Crackdown in MVA; ବଡ଼ ଘୋଷଣା କଲେ Maharastra Congress President
Advertisement

Crackdown in MVA; ବଡ଼ ଘୋଷଣା କଲେ Maharastra Congress President

ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ମେଣ୍ଟରେ ସାମିଲ ଥିବା ୩ ପ୍ରମୁଖ ଅଂଶୀଦାର ଦଳ ହେଉଛନ୍ତି ଶିବସେନା, କଂଗ୍ରେସ, ଏନସିପି।

Crackdown in MVA; ବଡ଼ ଘୋଷଣା କଲେ Maharastra Congress President

ମୁମ୍ବାଇ: ସରକାର ଗଠନ କରିବା ପର ଠାରୁ ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକାରର ସ୍ଥାୟୀକୁ ନେଇ ଅନେକ ସମୟରେ ଉଠିଛି ପ୍ରଶ୍ନ। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଏହି ମେଣ୍ଟ ସରକାରରେ ସାମିଲ ରହିଥିବା ଅଂଶୀଦାର ଦଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏପରିକି ବିଭିନ୍ନ ସମୟରେ ପରସ୍ପରକୁ ଟାର୍ଗେଟ କରିବାକୁ ମଧ୍ୟ ପଛାଇନାହାଁନ୍ତି।

ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି (Maha Vikas Aghadi Govt) ମେଣ୍ଟରେ ସାମିଲ ଥିବା (MVA Alliance) ୩ ପ୍ରମୁଖ ଅଂଶୀଦାର ଦଳ ହେଉଛନ୍ତି ଶିବସେନା (Shiv Sena), କଂଗ୍ରେସ (Congress), ଏନସିପି (NCP)। ସରକାର ଗଠନ କରିବା ପର ଠାରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜର ଭିନ୍ନ ଭିନ୍ନ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ମେଣ୍ଟ ସରକାରରେ ସାମିଲ ଥିବା ଏହି  ଦଳ।  

Also Read: President Election ଲଢିବାକୁ ନେଇ ଏପରି କହିଲେ Sharad Pawar

ସଦ୍ୟ ମେଣ୍ଟରେ ସାମିଲ ଥିବା କଂଗ୍ରେସ ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା। ଏନେଇ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ସ୍ଥାନୀୟ ସ୍ୱାୟତ୍ତ ଶାସିତ ଅଞ୍ଚଳ ନିର୍ବାଚନରେ (Maharashtra Local Body Poll 2021) ଦଳ ଏକାକୀ ଲଢିବ। 

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବୁଧବାର ମହାରାଷ୍ଟ୍ର କଂଗ୍ରେସ ସଭାପତି (Maharastra Congress President) ନାନା ପୋଟଲେ (Nana Patole) କହିଛନ୍ତି ମେଣ୍ଟ ସରକାରରେ ଥାଇ ମଧ୍ୟ ଦଳ ଏକୁଟିଆ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟ ରାଜନୀତିରେ ଦଳ କିପରି ପ୍ରଥମ ସ୍ଥାନ  ଅଧିକାର କରିବ ସେ ନେଇ ମୁଁ ରାହୁଲ ଗାନ୍ଧୀଙ୍କ ଭେଟି ତାଙ୍କ ସହ ଏ ବାବଦରେ ଚର୍ଚ୍ଚା କରିଛି। ଦଳକୁ ମଜବୁତ କରିବା ଲାଗି ସେ ପ୍ରସ୍ତୁତ କରିଥିବା ରଣନୀତି  ଆଧାରରେ କାର୍ଯ୍ୟ କରାଯିବ।

Also Read: Hindutva ପ୍ରସଙ୍ଗକୁ ନେଇ ମୁହାଁମୁହିଁ BJP-Shivsena

ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ଅଥବା ଲୋକସଭା ନିର୍ବାଚନରେ ଦଳ ଏକୁଟିଆ ନିର୍ବାଚନ ଲଢିବ ନା ନାହିଁ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ମହାରାଷ୍ଟ୍ର କଂଗ୍ରେସ ସଭାପତି କହିଛନ୍ତି ଆହୁରି ୩ ବର୍ଷ ପରେ ଏହି ନିର୍ବାଚନ ଅନୁଷ୍ଠିତ। ଏ ବାବଦରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତ୍ତି ନେବେ। ରାଜ୍ୟରେ ଦଳର ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହୋଇଛି। ଅଧିକାଂଶ ଦଳୀୟ ନେତା ଏକୁଟିଆ ନିର୍ବାଚନ ଲଝିବା ସପକ୍ଷରେ ଅଛନ୍ତି।

ବିଭିନ୍ନ ପ୍ରସଙ୍ଗକୁ ନେଇ ଶିବସେନା କିମ୍ବା ଏନସିପି ଭଳି ସହଯୋଗୀଙ୍କୁ ଟାର୍ଗେଟ କରି ଚର୍ଚ୍ଚାର ପରିସରରେ ରହିଥିଲେ ଏହି କଂଗ୍ରେସ ନେତା। ନିକଟରେ ସେ ଅଭିଯୋଗ  ଆଣି କହିଥିଲେ ମହାରାଷ୍ଟ୍ର ସରକାର ତାଙ୍କର ଫୋନ ଟ୍ୟାପ୍ କରୁଛି। ଅନ୍ୟପଟେ ଏନସିପି ସୁପ୍ରିମୋଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ନାନା ପୋଟଲେ କହିଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାରର ରିମୋଟ ଶରଦ ପାୱାରଙ୍କ ହାତରେ ରହିଛି।

Also Read: Rashtra Manch ବୈଠକରେ ଯୋଗଦେଲେ ଏହି ନେତା; ଦୂରେଇଗଲେ Shivsena-Congress

କେବଳ ସେତିକି ନୁହେଁ ଗତ ୨୦୧୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନସିପି ଦଳକୁ ଧୋକ୍କା ଦେଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା ନାନା। ଉଭୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ତାଙ୍କର ଗତିବିଧି ଉପରେ ଗୁଇନ୍ଦାଗିରି କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱରଙ୍କ ଅପେକ୍ଷା କୌଣସି କଂଗ୍ରେସ ନେତାଙ୍କୁ ମହାବିକାଶ ଅଘାଡି ସରକାରରେ ଅଧିକ ଗୁରୁତ୍ୱ ତଥା ଦାୟିତ୍ୱ ଦେବାକୁ କହି ଶରଦ ପାୱାରଙ୍କୁ ନାରାଜ କରିଥିଲେ।  

ଗତ ସୋମବାର ମୁମ୍ବାଇ ଠାରୁ ୧୨୫ କିମି ଦୂର ଲୋନବଲା ହିଲ ଷ୍ଟେସନ ଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ ନାନା ପୋଟଲେ କହିଥିଲେ ଦଳୀୟ ସଙ୍ଗଠନକୁ ମଜବୁତ କରି ପୁଣି ଥରେ ଶକ୍ତିଶାଳୀ ହେଉଛି କଂଗ୍ରେସ। ହେଲେ ଏହାକୁ ଶିବସେନା-ଏନସିପି ଭଳି ସହଯୋଗୀ ଦଳ ସହଜେ ଗ୍ରହଣ କରି ପାରୁନାହାଁନ୍ତି। ଆମ ଦଳ ପକ୍ଷରୁ ଯେଉଁ ସବୁ କାର୍ଯ୍ୟକ୍ରମ କରାଯାଉଛି ତାହାର ସମସ୍ତ ଖବର ସହଯୋଗୀ ଦଳ ନେତାଙ୍କ ପାଖକୁ ଯାଉଛି।  

Also Read: Mission 2024; ବିରୋଧି ପକ୍ଷର ନେତୃତ୍ୱ ନେବେକି NCP Supremo?

ଗୁଇନ୍ଦାଗିରି କରାଯାଉଥିବା ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ଆଣିଥିବା ଅଭିଯୋଗ ଉପରେ ଜବାବ ରଖି ଏନସିପି ନେତ ନବାବ ମଲ୍ଲିକ କହିଥିଲେ ସେ ଯେଉଁ କଥା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଗୁରୁତ୍ୱପୂର୍ଣ୍ଣ ନେତାଙ୍କ ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମ କିମ୍ବା ସାକ୍ଷାତକାର ଭଳି କାର୍ଯ୍ୟ ଉପରେ ସୁରକ୍ଷାଗତ କାରଣ ଦୃଷ୍ଟିରୁ ସ୍ୱତନ୍ତ୍ର ନଜର ରଖାଯାଇଥାଏ। ଏ ବାବଦରେ ନାନା ପୋଟଲେ ତାଙ୍କ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ ସିନ୍ଦେ, ଅଶୋକ ଚହ୍ୱାଣ, ପୃଥୀରାଜ ଚୌହ୍ୱଣଙ୍କ ଠାରୁ ପରାମର୍ଶ ନେବା ଆବଶ୍ୟକ।