Gujarat Election Voting: ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ହେବ ଭୋଟ ଗ୍ରହଣ, ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର
Advertisement
Article Detail0/zeeodisha/odisha1464947

Gujarat Election Voting: ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ହେବ ଭୋଟ ଗ୍ରହଣ, ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

Gujarat Elections Phase 1 Seats: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ରାଜ୍ୟର ୧୯ ଜିଲ୍ଲାର ୮୯ ବିଧାନସଭା ଆସନରେ ହେବ ଭୋଟ୍ ଗ୍ରହଣ। ଏହି ପର୍ଯ୍ୟାୟରେ ​ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ମତଦାତା। ଗୁରୁବାର ମୋଟ ୨୫ ହଜାର ୪୩୦ ମତଦାନ କେନ୍ଦ୍ରରେ ହେବ ଭୋଟ୍ ଗ୍ରହଣ।

Gujarat Election Voting: ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ହେବ ଭୋଟ ଗ୍ରହଣ, ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

Gujarat Elections Phase 1: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ଡିସେମ୍ବର ଅନୁଷ୍ଠିତ ହେଉଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ୧୮୨ ସିଟ ମଧ୍ୟରୁ  ୮୯ ଆସନ ଲାଗି ହେବ ଭୋଟ ଗ୍ରହଣ। ମତଦାନର ଦିନକ ପୂର୍ବରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ଯେ ରାଜ୍ୟରେ ଏକ ମୁକ୍ତ ଏବଂ ଅବାଧ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ପ୍ରତିଶୃତିବଦ୍ଧ। ଗୁଜୁରାଟର ମତଦାତଙ୍କୁ ନିବେଦନ କରି ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି ଯେ ରାଜ୍ୟବାସୀ ନିଜ ଘରୁ ବାହାରି ମତଦାନ କେନ୍ଦ୍ରକୁ ଯାଇ ରାଜ୍ୟର କଲ୍ୟାଣ ପାଇଁ ଭୋଟ୍ ଦିଅନ୍ତୁ।

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା

  • ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଡିସେମ୍ବର ୧ ତାରିଖ ଗୁରୁବାର ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ୧୯ ଜିଲ୍ଲାର ୮୯ ବିଧାନସଭା ଆସନରେ ହେବ ଭୋଟ୍ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ​ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ମତଦାତା। ଗୁରୁବାର ମୋଟ ୨୫ ହଜାର ୪୩୦ ମତଦାନ କେନ୍ଦ୍ରରେ ହେବ ଭୋଟ୍ ଗ୍ରହଣ।
  • ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଗୁଜରାଟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏନେଇ ନିର୍ବାଚନରେ ଡିସେମ୍ବର ୧ ତାରିଖ ଗୁରୁବାର ସକାଳ ଆଠଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ୨୫ ହଜାର ୪୩୦ ମତଦାନ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହେବ। 
  • ନିର୍ବାଚନ ଆୟୋଗ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୨୫ ହଜାର ୪୩୦ ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହେବ ମତଦାନ। ଏହା ମଧ୍ୟରୁ ୩୩୧୧ ମତଦାନ କେନ୍ଦ୍ର ସହରାଞ୍ଚଳରେ ରହିଥିବା ବେଳେ ବାକି ୧୧ ହଜାର ୭୧ ମତଦାନ କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି। ଗୁଜୁରାଟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ରାଜ୍ୟରେ ମୋଟ ୪ କୋଟି ୯୧ ଲକ୍ଷ ୩୫ ହଜାର ୪୦୦ ଭୋଟର ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ କୋଟି ୩୯ ଲକ୍ଷ ୭୬ ରାଜ୍ୟ ୬୭୦ ମତଦାତା ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ। ସେମାନଙ୍କ ମଧ୍ୟରୁ ୫.୭୪ ଲକ୍ଷ ଭୋଟର ୧୮-୧୯ ବର୍ଷ ବୟସର ହୋଇଥିବା ବେଳେ ୪୯୪୫ ମତଦାତାଙ୍କ ବୟସ ୯୯ ବର୍ଷରୁ ଅଧିକ।
  • ନିର୍ବାଚନ ଆୟୋଗର ପ୍ରେସ ବିଜ୍ଞପ୍ତି ଅନୁସାରେ ନିର୍ବାଚନ କମିଶନ ୮୯ ଆଦର୍ଶ ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି। ଯେଉଁଠି ଅନେକ ମତଦାନ କେନ୍ଦ୍ର ଦାୟିତ୍ୱରେ ରହିବେ ଦିବ୍ୟାଙ୍ଗ କର୍ମଚାରୀ। ଏହି ୮୯ ମତଦାନ କେନ୍ଦ୍ରକୁ ପରିବେଶ ଅନୁକୂଳ କରାଯାଇଛି। ଅନ୍ୟପଟେ ୬୧୧ ମତଦାନ କେନ୍ଦ୍ର ଦାୟିତ୍ୱରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟରେ ଏପରି ୧୮ ଭୋଟ ଗ୍ରହଣ କେନ୍ଦ୍ର ଗଠନ କରାଯାଇଛି ଯାହାର ଦାୟିତ୍ୱ ଯୁବପିଢିଙ୍କ ହାତରେ ନ୍ୟସ୍ତ କରାଯାଇଛି। 
  • ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା ୮୯ ଆସନ ମଧ୍ୟରୁ ବିଜେପି ଗତ ୨୦୧୭ ବିଧାନସଭା ନିର୍ବାଚନରେ ୪୮ ସିଟ ଜିତିଥିଲା। ଅନ୍ୟପଟେ କଂଗ୍ରେସ ୪୦ ଆସନ ଜିତିଥିବା ବେଳେ ଅନ୍ୟ ଏକ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହି ନିର୍ଚାଚନରେ ଶାସକ ବିଜେପି ଏବଂ ମୁଖ୍ୟ ବିରୋଧୀ କଂଗ୍ରେସ ବ୍ୟତୀତ ଆମ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ ଟ୍ରାଇବାଲ ପାର୍ଟି ସହିତ ଅନ୍ୟ ୩୬ ଦଳ ମଧ୍ୟ ସେମାନଙ୍କ ପ୍ରାର୍ଥୀ ଦେଇଛନ୍ତି। କେବଳ ଉଭୟ ବିଜେପି ଏବଂ କଂଗ୍ରେସ ସମସ୍ତ ୮୯ ଆସନରେ ପ୍ରାର୍ଥୀ ଛିଡା କରିଛନ୍ତି।
  • ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୦ ଜଣ ହେଉଛନ୍ତି ମହିଳା। ସେମାନଙ୍କ ମଧ୍ୟରେ ୯ ଜଣ ବିଜେପି, ୬ ଜଣ କଂଗ୍ରେସ ଏବଂ ୫ ଜଣ ଆମ ଆଦମୀ ପାର୍ଟି ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି ଗୁଜୁରାଟ ସୌରାଷ୍ଟ୍ର ଅଞ୍ଚଳର ଖମ୍ଭାଲିଆ ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।
  • ପ୍ରଥମ ପର୍ଯ୍ୟାୟରେ ଯେଉଁ ୮୯ ଆସନରେ ମତଦାନ ଅନୁଷ୍ଠିତ ହେଉଛି ସେଠାରେ ଅନେକ ଚର୍ଚ୍ଚିତ ଚେହେରାଙ୍କ ଭାଗ୍ୟ ପରୀକ୍ଷା କରିବେ ମତଦାତା। ସେମାନେ ଜାମନଗର ଉତ୍ତର ଆସନରୁ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭା ବା ଜାଡେଜା, ସୁରଟ ଜିଲ୍ଲାରୁ ବିଜେପି ନେତା ତଥା ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଂଘଭୀ, ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି, ଭାବ ନଗର ଗ୍ରାମୀଣ ଆସନର ୫ ଥରର ବିଧାୟକ ପୁରଷୋତ୍ତମ ସୋଲାଙ୍କି। ଯଦି କଂଗ୍ରେସ ନେତାଙ୍କ କଥା କୁହାଯାଏ ତାହେଲେ ସେମାନେ ଲଲିତ କାଗଠରେ, ଲଲିତ ବସୋୟା, ରତବିକ୍ ମକୱାନା ଏବଂ ମହମ୍ମଦ ଜାଭେଦ୍ ପୀରଜାଦା। ଏହା ବ୍ୟତୀତ ଭେଟେରାନ୍ ଆଦିବାସୀ ନେତା ତଥା ଭାରତୀୟ ଟ୍ରାଇବାଲ ପାର୍ଟି ମୁଖ୍ୟ ଛୋଟୁ ଭାଇ ବସୱାଙ୍କ ଭାଗ୍ୟ ମଧ୍ୟ ପରୀକ୍ଷା କରିବେ ଭୋଟର। 
  • ଗୁଜୁରାଟ ବିଧାନସଭା ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିବା ଲାଗି କଂଗ୍ରେସ ପାଇଁ ରାଜ୍ୟର ସୌରାଷ୍ଟ୍ର-କଚ୍ଛ ଅଞ୍ଚଳର ୫୪ ଆସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ୨୦୧୭ ନିର୍ବାଚନରେ ଏହି ଅଞ୍ଚଳରେ ​କଂଗ୍ରେସ ୩୦ ସିଟ ପାଇଥିବା ବେଳେ ବିଜେପି ୨୩ ସିଟ ଜିତିଥିଲା। ସେହିପରି ୨୦୧୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୩୫ ସିଟ ପାଇଥିବା ବେଳେ କଂଗ୍ରେସ ଭାଗରେ ୧୨ ଆସନ ପଡିଥିଲା। 
  • ଦକ୍ଷିଣ ଗୁଜୁରାଟରେ ଅବସ୍ଥିତ ସୁରଟ ଦୀର୍ଘ ଦିନ ଧରି ବିଜେପି ଲାଗି ଗଡ଼ ଭାବେ ପରିଗଣିତ ହୋଇଆସୁଛି। ସୁରଟ ଜିଲ୍ଲାର ୧୨ ଆସନ ଦୀର୍ଘ ଦିନ ଧରି ବିଜେପି ଦଖଲରେ ରହିଆସିଛି। ଯଦିଓ ଏଥର ବିରୋଧୀ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିଜେପି ଏଥର ଚ୍ୟାଲେଞ୍ଜ ସାମ୍ନା କରୁଛି।
  • ଦକ୍ଷିଣ ଗୁଜୁରାଟ ବିଜେପି ଲାଗି ସବୁଠାରୁ ମଜବୁତ ଗଡ଼ ଭାବେ ଉଭା ହୋଇଛି। ଯଦି ୨୦୧୭ ନିର୍ବାଚନ କଥା କୁହାଯାଏ ତାହେଲେ ଏଠାରେ କଂଗ୍ରେସ ବିଜେପି ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲା। ଏହି ନିର୍ବାଚନରେ ବିଜେପି ୨୫ ଏବଂ କଂଗ୍ରେସ ୧୦ ଆସନ ପାଇଥିଲା। ସେହିପରି ୨୦୧୨ ନିର୍ବାଚନରେ ବିଜେପି ୨୮ ଏବଂ କଂଗ୍ରେସ ୬ ଆସନ ପାଇଥିଲା।