ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ପାଞ୍ଚ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଚାରିଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନରେ ​​ଦଳର ପରାଜୟର କାରଣ ଖୋଜିବ। ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚାଭନ ଏହି ଦଳର ନେତୃତ୍ୱ ନେବେ।


COMMERCIAL BREAK
SCROLL TO CONTINUE READING

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅଶୋକ ଚାଭନ (Ashok Chavan) ଙ୍କ ନେତୃତ୍ୱାଧିନ କମିଟି, କଂଗ୍ରେସ ହେଡକ୍ୱାଟରକୁ ରିପୋର୍ଟ କରିବାକୁ କୁହାଯାଇଛି। ଏହି ଦଳରେ ବରିଷ୍ଠ ନେତା ସଲମାନ ଖୁରସିଦ, ମନୀଷ ତିୱାରୀ, ଭିନ୍ସେଣ୍ଟ ପାଲା ଏବଂ ଲୋକସଭା ସଦସ୍ୟ ଜ୍ୟୋତି ମଣି ମଧ୍ୟ ଅଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିୱାରୀ (Manish Tiwari) କଂଗ୍ରେସର 'G23' ଗୋଷ୍ଠୀର ଏକ ଅଂଶ। ଯାହାକି ଗତ କିଛି ମାସ ଧରି ଦଳର ଦାୟିତ୍ୱ ସହିତ ସାଂଗଠନିକ ନିର୍ବାଚନ ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରିବାକୁ ଦାବି କରିଆସୁଛି।


Also Read: ପଶ୍ଚିମବଙ୍ଗରୁ ଲୋପ ପାଇଗଲାଣି ଗଣତନ୍ତ୍ର: ରାଜ୍ୟପାଳ


କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ବାହକାରୀ ସଂସ୍ଥା କଂଗ୍ରେସ ୱାର୍କିଂ କମିଟି (CWC)ର ଏକ ଡିଜିଟାଲ୍ ବୌଠକରେ ସୋନିଆ ଗାନ୍ଧୀ (Sonia Gandhi) ନିର୍ବାଚନ ଫଳାଫଳର କାରଣ ଜାଣିବା ପାଇଁ ଏକ ଛୋଟ ଦଳ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। CWC ଏହାକୁ ସମ୍ମତି ଦେଇଛି। ଏହି ବୈଠକରେ ସୋନିଆ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ​​କଂଗ୍ରେସର (Congress) ପ୍ରଦର୍ଶନକୁ ନେଇ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଏହି ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ଯେ କଂଗ୍ରେସରେ କିଛି ସଂଶୋଧନ କରିବାକୁ ପଡିବ।


ନିର୍ବାଚନ ଫଳାଫଳକୁ ନେଇ ବୈଠକରେ ତୀବ୍ର ସମାଲୋଚନା କରାଯାଇଥିଲା ଏବଂ ସଂପୃକ୍ତ ରାଜ୍ୟଗୁଡ଼ିକରେ ପରାଜୟର କାରଣ ସମ୍ପର୍କରେ ସେମାନଙ୍କର ମତ ରଖିଥିଲେ। ଉଲ୍ଲେଖନୀୟ କଥା ହେଉଛି, ଆସାମ ଏବଂ କେରଳରେ କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଥିବା କଂଗ୍ରେସକୁ ଲଜ୍ଜାଜନକ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନିର୍ବାଚନର କଛି ମାସ ପୂର୍ବେ କ୍ଷମତାରେ ଥିବା ପୁଡୁଚେରୀରେ ମଧ୍ୟ କଂଗ୍ରେସ ହାରିଛି।