୍ଡ ରହିଥିବା ସିବିଏସଇ ପକ୍ଷରୁ କୁହାଯାଇଛି। ପ୍ରଶ୍ନପତ୍ର କେବଳ ପାଠ୍ୟକ୍ରମ ସହ ଜଡି଼ତ ହେବା ଆବଶ୍ୟକ। ପ୍ରଶ୍ନପତ୍ର ଏଭଳି ବିଷୟ ସହ ଜଡି଼ତ ହେବା ଆବଶ୍ୟକ ନୁହେଁ ଯାହା ରାଜନୈତିକ କିମ୍ବା ସାମାଜିକ ଆଧାରରେ  ଲୋକଙ୍କ ଭାବନାକୁ କ୍ଷତି ପହଞ୍ଚାଉଥିବ। 

Also Read: RSS ଏଜେଣ୍ଡା ଅନୁସାରେ କାମ କରୁଛନ୍ତି Asaduddin Owaisi: BSP

ସିବିଏସ୍ଇ ବୋର୍ଡ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ସମାଜ ବିଜ୍ଞାନ ବିଷୟ ପରୀକ୍ଷାରେ ଏକ ପ୍ରଶ୍ନ କରାଯାଇଥିଲା। ଯାହା ହେଉଛି  ୨୦୦୨ ମସିହାରେ ଗୁଜୁରାଟରେ ହୋଇଥିବା ମୁସଲମାନ ବିରୋଧି ଦଙ୍ଗା ସମୟରେ କେଉଁ ଦଳ ଏଠାରେ ଶାସନ କରୁଥିଲା। ଏହି ପ୍ରଶ୍ନର ୪ଟି ଉତ୍ତର ରହିଥିଲା। ତାହା ହେଉଛି କଂଗ୍ରେସ, ବିଜେପି, ଡେମୋକ୍ରାଟିକ ଏବଂ ରିପବ୍ଲିକ। ଗତ ୨୦୦୨ ମସିହାରେ ଗୁଜୁରାଟର ଗୋଧ୍ରା ରେଲୱେ ଷ୍ଟେସନ ଠାରେ ସାବରମତି ଏକ୍ସପ୍ରେସ ଟ୍ରେନର ଦୁଇଟି ବଗିକୁ ଜାଳି ଦେବା ପରେ ସମଗ୍ର ରାଜ୍ୟରେ ଦଙ୍ଗା ବ୍ୟାପି ଯାଇଥିଲା। ଟ୍ରେନରେ ନିଆଁ ଲଗାଇବା କାରଣରୁ ୫୯ ଜଣ ହିନ୍ଦୁ କରସେବକଙ୍କ ମୃତ୍ୟୁ ହୋଇଥିଲା। ବହୁ ଚର୍ଚ୍ଚିତ ଗୋଧ୍ରା ଦଙ୍ଗାରେ ପ୍ରାୟ ୧ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।