Ganeswar Behera joins BJD: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରବିବାର ଭୁବନେଶ୍ୱରରେ ଆୟୋଜିତ ଏକ ବିଜେଡିରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କହିରଖୁଛୁ ଯେ ୨ ଏପ୍ରିଲ ରେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ବେହେରା ଇସ୍ତଫା ଦେଇଥିଲେ।


COMMERCIAL BREAK
SCROLL TO CONTINUE READING

ଗଣେଶ୍ୱର ବେହେରା ବିଜେଡି ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ଯୋଗ ଦେଇଥିଲେ। କହିରଖୁଛୁ ଯେ ଗଣେଶ୍ୱର ବେହେରା ୨୦୧୯ ରେ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ବିଜେଡି ପ୍ରାର୍ଥୀଙ୍କ ଠାରୁ ଅଳ୍ପ ଭୋଟ୍ ବ୍ୟବଧାନରେ ହାରିଯାଇଥିଲେ। ଏହାପୂର୍ବରୁ ସେ ୧୯୮୫ ଓ ୧୯୯୫ ରେ ପଟାମୁଣ୍ଡାଇରୁ ଜିତିଥିଲେ।


୨୦୨୪ ନିର୍ବାଚନରେ ଗଣେଶ୍ୱର ବେହେରା କେନ୍ଦ୍ରାପଡା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।


ଏହାପୂର୍ବରୁ ବରିଷ୍ଠ ନେତା ତଥା ଓଡି଼ଶା ବିଜେପି ଉପାଧ୍ୟକ୍ଷ ଲେଖାଶ୍ରୀ ସାମନ୍ତସିଂହର ମଧ୍ୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏବଂ ପରେ ସେ ବିଜେଡିରେ ଯୋଗ ଦେଇଥିଲେ।