ରାଜ୍ୟସଭା ନିର୍ବାଚନକୁ ନେଇ ସତର୍କ ହୋଇଉଠିଲା ହରିୟାଣା କଂଗ୍ରେସ
ରାଜ୍ୟସଭା ନିର୍ବାଚନ ରାଜନୈତିକ ଘୋଡାବେପାରକୁ ରୋକିବା ପାଇଁ ଦଳୀୟ ବିଧାୟକଙ୍କୁ ଛତିଶଗଡ ପଠାଇଛି ହରିୟାଣା କଂଗ୍ରେସ।
Rajya Sabha Election 2022: ରାଜ୍ୟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନକୁ ସତର୍କ ହୋଇଉଠିଛି ହରିୟାଣା କଂଗ୍ରେସ। ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ଦଳୀୟ ବିଧାୟକଙ୍କୁ ସୁରକ୍ଷା ଦେବା ଆରମ୍ଭ କରିଛି ଦଳ। ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ୨୫-୨୭ ଜଣ ଦଳୀୟ ବିଧାୟକଙ୍କୁ ଛତିଶଗଡ ସ୍ଥାନାନ୍ତର କରିଛି କଂଗ୍ରେସ।
ରାଜ୍ୟରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନ ରାଜନୈତିକ ଘୋଡାବେପାରକୁ ରୋକିବା ପାଇଁ ଦଳୀୟ ବିଧାୟକଙ୍କୁ ଛତିଶଗଡ ପଠାଇଛି ହରିୟାଣା କଂଗ୍ରେସ। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ୱାଧିନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମାଙ୍କ ଲାଗି କଂଗ୍ରେସ ଚିନ୍ତା ବଢିଯାଇଛି। କାରଣ ଏହି ନିର୍ବାଚନରେ ଜେଜେପି କାର୍ତ୍ତିକେୟ ଶର୍ମାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବା ପରେ ଦଳୀୟ ବିଧାୟକଙ୍କୁ ନେଇ ରାଜନୈତିକ ଘୋଡାବେପାର କରା ଯାଇପାରେ ବୋଲି ସନ୍ଦେହ କରୁଛି କଂଗ୍ରେସ। ଗତ ଥର ଅନୁଷ୍ଠିତ ହେଉଥିବା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ କଲମ କାଳୀ (Pen Ink) ପରିବର୍ତ୍ତନ ହେତୁ ୧୯ ଭୋଟ୍ ନାକଚ ହୋଇଯାଇଥିଲା। କଂଗ୍ରେସ ଏଥର ଏପରି ଭୁଲ ଦୋହାରଇବାକୁ ଚାହୁଁନାହିଁ।
ହରିୟାଣାରୁ ଆସି ରାଜ୍ୟରେ ପହଞ୍ଚିଥିବା ଦଳୀୟ ବିଧାୟକଙ୍କୁ ସ୍ୱାଗତ କରିଥିଲା ଛତିଶଗଡ କଂଗ୍ରେସ। ଛତିଶଗଡ ରାଜଧାନୀ ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦର ଠାରେ ପହଞ୍ଚିବା ପରେ ସେମାନଙ୍କୁ ଦୁଇଟି ବସ୍ ଯୋଗେ ନୟା ରାୟପୁରସ୍ଥିତ ଏକ ରିସୋର୍ଟ ଅଭିମୁଖେ ନିଆଯାଇଥିଲେ। ଦଳୀୟ ସୂତ୍ର ଅନୁଯାୟୀ ଏହି ବିଧାୟକ କଂଗ୍ରେସ ସାଂସଦ ଦୀପେନ୍ଦ୍ର ସିଂ ହୁଡ୍ଡାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଏକାଠି ହୋଇଥିଲେ ଏବଂ ପରେ ବିମାନ ଯେୋଗ ରାୟପୁର ଅଭିମୁଖେ ଯାତ୍ରା କରିଥିଲେ।
ହରିୟାଣାରେ କଂଗ୍ରେସର ୩୧ ବିଧାୟକ ଅଛନ୍ତି। ହେଲେ ଦଳର ୨ ବିଧାୟକ କିରଣ ଚୌଧୁରୀ ଏବଂ କୁଳଦୀପ ବିଷ୍ଣୋୟୀ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଦଳର ଅନ୍ୟତମ ବିଧାୟକ ଚିରଞ୍ଜିବ ରାୟ ନିଜ ଜନ୍ମଦିନ ପାଳନ କରିବାକୁ ଯାଇ ରାୟପୁର ଠାରେ ପହଞ୍ଚି ପାରିନାହାଁନ୍ତି। ମାତ୍ର ସେ ଦଳ ସହ ସମ୍ପୂର୍ଣ୍ଣ ରହିଥିହା କୁହାଯାଉଛି।
ହରିୟାଣାରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ରାଜନୈତିକ ଘୋଡାବେପାର କରିପାରେ ବୋଲି ସନ୍ଦେହ କରୁଛି ଛତିଶଗଡ଼ରେ ସରକାର ଗଠନ କରିଥିବହା କଂଗ୍ରେସ। ଏନେଇ ପ୍ରତିକ୍ରିୟା ରଖି ରାଜ୍ୟ କୃଷିମନ୍ତ୍ରୀ ରବୀନ୍ଦ୍ର ଚୌବେ କହିଛନ୍ତି ଗଣତନ୍ତ୍ରର ହତ୍ୟା କରିବାରେ ଲାଗିଛି ବିଜେପି। ଆମେ ସଂଖ୍ୟାଗରିଷ୍ଠତା ହାସଲ କରୁଛୁ ହେଲେ ଅମିତ ଶାହ ସରକାର ଗଠନ କରନ୍ତି। ଅନେକ ରାଜ୍ୟରେ ଏହାର ଉଦାହରଣ ରହିଛି। ରାଜ୍ୟସଭା ନିର୍ବାଚନ ବେଳେ ଏପରି ଅଘଟଣ ଯେ ପରି ନ ଘଟେ ତାହାକୁ ନଜରରେ ରଖି ହରିୟାଣା କଂଗ୍ରେସ ବିଧାୟକଙ୍କୁ ରାଜଧାନୀ ରାୟପୁର ଠାରେ ରଖାଯାଇଛି।
ଅନ୍ୟପଟେ ଶାସକ କଂଗ୍ରେସ ପକ୍ଷରୁ ଅଣାଯାଉଥିବା ଅଭିଯୋଗ ଉପରେ ଜବାବ ରଖି ଛତିଶଗଡ଼ ବିଜେପି ସଭାପତି ବିଷ୍ଣୁଦେବ ସାଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆୟୋଜନ କରିବାରେ ଲାଗିପଡିଛନ୍ତି। ସେ ଦିଲ୍ଲୀର କଂଗ୍ରେସ ମାଲିକଙ୍କ ପାଖରେ ଛତିଶଗଡର ମାନ, ସମ୍ମାନ, ସ୍ୱାଭିମାନ ବନ୍ଧକ ରଖିଛନ୍ତି। ବର୍ତ୍ତମାନ ସେମାନେ ସେମାନଙ୍କ ମାଲିକଙ୍କ କଥାରେ ପରିଚାଳିତ ହେଉଛନ୍ତି। ଭୂପେଶ ବଘେଲ ଆୟୋଜକ ହୋଇ ରହିଛନ୍ତି।
Also Read: Rajya Sabha Election 2022: ମତଦାନ ପୂର୍ବରୁ ସତର୍କ ହୋଇଉଠିଲା କଂଗ୍ରେସ
Also Read: Rajya Sabha Election 2022: ଘାରିଲା ପରାଜୟ ଭୟ; ରାଜ୍ୟ ବାହାରେ ରହିବେ କଂଗ୍ରେସ ବିଧାୟକ