Gujarat Elections Phase 1 Voting: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୮୯ ଆସନ ଲାଗି ଚାଲିଛି ଭୋଟ ଗ୍ରହଣ। ମତଦାନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ୧୪ ହଜାରରୁ ଅଧିକ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଯେଉଁଠାରେ ସୁରକ୍ଷାକୁ ବ୍ୟବସ୍ଥାକୁ ମଜବୁତ କରାଯିବା ସହ ଇଭିଏମ୍ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି ମତାଦାତା। ହେଲେ  ଗୁଜୁରାଟରେ ପ୍ରତ୍ୟେକ ଥର ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଏପରି ଏକ ଭୋଟ ଗ୍ରହଣ କେନ୍ଦ୍ର ଗଠନ କରାଯାଇଥାଏ ଯେଉଁଠାରେ କେବଳ ଜଣେ ମାତ୍ର ବ୍ୟକ୍ତି ଭୋଟ୍ ଦେଇଥାନ୍ତି। ଏହି କାରଣରୁ ପ୍ରତ୍ୟେକ ଥର ଏହି ମତଦାନ କେନ୍ଦ୍ରରେ ଶତ ପ୍ରତିଶତ ମତଦାନ ହୋଇଥାଏ। 


COMMERCIAL BREAK
SCROLL TO CONTINUE READING

ଗୁଜୁରାଟ (Gujarat) ଗିର ସୋମନାଥ ଜିଲ୍ଲାରେ (Gir Somnath District) ଏପରି ଏକ ମତଦାନ କେନ୍ଦ୍ର ଗଠନ କରାଯାଇଛି ଯେଉଁଠାରେ କେବଳ ଜଣେ ମାତ୍ର ଭୋଟର ଭୋଟ୍ ଦେଇଥାନ୍ତି। ଏହି ମତଦାତାଙ୍କ ନାଁ ହେଉଛି ସନ୍ତ ହରିଦାସ ବାପୁ (Saint Haridas Bapu)। ଗିର୍ ସୋମନାଥ ଜିଲ୍ଲାରେ ସ୍ଥାପିତ ଏହି ଅନନ୍ୟ ଭୋଟ ଗ୍ରହଣ କେନ୍ଦ୍ରରେ ସନ୍ତ ହରିଦାସ ବାପୁ ଗୁରୁବାର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।


ସମଗ୍ର ଭାରତରେ ଏହା ହେଉଛି ଏକମାତ୍ର ବୁଥ ଯାହା ଜଙ୍ଗଲ ମଧ୍ୟରେ ତିଆରି ହୋଇଛି। ଯେଉଠି କେବଳ ଜଣେ ମାତ୍ର ବ୍ୟକ୍ତିଙ୍କ ଭୋଟ୍ ଦେବା ପାଇଁ ବ୍ୟବସ୍ଥା ହୋଇଛି। କୌତୁହଳର ବିଷୟ ଏହା ଯେ ୧୫ ଜଣିଆ ପୋଲିଂ ପାର୍ଟିଂ ବାଣେଜ ଆଶ୍ରମ ମହନ୍ତ ହରିଦାସ ବାପୁଙ୍କ (Mahant Haridas Bapu) ପାଇଁ ଗିର୍ ଜଙ୍ଗଲ ମଧ୍ୟରେ ଏକ ବୁଥ୍ ସ୍ଥାପନ କରିଛନ୍ତି। ଯେଉଁଠାରେ କେବଳ ମହନ୍ତ ହରିଦାସ ମତଦାନ କରିଥାନ୍ତି। 


Also  Read: Gujarat Election Voting: ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ହେବ ଭୋଟ ଗ୍ରହଣ, ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର


ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାଣେଜ ଆଶ୍ରମ ମହନ୍ତ ହରିଦାସ ବାପୁ ନିଜର ମତାଧିକାର ସାବ୍ୟସ୍ତ କରିବାକୁ କେବେ ଭୁଲି ନାହିଁ। କେଉଁ ମତଦାନ କେନ୍ଦ୍ରରେ କେତେ ପ୍ରତିଶତ ମତଦାନ ହୋଇଛି ତାହା ନିର୍ବାଚନ ଆୟୋଗ ଦ୍ୱାରା ନିର୍ଣ୍ଣୟ କରାଯାଏ। ହେଲେ ଏହି ଭୋଟ ଗ୍ରହଣ କେନ୍ଦ୍ରରେ ହେଉଥିବା ମତଦାନ ପ୍ରତିଶତ କାହା ଠାରୁ ଲୁଚି ରହି ନଥାଏ। ଏହି ଅନନ୍ୟ ମତାଦନ କେନ୍ଦ୍ରରେ ଶତ ପ୍ରତିଶତ ମତଦାନ ହେବାରଣ କାରଣ ହେଉଛି ମହନ୍ତ ହରିଦାସ ବାପୁ ହେଉଛନ୍ତି ଏଠାରେ ଏକମାତ୍ର ମତଦାତା।



ମହନ୍ତ ହରିଦାସ ବାପୁ ନିଜେ ବାଣେଜ ଜଙ୍ଗଲକୁ ମତଦାନ କରାଇବାକୁ ଆସୁଥିବା ପୋଲିଂ ପାର୍ଟି ପାଇଁ ରହିବା ଏବଂ ଖାଇବାର ବ୍ୟବସ୍ଥା କରିଥାନ୍ତି। ମହନ୍ତ ହରିଦାସ ବାପୁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ସହିତ ଶତ ପ୍ରତିଶତ ମତଦାନ ସହ ବାଣେଜ ଭୋଟ ଗ୍ରହଣ କେନ୍ଦ୍ର ଶତ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟର ପ୍ରଥମ ବୁଥ୍ ହୋଇଯାଇଛି।


ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଡିସେମ୍ବର ୧ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ୧୯ ଜିଲ୍ଲାର ୮୯ ବିଧାନସଭା ଆସନରେ  ଅନୁଷ୍ଠିତ ହେଉଛି ମତଦାନ। ପ୍ରଥମ ପର୍ଯ୍ୟାୟରେ ​ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ କୋଟି ୩୯ ଲକ୍ଷ ୭୬ ରାଜ୍ୟ ୬୭୦ ମତଦାତା ।