Prashant Kishor targets Nitish Kumar: ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ଭାଙ୍ଗିବା ପରେ ଜେଡିୟୁ ନେତା ନୀତିଶ କୁମାରଙ୍କୁ କଟାକ୍ଷ କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ଏନେଇ ସେ କହିଛନ୍ତି ଗତ ୨୦୧୨-୧୩ ବର୍ଷରୁ ବିହାର ରାଜନୀତିରେ ଭିନ୍ନ ଭିନ୍ନ ଘଟଣାକ୍ରମ ଦେଖିବାକୁ ମିଳିଛି।  ଏହି ସମୟ ଅବଧିରେ ଏହା ହେଉଛି ତାଙ୍କର ଦଶମ ରାଜନୈତିକ ପରୀକ୍ଷଣ। ତାଙ୍କ ଭାବମୂର୍ତ୍ତି ବହୁତ ବଦଳି ଯାଇଛି। ଅଗଷ୍ଟ ୧୦ ତାରିଖ  କ୍ରମାଗତ ଭାବେ ଅଷ୍ଟମ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। 


COMMERCIAL BREAK
SCROLL TO CONTINUE READING

ଯେତେବେଳେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ (Election Strategist Prashant Kishore) ପଚରାଗଲା ଯେ ବିଜେପି (BJP) ଉପରେ ନୀତୀଶ କୁମାର (Nitish Kumar) ଅସନ୍ତୁଷ୍ଟ ଅଛନ୍ତି? ବିଜେପି ସହ ତାଙ୍କର ଉପଯୁକ୍ତ ସମନ୍ୱୟ ରହୁନାହିଁ ନା ବର୍ତ୍ତମାନ ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମର କାହାଣୀ ପୂର୍ବରୁ ଲେଖାଯାଇଥିଲା? ଏହାର ଜବାବ ରଖି ସେ କହିଛନ୍ତି ଏହା କୌଣସି ଅସନ୍ତୋଷର ବିଷୟ ନୁହେଁ ଯେତେ ଦୂରରୁ ମୁଁ ଅନୁଭବ କରୁଛି। ଗତ ୨୦୧୭ ବର୍ଷରେ ନୀତୀଶ କୁମାର ଯଦିଓ ବିଜେପି ସହ ମେଣ୍ଟ କରିଥିଲେ ମାତ୍ର ସେତେବେଳେ ସେ ନିଜକୁ ସହଜ ମଣୁନଥିଲେ। ଗତ ୨୦୦୫ ବର୍ଷରୁ ୨୦୧୨-୧୩ ପର୍ଯନ୍ତ ବିଜେପି-ଜେଡିୟୁ ମଧ୍ୟରେ ଯେଉଁ ମଧୁର ମେଣ୍ଟ ସମ୍ପର୍କ (BJP JDU Alliance) ରହିଥିଲା ତାହା ଗତ ୨୦୧୭ ବର୍ଷରୁ ୨୦୨୨ ପର୍ଯ୍ୟନ୍ତ ରହିନଥିଲା।


ବିଗତ ବର୍ଷରେ ବିହାର ରାଜନୀତିରେ (Bihar Politics) ନୀତୀଶ କୁମାରଙ୍କ ଅବସ୍ଥା ବହୁତ ବଦଳିଛି। ଯାହା ତାଙ୍କର ରାଜନୈତିକ କ୍ୟାରିୟର ଏବଂ ବିଶ୍ୱସନୀୟତା ଉପରେ ପ୍ରଭାବ ପକାଇବ ନାହିଁ ତାହା କହି ହେବ ନାହିଁ। ଗତ ୨୦୧୦ ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2010) ୧୧୫ ଜେଡିୟୁ ବିଧାୟକ ନିର୍ବାଚିତ ହୋଇଥିଲେ। ପରେ ୨୦୧୫ ନିର୍ବାଚନରେ (Bihar Assembly Election 2015) ଜେଡିୟୁ ବିଧାୟକଙ୍କ ସଂଖ୍ୟା ହ୍ରାସ ପାଇ ୭୧ ହୋଇଗଲା। ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2020) ଜେଡିୟୁ ବିଧାୟକଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଇ ୪୩ ହୋଇଗଲା। ମାତ୍ର ବାକି ୩ ବର୍ଷ କୌଣସି ପ୍ରକାରେ କ୍ଷମତାରେ ରହିବାକୁ ଚାହୁଁଛି ଜେଡିୟୁ। ଆସନ୍ତା ୨୦୨୫ ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2025) ଜେଡିୟୁ ସ୍ଥିତି କ'ଣ ହେବ ତାହା କହିହେବ ନାହିଁ। 


Also Read: Nitish Kumar: ବିହାର ରାଜନୀତିରେ ପଟ୍ଟ ବଦଳାଇବାରେ ମାହିର ନୀତିଶ କୁମାର


ବର୍ତ୍ତମାନ ବିହାର ରାଜନୀତି ଜେଡିୟୁ-ଆରଜେଡି ସରକାର (JDU-RJD Alliance Govt) ଦ୍ୱାରା ପରିଚାଳିତ ହେବ। ମାତ୍ର ଏହି ସରକାର କେଉଁ ଏଜେଣ୍ଡା ଅଧିନରେ ପରିଚାଳିତ ହେବ? କେଉଁ ଘୋଷଣାପତ୍ର ଆଧାରରେ ଏହି ସରକାର ପରିଚାଳିତ ହେବ? କାରଣ ଗତ ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁ ସାତୋଟି ଘୋଷଣାପତ୍ର ଜାରି କରିଥିଲା। ଆରଜେଡି ମଧ୍ୟ ଏହାର ନିର୍ବାଚନ ଘୋଷଣାପତ୍ର ପ୍ରକାଶ କରିଥିଲା। ଏପରି ପରିସ୍ଥିତିରେ, ଯେତେବେଳେ ଉଭୟ ପକ୍ଷ ଏକାଠି ହେଉଛନ୍ତି, ସେମାନେ କେଉଁ ପ୍ରସଙ୍ଗରେ କାର୍ଯ୍ୟ କରିବେ ତାହା କହିବା ଆବଶ୍ୟକ। 


ରାଜ୍ୟରେ ସରକାର ବଦଳିଲେ କିମ୍ବା ନ ବଦଳିଲେ ଲୋକଙ୍କୁ କିଛି ଫରକ ପଡିବ ନାହିଁ ଯଦି ଲୋକକଲ୍ୟାଣକାରୀ କାର୍ଯ୍ୟ ଆଗକୁ ଜାରି ରହେ। ଯଦିଓ ରାଜ୍ୟରେ କ୍ଷମତା ପରିବର୍ତ୍ତନ ନୈତିକତା ଆଧାରରେ ଗ୍ରହଣଯୋଗ୍ୟ ହୋଇ ନ ପାରେ। ମାତ୍ର ଜନସାଧାରଣଙ୍କ ନଜର ତୃଣମୂଳ ସ୍ତରରେ ସରକାରଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ଉପରେ ରହିବ।