Congress MP Shashi Tharoor: ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମୁଁ ନାମାଙ୍କନ ଦାଖଲ କରିବି, ହେଲେ..
Advertisement
Article Detail0/zeeodisha/odisha1368581

Congress MP Shashi Tharoor: ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମୁଁ ନାମାଙ୍କନ ଦାଖଲ କରିବି, ହେଲେ..

Congress President: ଯଦି ମୋତେ ଅଧିକାଂଶ ରାଜ୍ୟରୁ ଦଳୀୟ କର୍ମକର୍ତ୍ତା ନେତାଙ୍କ ସମର୍ଥନ ମିଳେ, ତାହେଲେ ମୁଁ ଦଳର ଅଧ୍ୟକ୍ଷ ପଦ ନିର୍ବାଚନରେ ଅଂଶଗ୍ରହଣ କରିବି। ଦେଶର ବିଭିନ୍ନ ପ୍ରାନ୍ତର କଂଗ୍ରେସ କର୍ମକର୍ତ୍ତା ମୋତେ ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଅନୁରୋଧ କରିଛନ୍ତି।

Congress MP Shashi Tharoor: ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମୁଁ ନାମାଙ୍କନ ଦାଖଲ କରିବି, ହେଲେ..

Congress President Election: ରାଜସ୍ଥାନ ରାଜନନୀତିରେ ରାଜନୈତିକ ସଙ୍କଟ ମଧ୍ୟରେ ଦଳର ଅଧ୍ୟକ୍ଷ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଏନେଇ ସେ କହିଛନ୍ତି ଦଳୀୟ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ତାଙ୍କ ପାଖରେ ସମଗ୍ର ଦେଶର କଂଗ୍ରେସ କର୍ମକର୍ତ୍ତାଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି ଦଳର ଲୋକସଭା ସାଂସଦ।  

ଅଖିଳ ଭାରତୀୟ କଂଗ୍ରେସ କମିଟି (All India Congress Committee) ଏଆଇସିସି ସଭାପତି (AICC President) ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ (Rajasthan CM Ashok Gehlot) ପ୍ରାର୍ଥୀତ୍ୱକୁ ନେଇ ଜାରି ରହିଛି ଛକାପଞ୍ଝା। ହେଲେ ଏହା ମଧ୍ୟରେ କଂଗ୍ରେସ ଶଶୀ ଥରୁର (Congress MP Shashi Tharoor) ଦଳ ପକ୍ଷରୁ ଜାରି ରହିଥିବା ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ମଧ୍ୟରେ କେରଳ ପଲକ୍କଡ ଜିଲ୍ଲାର (Palakkad Districrt of kerala) ପଟ୍ଟାମବି ଠାରେ ରାହୁଲ ଗାନ୍ଧୀଙ୍କୁ (Congress Leader Rahul Gandhi) ଭେଟିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ପାଇଁ ତାଙ୍କ ପ୍ରାର୍ଥୀତ୍ୱ ବାବଦରେ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଦଳର ସାଂସଦ ଶଶୀ ଥରୁର କହିଛନ୍ତି ଯେ ଯେତେବେଳେ ମୁଁ ମୋର ନାମାଙ୍କନ ପତ୍ର ଦାଖଲ କରିବି, ସେତେବେଳେ ଆପଣ ଦେଖିବେ ଯେ ମୋତେ କେତେ ସମର୍ଥନ ମିଳିଛି। ଯଦି ମୁଁ ଅଧିକାଂଶ ରାଜ୍ୟରୁ ଦଳୀୟ କର୍ମୀଙ୍କ ସମର୍ଥନ ମିଳେ, ତାହେଲେ ମୁଁ ଦଳର ଅଧ୍ୟକ୍ଷ ପଦ ନିର୍ବାଚନରେ ଅଂଶଗ୍ରହଣ କରିବି। ଦେଶର ବିଭିନ୍ନ ପ୍ରାନ୍ତର କଂଗ୍ରେସ କର୍ମକର୍ତ୍ତା (Congress Worker) ମୋତେ ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଅନୁରୋଧ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ଦୌଡରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଏବଂ ଦଳର ଲୋକସଭା ସାଂସଦ ଶଶୀ ଥରୁରଙ୍କ ବ୍ୟତୀତ ପୂ୍ର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (Former Madhya Pradesh Chief Minister) ଦିଗବିଜୟ ସିଂହ (Digvijay Singh) ଏବଂ ଦଳର ଅନ୍ୟତମ ଲୋକସଭା ସାଂସଦ ମନୀଶ ତିୱାରୀଙ୍କ (Congress MP Manish Tewari) ନାଁ ସାମିଲ ହୋଇଛି।   

Also Read: Congress President Election: ଦଳରେ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ

ଶଶୀ ଥରୁର କହିଛନ୍ତି ଯେ ସେ କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ, ହେଲେ ୩୦ ସେପ୍ଟେମ୍ବରରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ଗତ ୨୨ ତାରିଖ ଗୁରୁବାର କଂଗ୍ରେସ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ୨୪ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ। ନାମାଙ୍କନ ପତ୍ର ଯାଞ୍ଚ ଅକ୍ଟୋବର ତାରିଖରେ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୮ ଅକ୍ଟୋବର। ଯଦି ଆବଶ୍ୟକ ହୁଏ  ତାହେଲେ  ୧୭ ଅକ୍ଟୋବରରେ ମତଦାନ ଅନୁଷ୍ଠିତ ହେବ ଏବଂ ୧୯ ଅକ୍ଟୋବରରେ ଭୋଟ୍ ଗଣତି କରାଯାଇ ନିର୍ବାଚନ ଫଳାଫଳ ସେହି ଦିନ ଘୋଷଣା କରାଯିବ। ଏହି ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟିର ୯ ହଜାରରୁ ଅଧିକ ପ୍ରତିନିଧି ନିର୍ବାଚନରେ ମତଦାନ କରିବେ।