ପଶ୍ଚିମବଙ୍ଗରୁ ଲୋପ ପାଇଗଲାଣି ଗଣତନ୍ତ୍ର: ରାଜ୍ୟପାଳ
Advertisement

ପଶ୍ଚିମବଙ୍ଗରୁ ଲୋପ ପାଇଗଲାଣି ଗଣତନ୍ତ୍ର: ରାଜ୍ୟପାଳ

ରାଜ୍ୟରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ।

ପଶ୍ଚିମବଙ୍ଗରୁ ଲୋପ ପାଇଗଲାଣି ଗଣତନ୍ତ୍ର: ରାଜ୍ୟପାଳ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଏବଂ ପରେ ରାଜ୍ୟରେ ଜାରି ରହିଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟପାଳ। ଏନେଇ ସେ କହିଛନ୍ତି ପଶ୍ଚିମବଙ୍ଗରେ ଗଣତନ୍ତ୍ର ଲୋପ ପାଇଗଲାଣି। ବର୍ତ୍ତମାନ ରାଜ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟ ହୋଇଛି ତାହା ଗଣତାନ୍ତ୍ରିକ ବ୍ୟବସ୍ଥାର ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇଛି।    

ବ୍ୟାପକ ରାଜନୈତିକ ହିଂସାକାଣ୍ଡ (Political Violence) ମଧ୍ୟରେ ଅନୁଷ୍ଠିତ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Elelction 2021) ।  ଏହି  ନିର୍ବାଚନରେ ବାଜିମାତ କରି ଲଗାତାର ଭାବେ ତୃତୀୟ ଥର ପାଇଁ ସରକାର ଗଠନ କରିଛି ଶାସକ ତୃଣମୂଳ କଂଗ୍ରସ-ଟିଏମସି (Trinamool Congress-TMC)। ଅନ୍ୟପଟେ ରାଜ୍ୟରେ ଏଥର ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି ବିଜେପି (BJP)। 

Also Read: Political Violence: ବିଗତ ୩ ବର୍ଷରେ ପଶ୍ଚିମବଙ୍ଗରେ ଯାଇଛି ଏତିକି ଜୀବନ

ପଶ୍ଚିମବଙ୍ଗରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ ମୁହଁମୁହାଁ ହୋଇଛନ୍ତି ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଶାସକ ଟିଏମସି ଏବଂ ବିରୋଧି ବିଜେପି। ଏଭଳି ଘଟଣାକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ (West Bengal Governor) ଜଗଦୀପ ଧନକଡ (Jagdeep Dhankhar)। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଛନ୍ତି ସେ। 

ଏ ପ୍ରସଙ୍ଗରେ ରାଜ୍ୟପାଳ ଗୃହ ମନ୍ତ୍ରଣାଳୟ (Home Ministry) ସହ ଯୋଗାଯୋଗ କରିବା ସହିତ ଏହି ଘଟଣା ବାବଦରେ ଅବଗତ କରାଇଛନ୍ତି। ଉଭୟ ରାଜ୍ୟପାଳ ଏବଂ ଗୃହ ମନ୍ତ୍ରଣାଳୟ ରାଜ୍ୟରେ ଘଟୁଥିବା ନିର୍ବାଚନୀ ହିଂସାକାଣ୍ଡକୁ ନେଇ ପଶ୍ଚିମବଙ୍ଗ ଗୃହ ବିଭାଗକୁ (West Bengal Home Department) ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି।

Also Read: West Bengal Political Violence: ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇଲା BJP

ବିଧାନସଭା ନିର୍ବାଚନ ସରିବା ପରେ ରାଜ୍ୟର ରାଜନୈତିକ ହିଂସାକାଣ୍ଡ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପଶ୍ଚିମବଙ୍ଗ ରାଜ୍ୟପାଳ। ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଏ ପ୍ରସଙ୍ଗରେ ସେ ଟିଏମସି ସରକାର ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ଜନସାଧାରଣ ଏଭଳି ଅପରାଧିକ କାର୍ଯ୍ୟକଳାପକୁ ପ୍ରଶୟ ଦେବା ପାଇଁ ଆପଣଙ୍କୁ କ୍ଷମତାସୀନ କରିନାହାଁନ୍ତି। 

ନିର୍ବାଚନ ପୂର୍ବରୁ ମୁଁ ରାଜନୈତିକ ହିଂସାକାଣ୍ଡ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଚାହୁଁଥିଲି ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ମୋତେ କୌଣସି ସହଯୋଗ କରାଗଲାନାହିଁ। ମୁଁ ମୋ ନିଜ ଆୟୋଜନ ବ୍ୟବସ୍ଥାରେ ସେହି ସ୍ଥାନକୁ ଯାଇ ସେଠାକାର ଲୋକଙ୍କ ସହ ଆଲୋଚନା କରିବି। କାରଣ ଏପରି ଅପରାଧିକ କାର୍ଯ୍ୟକଳାପର ପରିଣାମ ସେମାନଙ୍କୁ ଭୋଗିବାକୁ ପଡୁଛି।   

Also Read: Political Violence: West Bengal ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀଙ୍କ Convoy ଉପରେ ଆକ୍ରମଣ

ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ମଧ୍ୟ ରାଜ୍ୟରେ ରାଜନୈତିକ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ରାଜ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟ ହୋଇଛି ତାହା ଗଣତାନ୍ତ୍ରିକ ବ୍ୟବସ୍ଥାର ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇଛି। ଜନସାଧାରଣଙ୍କ ବହୁମୂଲ୍ୟ ମତାଦନର କୌଣସି ଗୁରୁତ୍ୱ ରହିନାହିଁ। କାରଣ ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ଅସମର୍ଥ ହୋଇପଡିଛନ୍ତି ପଶ୍ଚିମବଙ୍ଗ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରୁ ଏ ମାମଲାରେ ଯେଉଁ ଖବର ଆସୁଛି ତାହା ବେଶ ଚିନ୍ତାଜନକ।

Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ

ପୁରା ଦୁନିଆ ପଶ୍ଚିମବଙ୍ଗରେ ହେଉଥିବା ରାଜନୈତିକ ହିଂସାକାଣ୍ଡ ଉପରେ ସତର୍କ ନଜର ରଖିଛି। ଏପରି କାମକୁ କଠୋର ଭାଷାରେ ସମାଲୋଚନା କରୁଛି। ନିଜର ବାଣିଜ୍ୟ କାରବାର ଚଳାଇବା ପାଇଁ ଲୋକେ ଦାଦାବଟି ଦେଉଥିବା ନେଇ ଖବର ମୋ ପାଖରେ ଆସି ପହଞ୍ଚିଛି। ରାଜ୍ୟ ସରକାର ଏହା ଉପରେ ଆତ୍ମମନ୍ଥନ କରନ୍ତୁ। ଏଭଳି କାଣ୍ଡ ଭିଆଉଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। 

Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF

ଆଇନ ଶୃଙ୍ଖଳା ପରିସ୍ଥିତି, ରାଜନୈତିକ ହିଂସା ଭଳି ଘଟଣାକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି  ଘଟଣାରେ ବାବଦରେ ଅବଗତ କରାଇବାକୁ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ। ହେଲେ ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ରିପୋର୍ଟ ମିଳିନଥିଲା। ଯାହାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛନ୍ତି ରାଜ୍ୟପାଳ।