କଂଗ୍ରେସର କମାଣ ସମ୍ଭାଳିବାକୁ ପ୍ରସ୍ତୁତ ନୁହଁନ୍ତି ରାହୁଲ, ମନମୋହନ ସିଂ ହୋଇପାରନ୍ତି ଅନ୍ତରୀଣ ଅଧ୍ୟକ୍ଷ
ଏହା ସହିତ କିଛି ନେତା ଆଶା ରଖିଛନ୍ତି ଯେ ରାହୁଲ ଗାନ୍ଧୀ ଦଳର କମାଣ ନେବାକୁ ପ୍ରସ୍ତୁତ ନଥିବା ସ୍ଥିତିରେ ନେତୃତ୍ୱ ଏବଂ ସଂଗଠନକୁ ନେଇ ଆଗାମୀ ଲକ୍ଷ୍ୟ ସ୍ଥିର କରିବା ପାଇଁ CWC ସଦସ୍ୟଙ୍କ ମଧ୍ୟରେ କୌଣସି ନା କୌଣସି ଏକ ରୋଡମ୍ୟାପ୍ ଉପରେ ସହମତି ହୋଇଯିବ ।
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ((Congress Interim President Sonia Gandhi)ଙ୍କୁ ବହୁ ବରିଷ୍ଠ ନେତାଙ୍କ ଦ୍ୱାରା ଲେଖାଯାଇଥିବା ଚିଠି ପରେ ନେତୃତ୍ୱ ପ୍ରସଙ୍ଗରେ ତୀବ୍ର ବିତର୍କ ମଧ୍ୟରେ ଆଜି(ସୋମବାର) କଂଗ୍ରେସ ୱାର୍କିଂ କମିଟି(CWC)ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଅନେକ ସଦସ୍ୟ ପୁଣି ଥରେ ରାହୁଲ ଗାନ୍ଧୀ(Rahul Gandhi)ଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ରଖିବେ । ତେବେ ରାହୁଲ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଦଳର କମାଣ ଜଣେ ଅଣ-ଗାନ୍ଧୀଙ୍କୁ ଦିଆଯାଉ । ସୂଚନାନୁସାରେ, ଏଭଳି ପରିସ୍ଥିତିରେ ସୋନିଆ ଗାନ୍ଧୀ ଇସ୍ତଫା ଦେବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ(Manmohan Singh) କିମ୍ବା ଏ.କେ ଆଣ୍ଟୋନି(AK Antony)ଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦ ଦିଆଯାଇପାରେ ।
ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !
ଏହା ସହିତ କିଛି ନେତା ଆଶା ରଖିଛନ୍ତି ଯେ ରାହୁଲ ଗାନ୍ଧୀ ଦଳର କମାଣ ନେବାକୁ ପ୍ରସ୍ତୁତ ନଥିବା ସ୍ଥିତିରେ ନେତୃତ୍ୱ ଏବଂ ସଂଗଠନକୁ ନେଇ ଆଗାମୀ ଲକ୍ଷ୍ୟ ସ୍ଥିର କରିବା ପାଇଁ CWC ସଦସ୍ୟଙ୍କ ମଧ୍ୟରେ କୌଣସି ନା କୌଣସି ଏକ ରୋଡମ୍ୟାପ୍ ଉପରେ ସହମତି ହୋଇଯିବ ।
ଅଧିକ ପଢ଼ନ୍ତୁ:-କଂଗ୍ରେସରୁ ଆସିଥିବା ନେତାଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ବିଜେପିରେ ବଢ଼ୁଛି ଅସନ୍ତୋଷ
ପାର୍ଟି ସୂତ୍ରରୁ ପ୍ରକାଶ ଯେ ସୋମବାର ସକାଳେ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହେବାକୁ ଥିବା CWC ବୈଠକରେ ବରିଷ୍ଠ ନେତାଙ୍କ ଦ୍ୱାରା ଲେଖା ଯାଇଥିବା ଚିଠି ଏବଂ ପରାମର୍ଶ ପ୍ରସଙ୍ଗ ଉପରେ ଅଧିକ ପ୍ରାଧାନ୍ୟ ଦିଆଯିବ । କଂଗ୍ରେସର ଜଣେ ବରିଷ୍ଠ ନେତା ତଥା CWCର ସଦସ୍ୟ ପିଟିଆଇକୁ କହିଛନ୍ତି ଯେ, "ପ୍ରାୟ ନିଶ୍ଚିତ ଯେ ଆସନ୍ତାକାଲିର ବୈଠକ ମୁଖ୍ୟତଃ ନେତୃତ୍ୱ ଏବଂ ସଂଗଠନ ଉପରେ ରହିବ । ମୁଁ ମୋ ତରଫରୁ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କ ନାମ ରଖିବି, କାରଣ ଏହା ହେଉଛି କଂଗ୍ରେସ ସଦସ୍ୟଙ୍କ ଭାବନା ।"
ଅଧିକ ପଢ଼ନ୍ତୁ:-ବହୁତ ବଡ଼ ଖୁସି ଖବର ଦେଲା WHO
ଦଳ ଦୁଇ ଗୋଷ୍ଠୀରେ ବାଣ୍ଟି ହେବା ନେଇ ସେ କହିଛନ୍ତି ଯେ ସେପରି କିଛି ନାହିଁ । ସମସ୍ତେ ଚାହାଁନ୍ତି, ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହୁଅନ୍ତୁ । କିନ୍ତୁ ଏପରି କିଛି ଲୋକ ଥାଇପାରନ୍ତି ଯେଉଁମାନେ ବିଶ୍ୱାସ କରନ୍ତି ଯେ ଯଦି ରାହୁଲଜୀ ପ୍ରସ୍ତୁତ ନୁହଁନ୍ତି, ତେବେ ଅନ୍ୟ କାହା ନାମରେ କିମ୍ବା ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିର୍ବାଚନକୁ ବିଚାର କରାଯିବା ଉଚିତ୍ ।