where does evm come from for polling in election: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେଉଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନରେ ମତଦାନ କରିବେ ୯୭ କୋଟି ପଞ୍ଜୀକୃତ ମତଦାନ। ୨୦୨୪ ଲୋକସଭା ନିର୍ବାଚନରେ ୪୯.୭ କୋଟି ପୁରୁଷ, ୪୭.୧ କୋଟି ମହିଳା ଏବଂ ୪୮ ହଜାର ୫୭ ତୃତୀୟ ଲିଙ୍ଗ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ନିର୍ବାଚନ ଲାଗି ମତଦାନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)  ମାଧ୍ୟମରେ ହେବ। ଦେଶରେ ଅଧିକାଂଶ ଲୋକ ନିର୍ବାଚନରେ ମତଦାନ ଲାଗି ବ୍ୟବହୃତ ହେଉଥିବା ଇଭିଏମ୍ ବିଷୟରେ ଜାଣିଛନ୍ତି। ହେଲେ ଇଭିଏମ କେଉଁଠାରେ ଉତ୍ପାଦିତ ହୁଏ ସେ ବିଷୟରେ ହୁଏତ ଅନେକ ଜାଣିନଥିବେ। 


COMMERCIAL BREAK
SCROLL TO CONTINUE READING

କେଉଁଠାରେ ନିର୍ମିତ ହୋଇଥାଏ ଇଭିଏମ୍?
ଦେଶରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ​​ବ୍ୟବହୃତ ହେଉଥିବା ଇଭିଏମ୍ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (Bharat Electronics Limited) ବିଇଏଲ୍ (BEL) ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (Electronics Corporation of India Limited) ଇସିଆଇଏଲ (ECIL) ଦ୍ୱାରା ନିର୍ମିତ ହୋଇଥାଏ। ଉଭୟ ବିଇଏଲ୍ ଏବଂ  ଇସିଆଇଏଲ କେନ୍ଦ୍ର ସରାକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ଉଦ୍ୟୋଗ। ଇଭିଏମ୍ ଏକ ନିରାପଦ ଏବଂ ନିର୍ଭରଯୋଗ୍ୟ ପ୍ରକ୍ରିୟାରେ ଉତ୍ପାଦିତ ହୋଇଥାଏ।


କେଉଁ ପ୍ରକ୍ରିୟାରେ ହୋଇଥାଏ ଇଭିଏମ ନିର୍ମାଣ? 


  • ସର୍ବପ୍ରଥମେ ଇଭିଏମ୍ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଉପାଦାନ କ୍ରୟ କରାଯାଏ। ଏହି ଉପାଦାନ ହେଉଛି ଚିପ୍ସ (Chips), ସଫ୍ଟୱେର୍ (Software) ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ (Electronic)। 

  • ଏହି ଉପାଦାନକୁ ଏକ ସୁରକ୍ଷିତ ସୁବିଧା କେନ୍ଦ୍ରରେ ସଂଗ୍ରହ କରାଯାଏ। ଯେଉଁଠାରେ ଇଭିଏମ୍ ଭଳି ଉପକରଣକୁ ଏକତ୍ରୀତ କରାଯାଏ।

  • ଥରେ ଇଭିଏମ୍ ସମ୍ପୂର୍ଣ୍ଣ ରୂପେ ନିର୍ମାଣ ହୋଇଗଲେ ଏହାକୁ ପରୀକ୍ଷା ପାଇଁ ପଠାଯାଏ। ଏହି ପରୀକ୍ଷଣରେ ଇଭିଏମ୍ ସଠିକ୍ ଭାବରେ କାମ କରୁଛି ନାାଁ ନାହିଁ ତାହା ନିଶ୍ଚିତ ହୋଇଯାଏ।

  • ପରୀକ୍ଷଣ ସଫଳ ହୋଇସାରିବା ପରେ ଇଭିଏମ୍ ନିର୍ବାଚନ ଆୟୋଗଙ୍କୁ ହସ୍ତାନ୍ତର କରାଯାଏ।


କିପରି ନିର୍ବାଚନ ଆୟୋଗ ଦ୍ୱାରା ଇଭିଏମ୍ ରକ୍ଷଣାବେକ୍ଷଣ ଏବଂ ପରୀକ୍ଷା କରାଯାଏ?
ଇଭିଏମ୍ ରକ୍ଷଣାବେକ୍ଷଣ ଏବଂ ପରୀକ୍ଷା ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ଏକ ସ୍ୱାଧିନ କମିଟି ଗଠନ କରିଥାନ୍ତି। ଇଭିଏମ୍ ସୁରକ୍ଷା ଏବଂ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଏହି କମିଟି ଉପରେ ଦାୟୀତ୍ୱ ନ୍ୟସ୍ତ କରାଯାଏ।


କେଉଁ ଉପାୟରେ ହୋଇଥାଏ ଇଭିଏମ୍ ରକ୍ଷଣାବେକ୍ଷଣ ଏବଂ ପରୀକ୍ଷା? 


  • ଇଭିଏମ ସଠିକ୍ ଭାବେ କାର୍ଯ୍ୟ କରୁଛନ୍ତି ନାଁ ନାହିଁ ତାହା ନିଶ୍ଚିତ କରିବା ପାଇଁ ଏହାକୁ ନିୟମିତ ପରୀକ୍ଷା କରାଯାଏ।

  • ଇଭିଏମ୍ ଭଳି ଉପକରଣକୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଏ। ଯାହା ଦ୍ୱାରା ଏହାର ଅପବ୍ୟବହାର କରାଯାଇ ପାରିବ ନାହିଁ।

  • ସର୍ବଶେଷ ସୁରକ୍ଷା ବ୍ୟବସ୍ଥା ସହିତ ସଜାଇବା ପାଇଁ ଇଭିଏମ୍ ସଫ୍ଟୱେର୍ ନିୟମିତ ଭାବେ ଅପଡେଟ୍ (EVM Software Update) ହୋଇଥାଏ। 


ଇଭିଏମ୍ ସୁରକ୍ଷା ପାଇଁ କେଉଁ ପଦକ୍ଷେପ ନିଆଯାଏ?


  • ଇଭିଏମ ସୁରକ୍ଷା ନିଶ୍ଚିତ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ଅନେକ ପଦକ୍ଷେପ ନେଇଥାନ୍ତି। ସେହି ପଦକ୍ଷେପ ହେଉଛି... 

  • ଏକ ନିରାପଦ ଏବଂ ନିର୍ଭରଯୋଗ୍ୟ ପ୍ରକ୍ରିୟାରେ ଇଭିଏମ୍ ଉତ୍ପାଦନ ହୋଇଥାଏ।

  • ଏକ ସ୍ୱାଧୀନ କମିଟି ଦ୍ୱାରା ଇଭିଏମ୍ ପରୀକ୍ଷା କରାଯାଏ।

  • ଇଭିଏମ୍ ଭଳି ଉପକରଣକୁ ସୁରକ୍ଷିତ ସ୍ଥାନରେ ରଖାଯାଏ।

  • ଇଭିଏମ୍ ସଫ୍ଟୱେର୍ ନିୟମିତ ଭାବେ ଅପଡେଟ୍ ହୋଇଥାଏ।

  • ଏହି ପଦକ୍ଷେପ ହେତୁ, ଇଭିଏମ୍ ଏକ ନିର୍ଭରଯୋଗ୍ୟ ଏବଂ ସୁରକ୍ଷିତ ଭୋଟ୍ ଉପକରଣ ଭାବେ ବିବେଚିତ ହୋଇଥାଏ।