ସୁର ରାଉତରାୟଙ୍କ ବଡ଼ ଦାବି, କଂଗ୍ରେସ ନୁହେଁ ବିଜେଡିର ଏହି ନେତାଙ୍କ ଇସାରରେ ସ୍ଥିର ହୋଇଥାଏ ପିସିସି ସଭାପତି
PCC President: ଓଡ଼ିଶାରେ ଦଳକୁ ପୁଣି ଥରେ ସଂଗଠିତ କରିବାକୁ କଂଗ୍ରେସ (Congress) ପ୍ରୟାସ ଆରମ୍ଭ କରିଛି । ଏହା ଅନ୍ତର୍ଗତ ଦଳ ସଂଗଠନରେ ପରିବର୍ତ୍ତନ କରିବ ବୋଲି ଚର୍ଚ୍ଚା ଚାଲିଛି । ଖୁବ୍ ଶୀଘ୍ର ରାଜ୍ୟରେ ପିସିସି ସଭାପତି ବଦଳିବ ବୋଲି ସୂଚନା ମିଳୁଛି । ଏଥିପାଇଁ ଦିଲ୍ଲୀରେ ଆଲୋଚନା ହେବା ସହ ନିଷ୍ପତ୍ତି ନିଆସାରିଥିବା ଜଣାପଡିଛି । ଏପ୍ରିଲ ଶେଷ
ଭୁବନେଶ୍ୱର: PCC President: ଓଡ଼ିଶାରେ ଦଳକୁ ପୁଣି ଥରେ ସଂଗଠିତ କରିବାକୁ କଂଗ୍ରେସ (Congress) ପ୍ରୟାସ ଆରମ୍ଭ କରିଛି । ଏହା ଅନ୍ତର୍ଗତ ଦଳ ସଂଗଠନରେ ପରିବର୍ତ୍ତନ କରିବ ବୋଲି ଚର୍ଚ୍ଚା ଚାଲିଛି । ଖୁବ୍ ଶୀଘ୍ର ରାଜ୍ୟରେ ପିସିସି ସଭାପତି ବଦଳିବ ବୋଲି ସୂଚନା ମିଳୁଛି । ଏଥିପାଇଁ ଦିଲ୍ଲୀରେ ଆଲୋଚନା ହେବା ସହ ନିଷ୍ପତ୍ତି ନିଆସାରିଥିବା ଜଣାପଡିଛି । ଏପ୍ରିଲ ଶେଷ ସୁଦ୍ଧା ଓଡିଶା ପିସିସି ସଭାପତି (PCC President) ପରିବର୍ତ୍ତନ ହୋଇପାରେ । ଏନେଇ ଦିଲ୍ଲୀରୁ ସଂକେତ ଆସିସାରିଛି । ବର୍ତ୍ତମାନ ଦଳର ହାଇକମାଣ୍ଡ (Congress High Command) ଙ୍କ ମୋହରକୁ ଅପେକ୍ଷା । ୧୧ ଆଶାୟୀଙ୍କ ମଧ୍ୟରେ ୨ ଜଣଙ୍କ ନାମ ଆଗରେ ରହିଛି । କୁହାଯାଉଛି ଯେ ପିସିସି ସଭାପତି ରେସରେ ଶରତ ପଟ୍ଟନାୟକ, ଜୟଦେବ ଜେନା ଆଗରେ ଅଛନ୍ତି ।
ସେପଟେ ପୁଣି ଥରେ କଂଗ୍ରେସ-ବିଜେଡି ଲିଙ୍କର ଗୁମର ଖୋଲିଛନ୍ତି ବିଧାୟକ ସୁର ରାଉତରାୟ (Sura Routray) । ପିସିସି ସଭାପତି (PCC President) ଓ ପ୍ରଭାରୀ ଚୟନକୁ ନେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ (Congress MLA Suresh Kumar Routray) ବଡ଼ ବୟାନ ଦେଇଛନ୍ତି । ପିସିସି ସଭାପତି କିଏ ହେବ ଆଉ ପ୍ରଭାରୀ କିଏ ହେବ ସେ ନିଷ୍ପତ୍ତି ନିଅନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) । ଏ ସବୁ କିଛି ପରିବର୍ତ୍ତନ ନବୀନଙ୍କ ଇଚ୍ଛାରେ ହୁଏ ବୋଲି କହିଛନ୍ତି ସୁର ।
ଅନ୍ୟପଟେ ସୁରଙ୍କ ମନ୍ତବ୍ୟ ଉପରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ (Congress) ଏକ ଜାତୀୟ ଦଳ । ବିଜେଡି (BJD) ଏକ ଆଞ୍ଚଳିକ ଦଳ । ମୁଖ୍ୟମନ୍ତ୍ରୀ ସବୁବେଳେ ବିଜେଡି କଥା ଚିନ୍ତା କରନ୍ତି । ଆମେ କାହା ସହ ଲିଙ୍କରେ ନାହୁଁ ।
ଏହା ବି ପଢ଼ନ୍ତୁ:-କ'ଣ ପାଇଁ ବଢ଼ୁଛି ଲେମ୍ବୁର ଦାମ୍? ସାମ୍ନାକୁ ଆସିଲା ବଡ଼ କାରଣ...
ଏହା ବି ପଢ଼ନ୍ତୁ:-ବରକୁ ଉଠାଇ ନେଲା ପୋଲିସ, ଜାଣନ୍ତୁ ଏହା ପଛର କାରଣ
ଏହା ବି ପଢ଼ନ୍ତୁ:-ରାଜଧାନୀରେ ଚାଞ୍ଚଲ୍ୟ, ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
ସୂଚନା ମୁତାବକ, ନିଜର ଅସୁସ୍ଥତା ଓ ପଞ୍ଚାୟତ, ପୌର ନିର୍ବାଚନରେ ଶୋଚନୀୟ ପରାଜୟକୁ ଦର୍ଶାଇବା ସହ ପିସିସି ସଭାପତି ନିଜର ଇସ୍ତଫା ପତ୍ର ଦେଇସାରିଥିବା ଜଣାପଡିଛି । ପୂର୍ବରୁ ନିରଞ୍ଜନ (Niranjan Patnaik) ଇସ୍ତଫା ଦେଇଥିଲେ ମଧ୍ୟ ହାଇକମାଣ୍ଡ ଗ୍ରହଣ କରି ନଥିଲେ । କିନ୍ତୁ ଏଥର ନିରଞ୍ଜନଙ୍କ ଇସ୍ତଫା ପତ୍ର ଗ୍ରହଣ ହୋଇସାରିଛି । ଖୁବଶୀଘ୍ର ନୂତନ ପିସିସି ସଭାପତି (PCC President) ଙ୍କ ନାମ ହେବ ଘୋଷଣା । ତେବେ ପିସିସି ସଭାପତି ରେସରେ ଏବେ ୪ ବିଧାୟକ ସମେତ ୧୧ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି ।