ବରକୁ ଉଠାଇ ନେଲା ପୋଲିସ, ଜାଣନ୍ତୁ ଏହା ପଛର କାରଣ
Advertisement

ବରକୁ ଉଠାଇ ନେଲା ପୋଲିସ, ଜାଣନ୍ତୁ ଏହା ପଛର କାରଣ

ଅନ୍ୟପକ୍ଷରେ ବିବାହ କରୁଥିବା ବର ସୁଜିତ ବାଗ କହିଛନ୍ତି ଯେ ତାଙ୍କର ପ୍ରଥମ ପତ୍ନୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇ ସାରିଛି । ତାଙ୍କ ପାଖରେ ଏହାର ସବୁ ରେକର୍ଡ ପତ୍ର ମଧ୍ୟ ରହିଛି । ଏଣୁ ତାଙ୍କର ଯେ ହେତୁ ପ୍ରଥମ ପତ୍ନୀ ଠାରୁ ବିବାହ ବିଚ୍ଛେଦ ହୋଇସାରିଛି ସେଥିପାଇଁ ତାଙ୍କର ଦ୍ୱିତୀୟ ବିବାହ କରିବାରେ କୌଣସି ଅସୁବିଧା ନାହିଁ । ଏହାସହ ତାଙ୍କର ପ୍ରଥମ ପତ୍ନୀ ତାଙ୍କୁ ବଦନାମ କରିବାକୁ ଏପରି କାଣ୍ଡ ଘଟାଇ ତାଙ୍କର ବିବାହକୁ ବନ୍ଦ କରିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସୁଜିତ କହିଛନ୍ତି । କୋର୍ଟରେ ସୁଜିତ ଛାଡ଼ପତ୍ର ମାମଲା ଫାଇଲ କରିଥିଲେ । ମାନ୍ୟବର କୋର୍ଟ ସୁଜିତଙ୍କ ସପକ୍ଷରେ ରାୟ ଦେଇଥିବା କହିଛନ୍ତି ତାଙ୍କ ଓକିଲ ।

ବରକୁ ଉଠାଇ ନେଲା ପୋଲିସ, ଜାଣନ୍ତୁ ଏହା ପଛର କାରଣ

ସମ୍ୱଲପୁର: Sambalpur: ଧୂମଧାମରେ ଚାଲିଛି ବାହାଘର (Marriage) । ବାହାବେଦୀରେ ପ୍ରଥମ ପତ୍ନୀଙ୍କର ଏଣ୍ଟ୍ରି । ସାଙ୍ଗରେ ଦୁଇଟି ଛୁଆ । ଆରମ୍ଭ କଲେ ହଙ୍ଗାମା । ଅଭିଯୋଗ କଲେ ପ୍ରଥମ ପତ୍ନୀ ଥାଉ ଥାଉ ଏ ବାହାଘର ଅସମ୍ଭବ । ସ୍ଥିତି ଗମ୍ଭୀର ହେବାରୁ ପୋଲିସର ଏଣ୍ଟ୍ରି । ବର (Groom) କୁ ନେଇ ଥାନାକୁ ଗଲା ପୋଲିସ । 

ଗତକାଲି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ୱଲପୁର ଟାଉନ (Sambalpur Town) ଥାନା ଅନ୍ତର୍ଗତ ଗୁରୁପଡାର ଏକ ବିବାହ ମଣ୍ଡପରେ । ବାହାଘର ଚାଲିଥିବା ବେଳେ ବାହାବେଦୀରେ ପ୍ରଥମ ପତ୍ନୀଙ୍କର ଏଭଳି ବିରୋଧ ଦେଖିବାକୁ ମିଳିଥିଲା । ଗୋଟିଏ ସ୍ତ୍ରୀ ଥାଉ ଥାଉ ଆଉ ଗୋଟିଏ ସ୍ତ୍ରୀଙ୍କୁ ବାହା ଘଟଣା ବରକୁ ପଡ଼ିଛି ମହଙ୍ଗା । ଏପରିକି ବାହା ହେଉଥିବା ବରର ପ୍ରଥମ ସ୍ତ୍ରୀ ଆସି ବିବାହ ମଣ୍ଡପରେ ପ୍ରତିବାଦ କରିବାରୁ ରସକିଆ ବରର ଦ୍ୱିତୀୟ ବିବାହ କରିବା ଯୋଜନା ଫସର ଫାଟିବା ସହ ବିବାହଟି ଅଧାରୁ ବନ୍ଦ ହୋଇଯାଇଥିଲା । 

ସୂଚନା ଅନୁସାରେ, ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଗୁରୁପଡା ଏକ କଲ୍ୟାଣମଣ୍ଡପରେ ଏକ ବିବାହ ଅନୁଷ୍ଠିତ ହେଉଥିଲା । ତେବେ ବିବାହ ମଣ୍ଡପରେ ବର କନ୍ୟା ବସି ବିବାହ କାଯ୍ୟ ଚାଲିଥିବା ବେଳେ ହଠାତ୍ ଜଣେ ମହିଳା ଦୁଇଟି ଛୁଆକୁ ଧରି ସେଠାରେ ପହଂଚି ଥିଲେ ଓ ନିଜକୁ ବରର ସ୍ତ୍ରୀ ବୋଲି ହଂଗାମା ଆରମ୍ଭ କରିଥିଲେ । ଯଶୋଦା ବାଗ ନାମକ ଏହି ମହିଳାଙ୍କ ସହ କିଛି ମହିଳା ଓ ସାମାଜିକ କର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ । ମହିଳା ଯୁକ୍ତି କରିଥିଲେ ଯେ ବିବାହ କରୁଥିବା ବର ସୁଜିତ ବାଗ ପୂର୍ବରୁ ତାଙ୍କୁ ବିବାହ କରିଥିବା ବେଳେ ତାଙ୍କର  ଦୁଇଟି ସନ୍ତାନ ମଧ୍ୟ  ଅଛନ୍ତି । ୨୦୧୪ ମସିହା ମାର୍ଚ୍ଚ ୯ ତାରିଖ ବିନକା ଠାରେ ରୀତିନୀତି ଅନୁସାରେ ତାଙ୍କ ସହ ସୁଜିତ ବାଗ ବିବାହ କରିଥିଲେ । ତେବେ କିଛି ଦିନର ପାରିବାରିକ ସମ୍ପର୍କ ପରେ ଉଭୟ ପତି ପତ୍ନୀ ଦୂରେଇ ଯାଇଥିଲେ । ଏବେ ସୁଜିତ ଦ୍ୱିତୀୟ ବିବାହ କରୁଥିବା ବେଳେ କିଛି ସ୍ୱେଚ୍ଛାସେବୀଙ୍କ ସହ ଯଶୋଦା ଆସି ବିବାହ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ।

ତେଣେ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ବରକୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ସୂଚନା ଅନୁଯାୟୀ, ୨୦୧୪ ମସିହାରେ ସୁଜିତ ଯଶୋଦାଙ୍କୁ ବିବାହ କରିଥିଲେ । କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଠିକ ରହୁ ନ ଥିବାରୁ ସୁଜିତ କୋର୍ଟର ଦ୍ୱାରସ୍ଥ ହୋଇଥିବାର କହିଛନ୍ତି । କିନ୍ତୁ ଇତିମଧ୍ୟରେ ସୁଜିତ ବାଗ ଯେଉଁ କାର୍ଯ୍ୟାଳୟରେ କାମ କରୁଛନ୍ତି ସେଠାରେ ଥିବା ଏକ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ସମ୍ପର୍କ ଏବେ ବିବାହରେ ପରିଣତ ହେବାକୁ ଯାଉଥିବା ବେଳେ ଠିକ ସମୟରେ ଯଶୋଦା ବିବାହକୁ ଭଣ୍ଡୁର କରି ଦେଇଥିଲେ । ତେବେ ଯଶୋଦା ଓ ସୁଜିତଙ୍କ ବିବାହ ବିଚ୍ଛେଦ ହୋଇନଥିବା ବେଳେ ସେ କିପରି ଆଉ ଜଣକୁ ବିବାହ କରୁଛନ୍ତି ବୋଲି ପ୍ରଶ୍ନ କରି ବିବାହ ମଣ୍ଡପ ନିକଟରେ ପ୍ରତିବାଦ କରିବାରୁ ବିବାହଟି ଅଧାରୁ ବନ୍ଦ ହୋଇଯାଇଥିଲା । ତେଣେ ଘଟଣାର ଖବର ପାଇ ସମ୍ବଲପୁର ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ଏନେଇ ତାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । 

ଏହା ବି ପଢ଼ନ୍ତୁ:-ରାଜଧାନୀରେ ଚାଞ୍ଚଲ୍ୟ, ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଏହା ବି ପଢ଼ନ୍ତୁ:-ଗୁଜୁରାଟର କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଆସାମ ପୋଲିସ, ଜାଣନ୍ତୁ କ'ଣ ରହିଛି କାରଣ

ଅନ୍ୟପକ୍ଷରେ ବିବାହ କରୁଥିବା ବର ସୁଜିତ ବାଗ କହିଛନ୍ତି ଯେ ତାଙ୍କର ପ୍ରଥମ ପତ୍ନୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇ ସାରିଛି । ତାଙ୍କ ପାଖରେ ଏହାର ସବୁ ରେକର୍ଡ ପତ୍ର ମଧ୍ୟ ରହିଛି । ଏଣୁ ତାଙ୍କର ଯେ ହେତୁ ପ୍ରଥମ ପତ୍ନୀ ଠାରୁ ବିବାହ ବିଚ୍ଛେଦ ହୋଇସାରିଛି ସେଥିପାଇଁ ତାଙ୍କର ଦ୍ୱିତୀୟ ବିବାହ କରିବାରେ କୌଣସି ଅସୁବିଧା ନାହିଁ । ଏହାସହ ତାଙ୍କର ପ୍ରଥମ ପତ୍ନୀ ତାଙ୍କୁ ବଦନାମ କରିବାକୁ ଏପରି କାଣ୍ଡ ଘଟାଇ ତାଙ୍କର ବିବାହକୁ ବନ୍ଦ କରିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସୁଜିତ କହିଛନ୍ତି । କୋର୍ଟରେ ସୁଜିତ ଛାଡ଼ପତ୍ର ମାମଲା ଫାଇଲ କରିଥିଲେ । ମାନ୍ୟବର କୋର୍ଟ ସୁଜିତଙ୍କ ସପକ୍ଷରେ ରାୟ ଦେଇଥିବା କହିଛନ୍ତି ତାଙ୍କ ଓକିଲ ।

ଦ୍ୱିତୀୟ ବିବାହ କରୁଥିବା ବର ସୁଜିତ ଥାନାରେ ତାଙ୍କର ପ୍ରଥମ ସ୍ତ୍ରୀଙ୍କ  ସହ ହୋଇଥିବା ଛାଡପତ୍ରର ରେକର୍ଡ଼ ପତ୍ର ଦେଖାଇବା ପରେ ପୋଲିସ ତାଙ୍କୁ ଦ୍ୱିତୀୟ ବିବାହ ପାଇଁ ଅନୁମତି ଦେଇଥିଲା । ପରେ ଗତକାଲି ରାତିରେ ବିବାହ ମଣ୍ଡପରେ ଦ୍ୱିତୀୟ ପତ୍ନୀ ସହ ସୁଜିତଙ୍କର ବିବାହ ସଂପନ୍ନ ହୋଇଥିଲା ।