Arun Yadav removed: ବିବାଦକୁ ନେଇ ବିଜେପି ଏବେ ସମ୍ବେଦନଶୀଳ ହୋଇଛି। ବିଶେଷ କରି ପ୍ରଫେଟ୍ ମହମ୍ମଦଙ୍କ ଉପରେ ନପୂର ଶର୍ମାଙ୍କ ଟିପ୍ପଣୀ ପରେ ଦଳ ଜୀରୋ ଟୋଲରାନ୍ସ ନୀତି ଆପଣାଇଛି। ଗୁରୁବାର ବିଜେପିର ହରିୟାଣା ୟୁନିଟ ଆଇଟି ସେଲ୍ ମୁଖ୍ୟ ଅରୁଣ ଯାଦବଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଯାଦବ ଇସଲାମ ଏବଂ ମୁସଲମାନମାନଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ କରିଥିବା ଅଭିଯୋଗ ହୋଇଛି। 


COMMERCIAL BREAK
SCROLL TO CONTINUE READING

ତୁରନ୍ତ ପ୍ରଭାବରେ ହରିୟାଣା ବିଜେପି ସଭାପତି ଓପି ଧନଖର, ଅରୁଣ ଯାଦବଙ୍କୁ ରାଜ୍ୟ ୟୁନିଟ ଆଇଟି ସେଲ୍ ମୁଖ୍ୟ ପଦରୁ ହଟାଇ ଦେଇଛନ୍ତି। ତେବେ ଯାଦବଙ୍କ ଦଳର ସଦସ୍ୟତା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ୨୦୧୭ ଏବଂ ମେ ୨୦୨୨ରେ ପୋଷ୍ଟ ହୋଇଥିବା ଯାଦବଙ୍କ କିଛି ଟ୍ୱିଟ୍ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ସମାଲୋଚକମାନେ ଯାଦବଙ୍କୁ ମହମ୍ମଦ ଏବଂ ଇସଲାମଙ୍କୁ ଅପମାନିତ କରିବା ଏବଂ ତାଙ୍କ ଯୋଗୁଁ ଘୃଣା ବ୍ୟାପିଥିବା ଅଭିଯୋଗ କରିଛନ୍ତି।


Also Read: Maharashtra Politics: ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଦେଲେ ଏକନାଥ ସିନ୍ଦେ 


ଅରୁଣ ଯାଦବଙ୍କୁ କେବଳ ସମାଲୋଚନା କରାଯାଇନାହିଁ, ସୋସିଆଲ ମିଡିଆରେ ଗିରଫ ଦାବି ମଧ୍ୟ ଉଠିଥିଲା। ଗୁରୁବାର #ArunYadav ଟ୍ୱିଟରରେ ଟ୍ରେଣ୍ଡ କରୁଥିଲା। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହରିୟାଣା ପୋଲିସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଦବଙ୍କ ବିରୋଧରେ କୌଣସି ଆନୁଷ୍ଠାନିକ ଅଭିଯୋଗ ଗ୍ରହଣ କରି ନାହିଁ। ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିବି ଟ୍ୱିଟ୍ କରି କହିଛନ୍ତି ଯେ, ବିଜେପି ଅନ୍ୟ ଏକ ଫ୍ରିଞ୍ଜ୍ ଏଲିମେଣ୍ଟ ଅରୁଣ ଯାଦବଙ୍କୁ ପଦରୁ ମୁକ୍ତ କରିଛି। କିନ୍ତୁ ଏହି ଦେଖାଣିଆ କାର୍ଯ୍ୟାନୁଷ୍ଠାନ ବଦଳରେ କଣ ତାଙ୍କୁ କେବେ ଗିରଫ କରାଯିବ କି? ବୋଲି ସେ ପ୍ରଶ୍ନ କରିଛନ୍ତି।


ସୂଚନାଯୋଗ୍ୟ, ଅତୀତରେ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଯୋଗୁଁ ନୁପୂର ଶର୍ମା ଏବଂ ନବୀନ କୁମାର ଜିନ୍ଦଲଙ୍କ ବିରୁଦ୍ଧରେ ବିଜେପି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିଜେପି ତାହାର ଜାତୀୟ ମୁଖପାତ୍ର ନୁପୂର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଛି। ବିଜେପିର ଦିଲ୍ଲୀ ୟୁନିଟର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରାଯାଇଛି।  ଆପତ୍ତିଜନକ ମନ୍ତବ୍ୟ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନା ପରେ ବିଜେପିକୁ ଏହି ପଦକ୍ଷେପ ନେବାକୁ ପଡିଲା।