Congress MP Shashi Tharoor: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର ନାମାଙ୍କନ ଦାଖଲ କରିବେ ଦଳର ଲୋକସଭା ସାଂସଦ ଶଶୀ ଥରୁର। ମଙ୍ଗଳବାର ଏନେଇ ପ୍ରତିକ୍ରିୟା ରଖି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ଶଶୀ ଥରୁରଙ୍କ ଜଣେ ପ୍ରତିନିଧୀ ତାଙ୍କ କାର୍ଯ୍ୟାଳୟକୁ ଖବର ପଠାଇଛନ୍ତି ଯେ ସେ ସେପ୍ଟେମ୍ବର ୩୦ ତାରିଖ ଶୁକ୍ରବାର ଦିନ ୧୧ ଟା ସମୟରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବେ।


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ବାବଦରେ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟ ବାବଦରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ (Congress Interm President Sonia Gandhi) ଅବଗତ କରାଯାଇଛି। ଏନେଇ ଦଳ ପକ୍ଷରୁ ଧାର୍ଯ୍ୟ କରା ଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଏହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ (Congress Central Election Authority Chairman Madhusudan Mistry)। 


କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଦଳର ସାଂସଦ ​​ଶଶୀ ଥରୁରଙ୍କ (Congress MP Shashi Tharoor) ବିରୋଧରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବ ସେ ନେଇ ଜାରି ରହିଛି ଚର୍ଚ୍ଚା। ଅନ୍ୟପଟେ ଦଳର ପୂର୍ବତନ ସାଂସଦ ପୱନ ବଂଶଲଙ୍କ (Congress Leader Pawan Bansal) ଦ୍ୱାରା ମଧ୍ୟ ଏହି ନିର୍ବାଚନ ଲାଗି ନାମାଙ୍କନ ପତ୍ର ମଧ୍ୟ ନିଆଯାଇଛି।


Also Read: Congress MP Shashi Tharoor: ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମୁଁ ନାମାଙ୍କନ ଦାଖଲ କରିବି, ହେଲେ..


ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ କହିଛନ୍ତି ଯେ, ଅଖିଳ ଭାରତୀୟ କଂଗ୍ରେସ କମିଟି (All India Congress Committee) ଏଆଇସିସି କୋଷାଧ୍ୟକ୍ଷ ପୱନ କୁମାର ବଂଶଲ (AICC Treasurer Pawan Bansal) ମଧ୍ୟ ଦଳର ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାଙ୍କନ ପତ୍ର ନେଇଛନ୍ତି। ହୁଏତ ସେ ଅନ୍ୟ କାହା ପାଇଁ ନାମାଙ୍କନ ନେଇ ଥାଇପାରନ୍ତି। 


ଏଆଇସିସି ମୁଖ୍ୟାଳୟ ଠାରେ ରହିଥିବା ତାଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ସେ ମଙ୍ଗଳବାର ସେ ୧୦ ଜନପଥ ସ୍ଥିତ ବାସଭବନରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ତାଙ୍କ ମତଦାତା ପରିଚୟ ପତ୍ର ତାଙ୍କୁ ପ୍ରଦାନ କରିଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ  ଦଳର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ବାବଦରେ ଅବଗତ କରିବା ସହ କେତେ ଲୋକ ନାମାଙ୍କନ ଫର୍ମ ନେଇଛନ୍ତି ଏବଂ ପ୍ରତିନିଧିଙ୍କ ବାବଦରେ ତଥ୍ୟ ପ୍ରଦାନ କରିଛନ୍ତି।


ଏଆଇସିସି କୋଷାଧ୍ୟକ୍ଷ ପୱନ କୁମାର ବଂଶଲ ସୋମବାର ତାଙ୍କ କାର୍ଯ୍ୟାଳୟରୁ ନାମାଙ୍କନ ପତ୍ର ଗ୍ରହଣ କରିଥିବା କହିଛନ୍ତି ମଧୁସୂଦନ ମିସ୍ତ୍ରୀ। ଏଆଇସିସି କୋଷାଧ୍ୟକ୍ଷ ନିଜ ପାଇଁ ନା  ଅନ୍ୟ କାହା ପାଇଁ ଫର୍ମ ନେଇଛନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ମିସ୍ତ୍ରୀ କହିଛନ୍ତି ଯେ ସେ କାହା ପାଇଁ ନାମାଙ୍କନପତ୍ର ନେଇଛନ୍ତି ତାହା ମୁଁ କହିପାରିବି ନାହିଁ। କାରଣ ଦଳର ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନ ଫର୍ମ କାହିଁକି ନେଉଛନ୍ତି ସେ ବାବଦରେ କୌଣସି ଦଳୀୟ ନେତାଙ୍କୁ ପଚରା ଯାଇ ପାରିବ ନାହିଁ। ଏହା ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଆସୁ ନାହିଁ। କୌଣସି ପ୍ରତିନିଧୀ ଏହି ଫର୍ମ ନେଇପାରିବେ।