କୋରୋନା ସଙ୍କଟ: ବିଧାୟକଙ୍କ ହାତରେ ପରିଚାଳନା ଦାୟିତ୍ୱ ଟେକି ଦେବା ଉଚିତ କି ?
ପ୍ରବାସୀ ଶ୍ରମିକଙ୍କୁ ଥଇଥାନ ହେଉ କି ସଙ୍ଗରୋଧ କେନ୍ଦ୍ରର ପରିଚାଳନା । ବିଧାନସଭା କ୍ଷେତ୍ରରେ ଘରକୁ ଘର ସର୍ଭେ ହେଉ କି ରିଲିଫ୍ ବଂଟନ କାର୍ଯ୍ୟକ୍ରମ । ପିଡ଼ିଏସ୍ ସାମଗ୍ରୀ ହେଉ କି ସରକାରଙ୍କ ପ୍ୟାକେଜ୍ ଏହାର ତଦାରଖ ବ୍ୟବସ୍ଥା ସାଙ୍ଗକୁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅନୁଧ୍ୟାନ । ପଂଚାୟତରେ କେଉଁଠି ହେବ ସଙ୍ଗରୋଧ କେନ୍ଦ୍ର? କେଉଁ ଜାଗାରେ ହେବ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ? ନିର୍ବାଚନମଣ୍ଡଳୀରେ କେଉଁଠି ହେବ କୋଭିଡ଼ ହସ୍ପିଟାଲ ? ସଙ୍ଗରୋଧ କେନ୍ଦ୍ରରେ ଅମାନିଆଙ୍କୁ କିପରି ସାବାଡ଼ କରାଯିବ ? ସଙ୍ଗରୋଧ କେନ୍ଦ୍ର ରୋଷେଇ ଏବଂ ଦେଖାଶୁଣା ଦାୟିତ୍ୱ କାହା ହାତରେ ରହିବ ? ଏସବୁ ପ୍ରସଙ୍ଗରେ ବିଧାୟକଙ୍କୁ ସାମିଲ କରାଯାଉ । କୋଭିଡ଼-19 ମୁକାବିଲାରେ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଉ । ଏଭଳି ଅନୁରୋଧ କରି କେବଳ ବିରୋଧି ବିଧାୟକ ନୁହନ୍ତି, ଶାସକ ଦଳର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିଧାୟକଙ୍କ ଆବଶ୍ୟକତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା ମହାମାରୀ ମୁକାବିଲାରେ ବିଧାୟକଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ? ବିଧାୟକମାନଙ୍କ ହାତରେ ପରିଚାଳନା ଦାୟିତ୍ୱ ଟେକିଦେବା ଉଚିତ କି ? ବିଧାୟକମାନଙ୍କୁ ସଙ୍ଗରୋଧ କେନ୍ଦ୍ରର ବୁଝାସୁଝା ଦାୟିତ୍ୱ ଦେବା କଥା କି ? କୋରୋନା ମୁକାବିଲାରେ ବିଧାୟକମାନଙ୍କୁ ଅନୁଧ୍ୟାନ ଦାୟିତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶାସକ ଓ ବିରୋଧି ବିଧାୟକଙ୍କ ଚିଠି ପରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାକୁ ନେଇ ବିଶେଷଜ୍ଞମାନଙ୍କ ମିଶ୍ରିତ ପ୍ରତିକିୟା ଆସିଛି । ଗାଁର ସାଧାରଣ ଲୋକେ ଅଫିସରଙ୍କ ଠାରୁ ବିଧାୟକଙ୍କ କଥା ଅଧିକ ମାନିବେ ହେଲେ କାମରେ ଭୂଲ୍ ହେଲେ ଅଫିସରମାନେ ଉତ୍ତର ଦାୟୀ ରହିବେ ବୋଲି କିଛି ମତ ଦେଇଥିବା ବେଳେ ଆଉ କିଛି କହିଛନ୍ତି, ବିଧାୟକମାନଙ୍କୁ ଦାୟିତ୍ୱ ଦେଲେ ସମ୍ପୂର୍ଣ୍ଣ ପ୍ରକ୍ରିୟା ରାଜନୀତିକରଣ ହୋଇଯିବ । ସାରା ଦେଶରେ କୋରୋନା ମୁକାବିଲା ଅଫିସରଙ୍କ ଦ୍ୱାରା ଚାଲିଛି ଏବଂ ଏହା ହେବା ଉଚିତ ବୋଲି ସମୀକ୍ଷକ ମତ ଦେଇଛନ୍ତି ।
ପ୍ରବାସୀ ଶ୍ରମିକଙ୍କୁ ଥଇଥାନ ହେଉ କି ସଙ୍ଗରୋଧ କେନ୍ଦ୍ରର ପରିଚାଳନା । ବିଧାନସଭା କ୍ଷେତ୍ରରେ ଘରକୁ ଘର ସର୍ଭେ ହେଉ କି ରିଲିଫ୍ ବଂଟନ କାର୍ଯ୍ୟକ୍ରମ । ପିଡ଼ିଏସ୍ ସାମଗ୍ରୀ ହେଉ କି ସରକାରଙ୍କ ପ୍ୟାକେଜ୍ ଏହାର ତଦାରଖ ବ୍ୟବସ୍ଥା ସାଙ୍ଗକୁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅନୁଧ୍ୟାନ । ପଂଚାୟତରେ କେଉଁଠି ହେବ ସଙ୍ଗରୋଧ କେନ୍ଦ୍ର? କେଉଁ ଜାଗାରେ ହେବ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ? ନିର୍ବାଚନମଣ୍ଡଳୀରେ କେଉଁଠି ହେବ କୋଭିଡ଼ ହସ୍ପିଟାଲ ? ସଙ୍ଗରୋଧ କେନ୍ଦ୍ରରେ ଅମାନିଆଙ୍କୁ କିପରି ସାବାଡ଼ କରାଯିବ ? ସଙ୍ଗରୋଧ କେନ୍ଦ୍ର ରୋଷେଇ ଏବଂ ଦେଖାଶୁଣା ଦାୟିତ୍ୱ କାହା ହାତରେ ରହିବ ? ଏସବୁ ପ୍ରସଙ୍ଗରେ ବିଧାୟକଙ୍କୁ ସାମିଲ କରାଯାଉ । କୋଭିଡ଼-19 ମୁକାବିଲାରେ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଉ । ଏଭଳି ଅନୁରୋଧ କରି କେବଳ ବିରୋଧି ବିଧାୟକ ନୁହନ୍ତି, ଶାସକ ଦଳର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିଧାୟକଙ୍କ ଆବଶ୍ୟକତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷଜ୍ଞଙ୍କ ମତରେ ଯଦିଓ ଗାଁ ଲୋକେ ଅଫିସରଙ୍କ ଠାରୁ ବିଧାୟକଙ୍କ କଥାକୁ ଅଧିକ ଗୁରୁତ୍ୱ ଦେବେ, ହେଲେ କାର୍ଯ୍ୟରେ ଅବହେଳା ହେଲେ ଅଫିସରଙ୍କ ଭଳି ବିଧାୟକଙ୍କ ଉତ୍ତରଦାୟିତ୍ୱ ରହିବ ନାହିଁ ।
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ମୁଖ୍ୟମନ୍ତ୍ରୀ ଚିଠି ଲେଖି ତାଙ୍କୁ କୋରୋନା ମୁକାବିଲାରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ଅନ୍ୟ କଂଗ୍ରେସ ବିଧାୟକ ଅନୁରୂପ ମତ ପୋଷଣ କରିଛନ୍ତି । ହେଲେ କୋରୋନା ଭଳି ମହାମାରୀଙ୍କୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସାରା ଦେଶରେ କେଉଁଠି ବି ବିଧାୟକ ବା ସାଂସଦମାନଙ୍କୁ ପ୍ରତ୍ୟକ୍ଷ ଭାବେ ସାମିଲ କରାଯାଇନାହିଁ । ହେଲେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । କେଉଁଠି ସରପଂଚ ସେମାନଙ୍କ ଦାୟିତ୍ୱ ଠିକ୍ ଭାବେ ତୁଲାଉଛନ୍ତି ତ କେଉଁଠି ସଠିକ୍ ବିନିଯୋଗ ହୋଇପାରୁନାହିଁ ପୁଣି କେଉଁଠି କ୍ଷମତାର ଫାଇଦା ନେଉଛନ୍ତି ।
ମହାମାରୀକୁ ନିୟନ୍ତ୍ରଣ କରିବା ବେଳେ କୌଣସି ଗୋଟିଏ ଭୂଲ୍ ପୁରା ପ୍ରକିୟାକୁ ପ୍ରଭାବିତ କରିପାରେ । ବିଧାୟକମାନେ ଦାୟିତ୍ୱ ନେଲେ ଉତ୍ତରଦାୟୀ ରହିବେ ନାହିଁ । ସେଥିପାଇଁ ବ୍ୟୁରୋକ୍ରାଟ ବା ସରକାରୀ ଅଧିକାରୀ ଏହି ଦାୟିତ୍ୱରେ ରହିଲେ, ଭୁଲ୍ ହେଲେ କାର୍ଯ୍ୟାନୁଷ୍ଠାନର ଭୟ ରହିବ । ତେଣୁ ଏହି ପ୍ରକ୍ରିୟାରେ ବିଧାୟକମାନଙ୍କ ଭୂମିକା ଏତେଟା ଜରୁରୀ ନୁହେଁ ବୋଲି ସମୀକ୍ଷକ ମତ ରଖିଛନ୍ତି ।
ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମହାମାରୀ ନିୟନ୍ତ୍ରଣ ପ୍ରକ୍ରିୟାରେ ସାମିଲ କରିବାକୁ ଗୋପାଳପୁର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଳେଖିଛନ୍ତି । ଡ଼ାକ୍ତର ଓ ପାରାମେଡ଼ିକାଲ ଷ୍ଟାଫଙ୍କୁ ନିୟମିତ ଛୁଟି ଦେବା ସହ ପ୍ରବାସୀ ଶ୍ରମିକଙ୍କ ଥଇଥାନ କାର୍ଯ୍ୟକ୍ରମର ଅନୁଧ୍ୟାନ ପାଇଁ ବିଧାୟକଙ୍କୁ କ୍ଷମତା ଦେବା ପାଇଁ ଅନୁରୋଧ କରିଥିଲେ ।