Odisha Election: ଭୁବନେଶ୍ୱର: ଜାରି ହେଲା ବିଜ୍ଞପ୍ତି। ଆସନ୍ତା ୨୫ ତାରିଖରେ ରାଜ୍ୟରେ ତୃତୀୟ ତଥା ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ଦିନ ଦେଶରେ ମୋଟ ୫୭ଟି ଆସନରେ ଭୋଟ ହେବ। ସେହିପରି ଓଡ଼ିଶାରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ମତଦାନ ସଂଗ୍ରହ କରାଯିବ। 


COMMERCIAL BREAK
SCROLL TO CONTINUE READING

ସେପଟେ ବିଜ୍ଞପ୍ତି ଜାରି ହେବା ସହିତ ଆଜିଠାରୁ ଆସନ୍ତା ୬ ତାରିଖ ନାମାଙ୍କନ ପ୍ରକ୍ରିୟା ଜାରି ରହିବ। ବିଜ୍ଞପ୍ତି ଅନୁଯାୟୀ, ମେ ୭ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ। ୯ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ଯାହାରର ସୁଯୋଗ ରହିଛି। ତୃତୀୟ ପର୍ଯ୍ୟାୟ ଓଡ଼ିଶାର ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ। 


ସେହିପରି ଏହି ଲୋକସଭା ଆସନ ଅଧିନରେ ଥିବା କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କି, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର, କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ।