ମୁମ୍ବାଇ: ଦଳୀୟ କାର୍ଯ୍ୟାଳୟକୁ ଭାଙ୍ଗିଦେବା ନେଇ ବିଜେପି ନେତା ରଖିଥିବା ବୟାନକୁ ନେଇ ତାତି ଉଠିଛି ଶିବସେନା। ଏ ପ୍ରସଙ୍ଗରେ ବିଜେପିକୁ ପାଲଟା ଜବାବ ଦେଇଛି ଶିବସେନା। ଅନ୍ୟପଟେ ଦଳୀୟ ନେତାଙ୍କ ବୟାନ ଉପରେ ଜବାବ ରଖିଛି ବିଜେପି।  


COMMERCIAL BREAK
SCROLL TO CONTINUE READING

ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଜେପି ନେତା ତଥା ଦଳର ବିଧାନ ପରିଷଦ ସଦସ୍ୟ ପ୍ରସାଦ ଲାଡ (BJP MLC Prasad Lad) ଏକ ବିବାଦୀୟ ବୟାନ ଦେଇଥିଲେ। ଏନେଇ ସେ କହିଥିଲେ ସମୟ ଆସିଲେ ଶିବସେନା ଭବନକୁ (Shiv Sena Bhavan) ଭାଙ୍ଗି ଦିଆଯିବ। ନିଜେ ରଖଥିବା ବୟାନକୁ ନେଇ ବିବାଦ ତେଜିବାରୁ ପରେ କ୍ଷମା ପ୍ରାର୍ଥନା କରିଛନ୍ତି ସେ।  


Also Read: Crackdown in MVA; ବଡ଼ ଘୋଷଣା କଲେ Maharastra Congress President


ବିଜେପି ନେତାଙ୍କ ଏହି ବୟାନ ଉପରେ ଜବାବ ରଖି ଶିବସେନା ନେତା (Shiv Sena Leader) ସଞ୍ଜୟ ରାଉତ (Sanjay Raut) କହିଛନ୍ତି ଶିବସେନା ଭବନ ଉପରେ ଆକ୍ରମଣ କରିବାକୁ ବିଜେପି କେବେ ଚିନ୍ତା କରିପାରିବ ନାହିଁ। ଏଭଳି ମତ ମନ୍ତବ୍ୟ ରଖୁଥିବା ଲୋକକୁ ମହାରାଷ୍ଟ୍ରବାସୀ କେବେ କ୍ଷମା ଦେବେ ନାହିଁ। ଏପରି ଲୋକ ବିଜେପି କର୍ମକର୍ତ୍ତା ହୋଇନପାରନ୍ତି। ସେମାନଙ୍କୁ ବାହାରୁ ଅଣାଯାଇଛି। ଏଭଳି ଲୋକଙ୍କ କାରଣରୁ ବିଜେପି (BJP) ମହାରାଷ୍ଟ୍ର ରାଜନୀତିରେ (Maharashtra Politics) କ୍ଷତିଗ୍ରସ୍ତ ହେବ। ବିବାଦୀୟ ବୟାନ ଦେବା ପରେ ଏଭଳି ଲୋକଙ୍କ କ୍ଷମାପ୍ରାର୍ଥନାକୁ ଆମେ ସ୍ୱୀକାର କରିପାରିବୁ ନାହିଁ।     


ସେହିପରି ଦଳୀୟ ମୁଖପତ୍ର ସାମନା ମାଧ୍ୟମରେ ଶିବସେନା (Shivsena Mouthpiece Saamana) ପକ୍ଷରୁ କୁହାଯାଇଛି ଏପର ଲୋକ ଯେଉଁଭଳି ପ୍ରକାରେ ବ୍ୟବହାର କରୁଛନ୍ତି ଏଥରୁ ସ୍ପଷ୍ଟ ହେଉଛି ଯେ ବିଜେପିର ଶେଷ ସମୟ ଆସିଗଲାଣି। ଯେଉଁ ନେତା ଶିବସେନା ଭବନର ଅପମାନ କରିଛନ୍ତି ସେମାନେ ଉପଯୁକ୍ତ ସମୟରେ ଗାଏବ ହୋଇଯାଇଛନ୍ତି। ଆମ ସହ ରାଜନୈତିକ ମତଭେଦ ରଖୁଥିବା ଲୋକଙ୍କୁ ଆମେ ଆମ ସାମର୍ଥ୍ୟ ଅନୁସାରେ ଜବାବ ଦେଇଆସୁଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଆମର କୌଣସି ବିରୋଧି ଆମ କାର୍ଯ୍ୟାଳୟକୁ ଭାଙ୍ଗିଦେବେ ବୋଲି ଧମକ ଦେଇନଥିଲେ। 


Also Read: Hindutva ପ୍ରସଙ୍ଗକୁ ନେଇ ମୁହାଁମୁହିଁ BJP-Shivsena


ଅନ୍ୟପଟେ ଶିବେସେନା ସୁପ୍ରିମୋ (Maharashtra Chief Minister) ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) କହିଥିଲେ ଆମେ କାହାର ସମାଲୋଚନାକୁ ଡରୁନାହିଁ। ଆମେ ଆମର ବିରୋଧିଙ୍କୁ ଜବାବ ଦେଇଆସିଛୁ। ଶିବସେନା ଭବନ ଭାଙ୍ଗିବାକୁ ନେଇ ଦଳୀୟ ନେତା ରଖିଥିବା ବୟାନ ଉପରେ ଜବାବ ଦେଇ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Maharashtra CM) ତଥା ବିରୋଧି ଦଳ ନେତା (Maharashtra Opposition Leader) ଦେବେନ୍ଦ୍ର ଫଡନାଭୀସ (Devendra Fadnavis) କହିଛନ୍ତି ବିନାଶକାରୀ କିମ୍ବା ଭାଙ୍ଗିବା ରାଜନୀତି ସହ ଆମ ଦଳର କୌଣସି ସମ୍ପର୍କ ନାହିଁ। କାରଣ ଏହା ଆମ ଦଳୀୟ ସଂସ୍କୃତିର ଅଂଶବିଶେଷ ନୁହେଁ।