ନୂଆଦିଲ୍ଲୀ: Hardik Patel resigns from Congress: ଦୀର୍ଘ ଦିନ ଧରି କଂଗ୍ରେସର ହାଇ କମାଣ୍ଡ ଉପରେ ଅସନ୍ତୁଷ୍ଟ ଥିବା ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ (Hardik Patel) ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟ୍ୱିଟ୍ କରି ହାର୍ଦ୍ଦିକ ପଟେଲ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ମୁଁ କଂଗ୍ରେସ ଦଳର ପଦ ଓ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି । ମୁଁ ନିଶ୍ଚିତ ଯେ ମୋର ନିଷ୍ପତ୍ତିକୁ ମୋର ସମସ୍ତ ସହକର୍ମୀ ଓ ଗୁଜୁରାଟର ଲୋକମାନେ ସ୍ୱାଗତ କରିବେ । ମୋର ବିଶ୍ୱାସ ଯେ ମୋର ଏହି ପଦକ୍ଷେପ ପରେ ମୁଁ ଭବିଷ୍ୟତରେ ଗୁଜୁରାଟ ପାଇଁ ସକାରାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି ।"



COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ଇସ୍ତଫା କଂଗ୍ରେସ (Congress) ପାଇଁ ଏକ ଖରାପ ଖବର । ଗୁଜୁରାଟ କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ହାର୍ଦ୍ଦିକ ପଟେଲ ନିକଟ ଅତୀତରେ ଦେଇଥିବା ବୟାନରୁ କଳ୍ପନାଜଳ୍ପନା ଜୋର ଧରିଥିଲା ଯେ ସେ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି ଓ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ।


ଏହା ବି ପଢ଼ନ୍ତୁ:-ମାଗଣା ରାସନକୁ ନେଇ କଠୋର ହେଲେ ସରକାର, ଯଦି ଏସବୁ ଲୋକ କାର୍ଡ ସରେଣ୍ଡର ନ କରନ୍ତି ତ ରୁଜୁ ହେବ FIR


ଏହା ବି ପଢ଼ନ୍ତୁ:-ଏହି ୨ ଦେଶ ନାଟୋରେ ଯୋଗଦେବା ମାତ୍ରେ 'ହାରିଯିବ' ଋଷ, ଜାଣନ୍ତୁ ପୁଟିନ କିପରି ଲେଖିଲେ ପରାଜୟର କାହାଣୀ?


ଏହା ବି ପଢ଼ନ୍ତୁ:-ଭାରତର ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କଲା ଚୀନ, ଜାଣନ୍ତୁ ଏହା ପଛର କାରଣ


ଏହା ପରେ ଖବର ଆସିଥିଲା ​​ଯେ ବର୍ତ୍ତମାନ ପାର୍ଟି ଭିତରେ ସବୁକିଛି ସମାଧାନ ହୋଇଛି ଓ ହାର୍ଦ୍ଦିକଙ୍କ ଅସନ୍ତୋଷ ମଧ୍ୟ ଦୂର କରାଯାଇଛି । କିନ୍ତୁ ଚିନ୍ତନ ଶିବରରେ ଅଂଶଗ୍ରହଣ ନକରି ହାର୍ଦ୍ଦିକ ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ପରେ ସେ ବୁଧବାର ପଦ ତଥା ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ରାହୁଲ ଗାନ୍ଧୀଙ୍କ ଗୁଜରାଟ ଗସ୍ତ ସମୟରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ହାର୍ଦ୍ଦିକ ପଟେଲଙ୍କୁ ଭେଟିନାହାଁନ୍ତି ।


ପ୍ରକୃତ କଥା ହେଉଛି କଂଗ୍ରେସ ହାର୍ଦ୍ଦିକଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରିଥିଲା, କିନ୍ତୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ କ'ଣ କରିବାକୁ ହେବ ତାହା ମଧ୍ୟ କୁହାଯାଇ ନଥିଲା । ଏହା ବ୍ୟତୀତ ହାର୍ଦ୍ଦିକ କହିଛନ୍ତି ଯେ, କିଛି କଂଗ୍ରେସ ନେତା ତାଙ୍କୁ କାମ କରିବାକୁ ଦେଉନାହାଁନ୍ତି । ରାଜ୍ୟରେ ଦଳର କେଉଁ କାର୍ଯ୍ୟକ୍ରମ ଚାଲିଛି ସେନେଇ ତାଙ୍କୁ ଅବଗତ ମଧ୍ୟ କରାଯାଇ ନାହିଁ । ଏହା ବ୍ୟତୀତ ତାଙ୍କୁ କଂଗ୍ରେସର ଅନେକ ପୋଷ୍ଟରରେ ସ୍ଥାନ ଦିଆଯାଇ ନାହିଁ । ବୋଧେ ଏଗୁଡ଼ିକ ହେଉଛି ହାର୍ଦ୍ଦିକଙ୍କ ଅସନ୍ତୋଷର ମୁଖ୍ୟ କାରଣ ।