ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ଲୋକପ୍ରିୟତାର ମୁକାବିଲା କରିବା ପାଇଁ ବିରୋଧୀ ଦଳର କୌଣସି ନେତା ନଜରକୁ ଆସୁନାହାଁନ୍ତି । ୨୦୧୪ ପରେ ଦେଶରେ ପିଏମ ମୋଦି(PM Modi) ଦେଶର ସବୁଠାରୁ ଲୋକପ୍ରିୟ ନେତା ରହିଆସୁଛନ୍ତି । ଏହି ସମୟ ମଧ୍ୟରେ ବହୁ ସଂସ୍ଥା ଦ୍ୱାରା ସର୍ଭେ କରାଯାଇଛି । ଆଉ ଏହି ସମସ୍ତ ସର୍ଭେରେ ମୋଦିଙ୍କୁ ଟକ୍କର ଦେବା ଭଳି କେହିଁ ନଜରକୁ ଆସିନାହାଁନ୍ତି । ଏହି କ୍ରମରେ ବର୍ତ୍ତମାନ ଦେଶର ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ସର୍ଭେ କରାଯାଇଛି । ଯେଉଁଥିରେ ପିଏମ ମୋଦିଙ୍କୁ କେଉଁ ବିରୋଧୀ ଦଳର ନେତା କେତେ ଟକ୍କର ଦେଉଛନ୍ତି । ତାହା ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ସର୍ଭେ: ଦେଶର ବେଷ୍ଟ ସିଏମ କ୍ଷେତ୍ରରେ ନବୀନଙ୍କ ବାଜିମାତ୍, ଜାଣନ୍ତୁ ସବୁଠାରୁ ଖରାପ ମୁଖ୍ୟମନ୍ତ୍ରୀ କିଏ?


ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi), ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଦେଶର ସବୁଠାରୁ ଚର୍ଚ୍ଚିତ ବିରୋଧୀଦଳ ନେତାଙ୍କ ମଧ୍ୟରେ ଗଣା ଯାଇଥାଏ । ଏବିପି ନ୍ୟୁଜ୍ ଦେଶର ମୁଡ୍ ଜାଣିବା ପାଇଁ ଏକ ସର୍ଭେ କରିଛି । ଏହି ସର୍ଭେରେ ଏବିପି ନ୍ୟୁଜ୍ ଜନସାଧାରଣଙ୍କୁ ପ୍ରଶ୍ନ କରିଛି ଯେ ଭବିଷ୍ୟତରେ ବିରୋଧୀ ଦଳର କେଉଁ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେଇପାରନ୍ତି ।


ଅଧିକ ପଢ଼ନ୍ତୁ:-ନିଜ ସରକାରକୁ ହିଁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ, କହିଲେ-ରାଜ୍ୟରେ ଦୁର୍ନୀତିର ଗୁଡ଼ି ବହୁତ ଉଚ୍ଚରେ ଉଡୁଛି


ସର୍ଭେ ଅନୁଯାୟୀ, ୨୫.୬ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଭବିଷ୍ୟତରେ ଯଦି କେହି ପିଏମ ମୋଦିଙ୍କୁ ଟକ୍କର ଦେଇପାରିବେ, ତେବେ ସେ ହେଉଛନ୍ତି ରାହୁଲ ଗାନ୍ଧୀ । ଏଥି ସହିତ ୨୧.୯ ପ୍ରତିଶତ ଲୋକ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (APP) ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପିଏମ ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇପାରନ୍ତି । କେବଳ ଏତିକି ନୁହେଁ ୭.୯ ପ୍ରତିଶତ ଲୋକ କହିଛନ୍ତି ଯେ ମମତା ବାନାର୍ଜୀ ଭବିଷ୍ୟତରେ ପିଏମ ମୋଦିଙ୍କୁ ଟକ୍କର ଦେଇପାରନ୍ତି ।


ଅଧିକ ପଢ଼ନ୍ତୁ:-ଗାଦି ଛାଡିବା ପୂର୍ବରୁ ଚୀନକୁ ଆଉ ଏକ ବଡ଼ ଝଟକା ଦେଲେ ଟ୍ରମ୍ପ


ଭବିଷ୍ୟତରେ ପିଏମ ମୋଦିଙ୍କ ବିକଳ୍ପ କାହାକୁ ମନେ କରାଯାଉଛି?


ରାହୁଲ ଗାନ୍ଧୀ -୨୬ ପ୍ରତିଶତ
ଅରବିନ୍ଦ କେଜ୍ରିୱାଲ -୨୨ ପ୍ରତିଶତ
ମମତା ବାନାର୍ଜୀ -୮ ପ୍ରତିଶତ
ଏଥିମଧ୍ୟରୁ କେହିଁ ନୁହଁନ୍ତି -୪୪ ପ୍ରତିଶତ