Nitish Kumar: ବିହାର ରାଜନୀତିରେ ପଟ୍ଟ ବଦଳାଇବାରେ ମାହିର ନୀତିଶ କୁମାର
Advertisement
Article Detail0/zeeodisha/odisha1295740

Nitish Kumar: ବିହାର ରାଜନୀତିରେ ପଟ୍ଟ ବଦଳାଇବାରେ ମାହିର ନୀତିଶ କୁମାର

Nitish Kumar in Bihar Politics: ଯଦି ବିହାର ରାଜନୀତିର ଇତିହାସକୁ ଦେଖାଯାଏ ତାହେଲେ ଜଣାପଡିବ ନୀତୀଶ କୁମାର ବିଗତ ୨୨ ବର୍ଷ ମଧ୍ୟରେ ୨ ଥର ବିଜେପି ହାତ ଛାଡିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ନୀତୀଶ କୁମାରଙ୍କ ଦ୍ୱାରା ଏପରି ନିଷ୍ପତ୍ତି ସେତେବେଳେ ନିଆଯାଇଛି ଯେତେବେଳେ କୌଣସି ନିର୍ବାଚନ ପାଖେଇ ଆସୁଛି।

Nitish Kumar: ବିହାର ରାଜନୀତିରେ ପଟ୍ଟ ବଦଳାଇବାରେ ମାହିର ନୀତିଶ କୁମାର

Nitish Kumar in Bihar Politics: ବର୍ତ୍ତମାନ ବିହାର ରାଜନୀତିରେ ସୃଷ୍ଟି ହୋଇଛି ଭୂକମ୍ପ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଶାସନ କରୁଥିବା ବିଜେପି ସମର୍ଥିତ ଏନଡିଏ ସରକାର ଏବେ ଗାଦିଚ୍ୟୁତ ହୋଇଛି। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଏବେ ଜେଡିୟୁ ଆରଜେଡି ସହି ସରକାର ଗଠନ କରିବାକୁ ଯାଉଛି। ବିହାରବାସୀଙ୍କ ପାଇଁ ଏହା ନୂଆ କଥା ନୁହେଁ। କାରଣ ଏହା ପ୍ରଥମ ଥର ପାଇଁ ଘଟିନାହିଁ। ଯଦି ବିହାର ରାଜନୀତିର ଇତିହାସକୁ ଦେଖାଯାଏ ତାହେଲେ ଜଣାପଡିବ ନୀତୀଶ କୁମାର ବିଗତ ୨୨ ବର୍ଷ ମଧ୍ୟରେ ୨ ଥର ବିଜେପି ହାତ ଛାଡିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ନୀତୀଶ କୁମାରଙ୍କ ଦ୍ୱାରା ଏପରି ନିଷ୍ପତ୍ତି ସେତେବେଳେ ନିଆଯାଇଛି ଯେତେବେଳେ କୌଣସି ନିର୍ବାଚନ ପାଖେଇ ଆସୁଛି।

ଗତ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାର (Nitish Kumar) ବିଜେପି (BJP) ହାତ ଛାଡି ଦଇଥିଲେ। କେବଳ ଲୋକସଭା ନିର୍ବାଚନରେ ​​ନୁହେଁ ରାଷ୍ଟ୍ରପତି ନିର୍ବାଚନରେ ​​ନୀତୀଶ କାହାକୁ ସମର୍ଥନ କରିବେ ତାହା ଉପରେ  ରହିଥିଲା ସମସ୍ତଙ୍କ ନଜର। ଗତ ୨୦୦୫ ବର୍ଷରୁ ବିହାର ରାଜନୀତିରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ରହିଥିବା ନୀତୀଶ କୁମାର ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେ ଏହି ନିର୍ବାଚନରେ ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ​​ପ୍ରଣବ ମୁଖାର୍ଜୀଙ୍କୁ ଭୋଟ୍ ଦେଇଥିଲେ। ଏହା ପରେ ୨୦୧୩ ବର୍ଷରେ ଯେତେବେଳେ ବିଜେପି ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଲା ସେତେବେଳେ ନୀତୀଶ କୁମାର ବିଜେପି ସହ ରହିଥିବା ୧୭ ବର୍ଷ ପୁରୁଣା ସମ୍ପର୍କକୁ ଭାଙ୍ଗି ଦେଇଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ  ସମସ୍ତଙ୍କ ଧ୍ୟାନ ଏହା ଉପରେ ରହିଥିଲା ଯେ ​​ନୀତୀଶ କୁମାରଙ୍କ ଦଳ ଏଥର କାହାକୁ ସମର୍ଥନ କରିବ। ଯଦିଓ ଜେଡିୟୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲା।

Also Read: Chief Minister Post Politics: କମ ବିଧାୟକ ଥାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏହି ଦଳ ନେତା

ଏବେ ପ୍ରଶ୍ନ ଉଠୁଛି ଯେ କ'ଣ  ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ଅନ୍ତଃରାତ୍ମା ଜାଗିଉଠିଛି? ସେ ପୁଣି ବିଜେପି ଛାଡି ମହାଗଠବନ୍ଧନ ସହ ମେଣ୍ଟ କରି ସରକାର ଗଠନ କରିବେ? ପ୍ରଥମେ  ୨୦୦୦ ମସିହା ମାର୍ଚ୍ଚ ୩ ତାରିଖରେ ପ୍ରଥମ ଥର ଲାଗି କେବଳ ୭ ଦିନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର। ମାତ୍ର ସଂଖ୍ୟାଗରିଷ୍ଠତା ଅଭାବରୁ ତାଙ୍କୁ ସେହି ବର୍ଷ ମାର୍ଚ୍ଚ ୧୦ ତାରିଖରେ ଇସ୍ତଫା ଦେବାକୁ ପଡିଥିଲା। ଦ୍ୱିତୀୟ ଥର ପାଇଁ ନୀତୀଶ କୁମାର ୨୦୦୫ ବିହାର ବିଧାନସଭା ନିର୍ବାଚନରେ ବିଜେପି ସହିତ ସରକାର ଗଠନ କରିଥିଲେ। ୨୦୦୫ ନଭେମ୍ବର ୨୪ ତାରିଖରେ  ସେ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ୨୪ ନଭେମ୍ବର ୨୦୧୦ ପର୍ଯ୍ୟନ୍ତ ବିହାର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପାଳିର କାର୍ଯ୍ୟକାଳ ଶେଷ କରିଥିଲେ। ୨୦୧୦, ୨୬ ନଭେମ୍ବରରେ ନୀତୀଶ କୁମାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଗତ ୨୦୧୦ ବିହାର ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁ ମେଣ୍ଟ ରାଜ୍ୟର ମୋଟ ୨୪୩ ସିଟ୍ ମଧ୍ୟରୁ ୨୦୬ ଆସନ ହାତେଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ।

ଚତୁର୍ଥ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ଘଟଣା ଅତ୍ୟନ୍ତ ନାଟକୀୟ ଥିଲା। ୨୦୧୪ ଲୋକସଭା ନିର୍ବାଚନ ବେଳେ ବିଜେପି ହାତ ଛାଡି ଆରଜେଡି ସମର୍ଥନରେ ବିହାରରେ ସରକାର ଗଠନ କରିଥିଲେ ଜେଡିୟୁ ନେତା ନୀତିଶ କୁମାର। ହେଲେ ୨୦୧୪ ଲୋକସଭା ନିର୍ବାଚନରେ ଜେଡିୟୁ ​​ଖରାପ ପ୍ରଦର୍ଶନ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ପରେ ଜିତନ ରାମ ମାଞ୍ଝି ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ କିଛି ଭୁଲ ବୁଝାମଣା ମାଞ୍ଝିଙ୍କୁ ହଟାଇ ଦିଆଯାଇଥିଲା। ଏହା ପରେ ୨୦୧୫ ଫେବୃଆରୀ ୨୨ ତାରିଖରେ, ନୀତୀଶ କୁମାର ଚତୁର୍ଥ ଥର ପାଇଁ ଶପଥ ଗ୍ରହଣ କରିଥିଲେ ଏବଂ ନଭେମ୍ବର ୨୦୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ନୀତୀଶ କୁମାର ଆରଜେଡି ସହ ମେଣ୍ଟ କରି ୨୦୧୫ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ନିର୍ବାଚନ ​​ଜିତିବା ପରେ ୨୦୧୫, ୨୦ ନଭେମ୍ବରରେ ସେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Also Read: ନୀତିଶଙ୍କ ସପ୍ତମ ପାଳି ଆରମ୍ଭ, ଭାଙ୍ଗିବେ ବିହାର କେଶରୀଙ୍କ ରେକର୍ଡ!

ଷଷ୍ଠ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ଘଟଣା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏପର୍ଯ୍ୟନ୍ତ ସବୁଠାରୁ ନାଟକୀୟ ଘଟଣାକ୍ରମ ହୋଇଥିଲା। କାରଣ ଆରଜେଡି ସହିତ ମତଭେଦ ପରେ ସେ ୨୦୧୭, ୨୬ ଜୁଲାଇରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେ। ଏହା ପରେ ୨୦୧୭, ଜୁଲାଇ ୨୭ ତାରିଖରେ ସେ ବିଜେପି ସମର୍ଥନରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସପ୍ତମ ଥର ପାଇଁ ନୀତୀଶ କୁମାର ୨୦୨୦, ନଭେମ୍ବର ୧୬ କାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ନିର୍ବାଚନରେ ​​ଜେଡିୟୁ ପ୍ରଥମ ଥର ପାଇଁ ବିଜେପି ତୁଳନାରେ କମ୍ ଆସନ ଜିତିଥିଲା ​ ହେଲେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ।