ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ପରସ୍ପର ସହ ମୁହିାଁମୁହିଁ ହୋଇଛନ୍ତି ଉଭୟ ଦଳ।
Trending Photos
ମୁମ୍ବାଇ: ମେଣ୍ଟ ଭାଙ୍ଗିବା ପରେ ବିଭିନ୍ନ ଘଟଣାକୁ ଅନେକ ସମୟରେ ମୁହାଁମୁହିଁ ହେଉଛନ୍ତି ଦୁଇ ପୂର୍ବତନ ସହଯୋଗୀ ବିଜେପି-ଶିବସେନା। ସଦ୍ୟ ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ପରସ୍ପରକୁ ଜବାବ ଦେଇଛନ୍ତି ଉଭୟ ଦଳ। ପ୍ରଥମେ ଏ ମାମାଲରେ ଶିବସେନା ପକ୍ଷରୁ ଏହାର ଦଳୀୟ ମୁଖପତ୍ର ମାଧ୍ୟମରେ ପ୍ରତିକ୍ରିୟା ରଖାଯିବା ପରେ ଏହାର ଜବାବ ଦେଇ ବିଜେପି କହିଛି ସେମାନେ ଆମକୁ ଉପଦେଶ ଦିଅନ୍ତୁ ନାହିଁ।
ଗତ ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (Rashtriya Swayamsevak Sangh) ଆରଏସଏସ ମୁଖ୍ୟ (RSS Chief) ଡ.ମୋହନ ଭାଗବତ (Dr.Mohan Bhagwat) କହିଥିଲେ ଭିଡ ହତ୍ୟା ଭଳି କାର୍ଯ୍ୟରେ ସାମିଲ ହେଉଥିବା ଲୋକ ହିନ୍ଦୁତ୍ୱ ବିରୋଧି। ହିନ୍ଦୁ ମୁସଲିମ ପରସ୍ପର ଠାରୁ ଅଲଗା ନୁହଁନ୍ତି। କାରଣ ଆରଧନା କରିବା ଶୈଳୀ ଆଧାରରେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଇ ପାରିବ ନାହିଁ। ସମସ୍ତ ଭାରତୀୟଙ୍କ ଡିଏନଏ (DNA of Indian) ହେଉଛି ଗୋଟିଏ। ଆମେ ଏକ ଗଣତାନ୍ତ୍ରିକ ଦେଶରେ ବସବାସ କରୁଛେ। ଏଠାରେ ଧର୍ମ ଆଧାରରେ ପ୍ରଭୃତ୍ୱ ବିସ୍ତାର କରାଯାଇ ପାରିବ ନାହିଁ। କେବଳ ଭାରତୀୟଙ୍କ ପ୍ରଭୃତ୍ୱ ଏଠାରେ ରହିବ। ସଂଖ୍ୟାଳଘୁ ସମ୍ପ୍ରଦାୟର ଲୋକଙ୍କ ମନରେ ଏକ ଡର ଭର୍ତ୍ତି କରାଯାଇ ସେମାନଙ୍କୁ କୁହାଯାଉଛି ଯଦି ସେମାନେ ହିନ୍ଦୁରାଷ୍ଟ୍ରରେ ରହିପାରିବେ ନାହିଁ।
Also Read: ସଂଘ ମୁଖ୍ୟଙ୍କ ବୟାନକୁ ନେଇ ସରଗରମ ରାଜନୀତି; ଏପରି ଜବାବ ଦେଲେ ବିରୋଧି
ସଂଘ ମୁଖ୍ୟଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଦଳୀୟ ମୁଖପତ୍ର ସାମନା ମାଧ୍ୟମରେ ଶିବସେନା ପକ୍ଷରୁ କୁହାଯାଇଛି ଆରଏସଏସ ମୁଖ୍ୟ ଯାହା କହିଛନ୍ତି ତାହାକୁ କ'ଣ ବିଜେପି ଗ୍ରହଣ କରିବ। କାହିଁକି ସମସ୍ତଙ୍କ ଡିଏନଏ ଏକ ବୋଲି କହିଲେ ସେ। ଏହା ଉପରେ ବିଚାର କରାଯିବା ଆବଶ୍ୟକ। ଭୁଲ ବୁଝାମଣା ଅଥବା ଭୁଲ ଧାରଣା କାରଣରୁ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଅନେକ ସମୟରେ ସଂଘର୍ଷ ଘଟୁଛି। ହିନ୍ଦୁ ମୁସଲିମ ଏକ ହେବା ଲାଗି ସଂଘ ମୁଖ୍ୟଙ୍କ ପକ୍ଷରୁ ଯେଉଁ ଆହ୍ୱାନ ଦିଆଯାଉଛି ତାହାକୁ କ'ଣ କେନ୍ଦ୍ରରେ କ୍ଷମତାସୀନ ସରକାର ପସନ୍ଦ କରିବେ।
ଦଳୀୟ ମୁଖପତ୍ରରେ ଅଭିଯୋଗ ଆଣି ଶିବସେନା ପକ୍ଷରୁ ଆହୁରି କୁହାଯାଇଛି ଘରୁ ଗୋମାଂସ ମିଳିବା ଅଭିଯୋଗରେ ଅନେକ ଲୋକଙ୍କୁ ଭିଡ ହତ୍ୟାର ଶିକାର ହେବାକୁ ପଡୁଛି। ଦେଶରେ ଏପରି ଅନେକ ରାଜ୍ୟରେ ରହିଛି ଯେଉଁଠି ଗୋମାଂସ ବିକ୍ରିୟ କରାଯାଉଛି ସେଠାରେ ନିଜକୁ ହିନ୍ଦୁତ୍ୱବାଦୀ ବୋଲି କହୁଥିବା ଦଳର ସରକାର ଶାସନ କରୁଛି। ଯାହାର ଅର୍ଥ ହେଉଛି ଏହି ସରକାର ଟଙ୍କା କମାଇବାର ମାଧ୍ୟମକୁ ଛାଡୁନାହିଁ। କାରଣ ଏପରି ମାଂସ କାରବାର ଦ୍ୱାରା ସେମାନଙ୍କ ବେଶ ମୋଟା ଅଙ୍କର ରୋଜଗାର ହେଉଛି। ପୂଜା କରିବାକୁ ନେଇ ଭିଡ ହତ୍ୟା ଆଉ ହିନ୍ଦୁତ୍ୱବାଦୀ ସରକାର କ୍ଷମତାସୀନ ଥି୍ବା ରାଜ୍ୟର ଗୋମାଂସ ବିକ୍ରି ଏକ ନାଟକ ବୋଲି ଦଳ ପକ୍ଷରୁ କୁହାଯାଇଛି।
Also Read: ଦେଶଭକ୍ତିକୁ ନେଇ ଓୱେସୀ-ଭାଗବତ ମୁହାଁମୁହିଁ
ପୂର୍ବତନ ସହଯୋଗୀ ଶିବସେନା ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ ଜବାବ ରଖିଛି ବିଜେପି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦଳୀୟ ନେତା ରାମ କାଦାମ କହିଛନ୍ତି ଯେଉଁ ଦଳ ହିନ୍ଦୁତ୍ୱ ତ୍ୟାଗ କରିସାରିଛି ସେହି ଦଳ ଆରଏସଏସ ମୁଖ୍ୟ ଭାଷଣ କ'ଣ ବୁଝିବ। ଶିବସେନା ପ୍ରଥମେ ହିନ୍ଦୁତ୍ୱ ଉପରେ ଚିନ୍ତନ କରୁ। ଯଦି ଏହା ସ୍ୱର୍ଗତ ବାଲା ସାହେବ ଠାକେରଙ୍କ ଶିବସେନା ହୋଇଥାନ୍ତି ତାହେଲେ ଏହି ଭାଷଣକୁ ବୁଝି ପାରିଥାନ୍ତା। ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥବା କଂଗ୍ରେସ ସହ ବୁଝାମଣା କରି ସରକାର ଗଠନ କରିଥିବା ଶିବସେନା ହିନ୍ଦୁତ୍ୱ କ'ଣ ବୁଝିବ। କ୍ଷମତା ଲୋଭରେ ଶିବସେନା ହିନ୍ଦୁତ୍ୱକୁ ଛାଡି ଲୋକକୁ ଧୋକ୍କା ଦେଇଛି।