By election results 2022: ଧାମନଗର ଖେଳ କାହାର ହେବ କାଳ? ଆଜି ୬ ରାଜ୍ୟର ୭ ଆସନରେ ଭୋଟ୍ ଗଣତି
Dhamnagar By election results 2022: ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ଆଉ ଗୋଟିଏ RO ଟେବୁଲ ରହିବ। ମୋଟ ୧୮ ରାଉଣ୍ଡ ଗଣତି କରାଯିବ। ୧୮ ରାଉଣ୍ଡ ପରେ VVPAT Machine Random Counting ହେବ।
Dhamnagar By election results 2022: ଛଅ ରାଜ୍ୟର ୭ଟି ବିଧାନସଭା ସିଟ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି (ରବିବାର) ପ୍ରକାଶ ପାଇପାରେ। ଆଜି ସକାଳ ଆଠଟାରୁ ଭୋଟ ଗଣତି ଆରମ୍ଭ ହେବ। ଗତ ତିନି ତାରିଖ ଗୁରୁବାରରେ ବିହାରର ଦୁଇଟି ସିଟ୍ ମୋକାମା ଓ ଗୋପାଲଗଞ୍ଜ, ମହାରାଷ୍ଟ୍ରର ଆନ୍ଧେରୀ ଇଷ୍ଟ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତର ପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ଓ ଓଡିଶାର ଧାମନଗରେ ମତଦାନ ହୋଇଥିଲା। ଭୋଟ ଗ୍ରହଣର ତିନି ଦିନ ପରେ ଆଜି ଭୋଟ ଗଣତି ହେବ। ସନ୍ଧ୍ୟା ପୂର୍ବରୁ ଧାମନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଆଶା କରାଯାଉଛି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ୪ ଜଣ ପ୍ରାର୍ଥୀଙ୍କ ହୃଦସ୍ପଦନ ବଢିବାରେ ଲାଗିଛି।
ସାତ ରାଜ୍ୟରେ ହୋଇ ଥିବା ନିର୍ବାଚନରେ ଆଞ୍ଚଳିକ ଦଳ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି। ବିହାର ଓ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ପ୍ରଥମ ଥର ନିର୍ବାଚନ ହୋଇଛି। ଆଗକୁ ଗୁଜରାଟ ଓ ହିମାଚଳରେ ବିଧାନସଭା ନିର୍ବାଚନ ଅଛି। ଏହା ସହ ଡିସେମ୍ବରରେ ୫ ବିଧାନସଭା ସହ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ହେବ। ତେଣୁ ଆଜିର ଫଳାଫଳ ସେଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହୁଛି। ଧାମନଗର ରାଜନୈତିକ ପଶାପାଲିରେ ବିଜେପି-ବିଜେଡ଼ି ଇଜ୍ଜତ୍ ବାଜିରେ ଲାଗିଛି। ଏହା ମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ସକାଳ ଆଠଟାରୁ ଭୋଟ ଗଣନ୍ତି ଆରମ୍ଭ ହେବ। ମୋଟ ୧୮ ରାଉଣ୍ଡ ଭୋଟ ଗଣନା କରାଯିବ। ଭୋଟ ଗଣତି ବେଳେ ଷ୍ଟ୍ରଙ୍ଗ ରୁମ ଠାରୁ ନେଇ କାଉଣ୍ଟିଂ ଟେବୁଲ ଏବଂ ମତ ଗଣନା କେନ୍ଦ୍ର ବାହାର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବଳୟ ଠାରୁ ନେଇ ସ୍ଥାନୀୟ ପୋଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି।
Also Read: ପଦମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, ଏଥର କିଏ ପିନ୍ଧିବେ ବିଜୟ ମୁକୁଟ?
ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ସଂସ୍କୃତି ଭବନ ଠାରେ ଭୋଟ ଗଣତି ବ୍ୟବସ୍ଥା କରାଯାଇଛି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହା ପରେ ସାଢେ ଆଠଟାରୁ ଇଭିଏମ ଭୋଟ ଗଣତି ହେବ। ଭୋଟ ଗଣତି ପାଇଁ ୧୪ଟି ଟେବୁଲ ଓ ଗୋଟିଏ RO ଟେବୁଲ ରହିବ। ୧୮ ରାଉଣ୍ଡ ପରେ VVPAT Machine Random Counting ହେବ। ଏହାକୁ ପରିଚାଳନା ପାଇଁ ଜଣେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରହିବେ। କାଉଣ୍ଟି ପାଇଁ ପ୍ରତି ଟେବୁଲ ପାଇଁ ଜଣେ ସୁପର ଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପର ଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ। ରାଉଣ୍ଡ ଶେଷରେ ଫଳାଫଳ ଘୋଷଣା କରାଯିବ। ଭୋଟ ଗଣତିରେ ୨୦୦ରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୧୦ ଜଣ ପ୍ରଶାସନ ଅଧିକାରୀ ଦାୟିତ୍ୱରେ ଅଛନ୍ତି। ସାଧାରଣ ଲୋକ ସିଧାସଳଖ ଫଳାଫଳ ଜାଣିବା ପାଇଁ ନିର୍ବାଚନ ଆୟୋଗ ୱେବସାଇଟ୍ results.eci.gov.in ଲଗ୍ ଇନ୍ କରି ପାରିବେ।
ଧାମନଗର ବିଧାୟକ ପ୍ରାର୍ଥୀ:-
ବିଜେଡି: ଅବନ୍ତୀ ଦାସ
ବିଜେପି: ସୂର୍ଯ୍ୟବଂଶୀ ସୁରଜ
କଂଗ୍ରେସ: ବାବା ହରେକୃଷ୍ଣ ସେଠୀ
ସ୍ୱାଧିନ: ରାଜେନ୍ଦ୍ର ଦାସ
ସ୍ୱାଧିନ: ପବିତ୍ର ମୋହନ ଦାସ
ମୋଟ ଭୋଟର- ଦୁଇ ଲକ୍ଷ ୩୮ ହଜାର ୩୫୦
ଭୋଟ ଦେଇଥିଲେ- ଲକ୍ଷେ ୬୪ ହଜାର ୪୬୫ (୬୬.୬୩%)
Also Read: Dhamnagar: କେଉଁ ନିର୍ବାଚନରେ କେଉଁ ଦଳ ଉଡ଼ାଇଛି ବିଜୟ ବାନା?
ଅନ୍ୟପଟେ ଆସନ୍ତା ଡିସେମ୍ବର ୫ରେ ବରଗଡ଼ ଜିଲ୍ଲାର ପଦମପୁର ବିଧାନସଭା ଆସନରେ ଉପନିର୍ବାଚନ ହେବ। ନଭେମ୍ବର ୫ ତାରିଖ ଶନିବାରଠାରୁ ସମଗ୍ର ବରଗଡ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ୫ ଡିସେମ୍ବରରେ ମତଦାନ ଏବଂ ଡିସେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବ। ଏହି ଉପନିର୍ବାଚନ ପାଇଁ ନଭେମ୍ବର ୧୭ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ, ୧୮ ନଭେମ୍ବରରେ ନାମାଙ୍କନ ଯାଞ୍ଚ, ୨୧ ନଭେମ୍ବର ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ଯାହାର କରା ଯାଇପାରିବ। ପଦମପୁର ଉପନିର୍ବାଚନ ପାଇଁ ଆସନ୍ତା ୧୦ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।