Jairam Ramesh On CPM Criticized: କଂଗ୍ରେସର ଭାରତ ଯୋଡୋ ଯାତ୍ରା (Congress Bharat Jodo Yatra)କୁ ନେଇ ବିରୋଧି ଦଳ ନେତାମାନେ ଅନେକ ସମାଲୋଚନା କରୁଛନ୍ତି। ସୋସିଆ ମିଡିଆ ଠାରୁ ଆରମ୍ଭ କରି ମୁଖ୍ୟ ଧାରାରେ ଥିବା ଗଣମାଧ୍ୟମ ପର୍ଯ୍ୟନ୍ତ ବିତର୍କ ଲମ୍ବିବାରେ ଲାଗିଛି। ଟ୍ବିଟରରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଆଉ ଆଜି ମଧ୍ୟ ଭାରତ ଯୋଡୋ ଯାତ୍ରାକୁ ନେଇ  କଂଗ୍ରେସ (Congress) ଏବଂ ସିପିଏମ (CPM) ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା। ବାସ୍ତବରେ ସିପିଏମ୍, କଂଗ୍ରେସର 'ଭାରତ ଯୋଡା ଯାତ୍ରା'କୁ ପ୍ରଶ୍ନ (Question) କରି ଟ୍ୱିଟ୍ କରିଛି। ସେଥିରେ ସେ କହିଛି ଯେ, ଏହା ଭାରତ ଯୋଡୋ ନା ସିଟ୍ ଯୋଡା ଯାତ୍ରା? ଏହା ଉପରେ କଂଗ୍ରେସର ମହାସଚିବ ତଥା ଗଣମାଧ୍ୟମ ବିଭାଗର ମୁଖ୍ୟ ଜୟରାମ ରମେଶ (Jairam Ramesh) ଏହାର ପାଲଟା ଜବାବ ଦେଇ ସିପିଏମକୁ ବିଜେପିର 'ଏ' ଟିମ୍ ବୋଲି କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ କେରଳରେ ଅଛି ଏବଂ ଆଗାମୀ କିଛି ଦିନ ପାଇଁ କେରଳରେ ରହିବେ, ଯେଉଁଠାରେ ସିପିଏମ୍ ନେତୃତ୍ୱାଧୀନ LDF ସରକାର କ୍ଷମତାରେ ଅଛନ୍ତି। ଏ ସମ୍ପର୍କରେ ସିପିଏମ୍ ଏକ ଟ୍ୱିଟ୍‌ରେ ଲେଖିଛି, 'ବିଜେପି ଆରଏସଏସ ସହିତ ଲଢିବା ପାଇଁ କଂଗ୍ରେସର ଏହା ବିଚିତ୍ର ଉପାୟ, କେରଳରେ ୧୮ ଦିନ ଏବଂ ୟୁପିରେ ୨ ଦିନ।'


କଂଗ୍ରେସ କହିଛି ଯେ, ଭାରତ ଯୋଡା ଯାତ୍ରାକୁ ନେଇ ବିଜେପି ପକ୍ଷରୁ ମିଥ୍ୟା ଏବଂ ଭିତ୍ତିହୀନ ବୟାନ ଆସୁଛି। ଏଥିରୁ ସ୍ପଷ୍ଟ ଯେ, ''ବିଜେପି ବିଚଳିତ ଓ ଯନ୍ତ୍ରଣା ପାଉଛି। ଜନସାଧାରଣଙ୍କ ସମର୍ଥନ ଉପରେ ବିଜେପି ନଜର ରଖିଛି ଏବଂ ଯେଉଁ କ୍ୟାବିନେଟ ମନ୍ତ୍ରୀମାନେ ଦୁର୍ନୀତିରେ ଫଶିଛନ୍ତି ସେମାନଙ୍କ ତରଫରୁ ବୟାନ ଆସୁଛି। ଭାରତ ଯୋଡୋ କଣ୍ଟେନର ହେଉ ବା ଟି-ସାର୍ଟ କିମ୍ବା ଆମେ ଯେଉଁ ସ୍ଥାନକୁ ଯାଇନାହୁଁ ସେହି ସ୍ଥାନକୁ ନେଇ ଅନେକ ଟିକଟିପ୍ପଣୀ କରାଯାଉଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଗୃହମନ୍ତ୍ରୀ ଏବଂ ତାଙ୍କ ସହଯୋଗି କ୍ୟାବିନେଟ ମନ୍ତ୍ରୀମାନେ ଯେତେ ତଳକୁ ଖସିଯାଇଛନ୍ତି, ମୁଁ ସେହି ସ୍ତରକୁ ଯିବି ନାହିଁ।''


ଆଜି ଭରତ ଯୋଡୋ ଯାତ୍ରାର ପଞ୍ଚମ ଦିନ ଏବଂ ବକୌଲ କଂଗ୍ରେସ ଅନୁଯାୟୀ, ପଞ୍ଚମ ଦିନ ଶେଷ ସୁଦ୍ଧା ଅର୍ଥାତ୍ ସେପ୍ଟେମ୍ବର ୧୨ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା କଂଗ୍ରେସର ଯାତ୍ରା ୧୦୨ କିଲୋମିଟର ଦୂର ଅତିକ୍ରମ କରିବ। କଂଗ୍ରେସର ମହାସଚିବ ତଥା ଗଣମାଧ୍ୟମ ବିଭାଗର ମୁଖ୍ୟ ଜୟରାମ ରମେଶ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦିନକୁ ୨୫ କିଲୋମିଟର ଚାଲିବାକୁ ଚାହୁଁଛନ୍ତି। କିନ୍ତୁ, ବାକି ଯାତ୍ରୀମାନେ ୨୧ରୁ ୨୨ କି.ମି ଚାଲିବାକୁ ଚାହାଁନ୍ତି। ରାହୁଲ ଜୀ ୬ଟାରୁ ଯାତ୍ରା ଆରମ୍ଭ କରୁଛନ୍ତି ଆଉ ଆମେ ୭: ୩୦ରୁ ଆରମ୍ଭ କରୁଛୁ। 



ଭାରତୀୟ ଜନତା ପାର୍ଟି (BJP) ଗତ ୯ ତାରିଖ ଦିନ ଦାବି କରିଥିଲା ଯେ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡା ଯାତ୍ରା' ସମୟରେ ପିନ୍ଧିଥିବା ଟି-ସାର୍ଟର ମୂଲ୍ୟ ୪୧,୦୦୦ (T-Shirt Price 41,000)ରୁ ଅଧିକ ଟଙ୍କା। ବିଜେପି ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଦୁଇଟି ଫଟୋ ସେୟାର କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲା। ଶୁକ୍ରବାର ଦିନ ବିଜେପି ଏହି ଦାବି କରିବା ସହିତ କଟାକ୍ଷ କରି କହିଥିଲା ଯେ, 'ଭାରତ, ଦେଖୋ'। ବିଜେପି ଦ୍ବାରା ଜାରି କରାଯାଇଥିବା ଗୋଟିଏ ଫଟୋ ରାହୁଲ ଗାନ୍ଧୀଙ୍କ ହୋଇଥିବା ବେଳେ ଅନ୍ୟ ଫଟୋରେ ଏକ ଟି-ସାର୍ଟକୁ ଏହାର ଦାମ ସହିତ ଦେଖାଯାଇଛି, ଯାହା ଗାନ୍ଧୀ ପିନ୍ଧିଥିବା ଟି-ସାର୍ଟ ପରି ଦେଖାଯାଉଛି। ଏହାକୁ ନେଇ ମଧ୍ୟ ରାଜନୀତିରେ ଝଡ ଦୋଖିବାକୁ ମିଳିଥିଲା। କଂଗ୍ରେସ ତୁରନ୍ତ ଏହାର ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ପିନ୍ଧିଥିବା ଦାମିକା ଜିନିଷ ଗୁଡିକର ଫଟୋ ସେୟାର କରି କଟାକ୍ଷ କରିଥିଲା।