Gujarat Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଟଙ୍କା ଖର୍ଚ୍ଚ ପ୍ରସଙ୍ଗରେ ରାଜନେତା ଧାର୍ଯ୍ୟ ସୀମା ଠାରୁ ଅଧିକ ଖର୍ଚ୍ଚ କରୁଛନ୍ତି। ଏଠାକାର ନେତା ନିର୍ଦ୍ଧାରିତ ମାନଦଣ୍ଡକୁ ଅତିକ୍ରମ କରି ୧୦୦ ଗୁଣରୁ ଅଧିକ ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଖର୍ଚ୍ଚ ନିର୍ବାଚନ ଜିତିବା ପର୍ଯ୍ୟନ୍ତ ଏବଂ ନିର୍ବାଚନ ପ୍ରଚାର ଶେଷ ନ ହେବା ପର୍ଯ୍ୟନ୍ତ ଜାରି ରହିବ।


COMMERCIAL BREAK
SCROLL TO CONTINUE READING

ଏକ ଅଧ୍ୟୟନରୁ ଜଣାପଡ଼ିଛି ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ​​ପ୍ରାର୍ଥୀ ପ୍ରତ୍ୟେକ ମତଦାତଙ୍କ ପାଇଁ ୪୫୯ ଟଙ୍କା ଖର୍ଚ୍ଚ କରିଥିଲେ। ଯେଉଁଠି ନିର୍ବାଚନ ଆୟୋଗ ପ୍ରତ୍ୟେକ ମତଦାତାଙ୍କ ପାଇଁ ପ୍ରାୟ ୪୫ ଟଙ୍କା ଖର୍ଚ୍ଚ କରିବାର ନିୟମ ସ୍ଥିର କରିଛନ୍ତି। ଏହା ସହିତ ନିର୍ବାଚନ ଆୟୋଗ ୨୦୧୭ ନିର୍ବାଚନରେ ​​ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଖର୍ଚ୍ଚ ସୀମା ୨୮ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ।


ନିର୍ବାଚନରେ ​​ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ମୁମ୍ବାଇ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ଅନୁସନ୍ଧାନକାରୀ ସାମିଲ ହୋଇଥିଲେ। ଆମେରିକାସ୍ଥିତ ଫିଲାଡେଲଫିଆର ଟେମ୍ପଲ ବିଶ୍ୱବିଦ୍ୟାଳୟର ୨ ଜଣ ଅନୁସନ୍ଧାନକାରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଅନୁସନ୍ଧାନକାରୀ ଅହମ୍ମଦାବାଦ ଏବଂ ଖେଡାର ୱାଲ୍ଡ୍ ସିଟି ବିଧାନସଭା ଆସନରେ ଗତ ବିଧାନସଭା ନିର୍ବାଚନରେ ​​ପ୍ରାର୍ଥୀଙ୍କ ଦ୍ୱାରା ହୋଇଥିବା ଖର୍ଚ୍ଚର ଯାଞ୍ଚ କରିଥିଲେ।


ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ, ଏହି ଅଧ୍ୟୟନରେ ୨୦୧୭ ନଭେମ୍ବରରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ନିର୍ବାଚନର ଖର୍ଚ୍ଚ ବିଶ୍ଳେଷଣ କରାଯାଇଥିଲା। ଅହମ୍ମଦାବାଦ ଠାରେ କଂଗ୍ରେସ ପ୍ରାର୍ଥୀ ଆନୁଷ୍ଠାନିକ ଭାବେ ୧୩.୪ ଲକ୍ଷ, ବିଜେପି ପ୍ରାର୍ଥୀ ୧୦.୫ ଲକ୍ଷ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ୨.୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାର ଘୋଷଣା କରିଛନ୍ତି ବୋଲି ଗବେଷକ କହିଛନ୍ତି। ଦୁଗ୍ଧ ସମବାୟ ସମିତି ଏବଂ ଗ୍ରାମୀଣ ଭୋଟରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିବା କପଡଭଞ୍ଜ ଆସନରେ କଂଗ୍ରେସ ପ୍ରାର୍ଥୀ ୯.୭ ଲକ୍ଷ ଏବଂ ବିଜେପି ପ୍ରାର୍ଥୀ ୧୧.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।


ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ଗବେଷକ ଅଶ୍ୱିନୀ କୁମାର, ଟେମ୍ପୁଲ ବିଶ୍ୱବିଦ୍ୟାଳୟର ସୌରଦୀପ ବାନାର୍ଜୀ ଏବଂ ୱଣ୍ଡରବିଲ୍ଟ ବିଶ୍ୱବିଦ୍ୟାଳୟର ଶାଶ୍ୱତ ଧର ମତଦାନର ୧୪ ଦିନ ପୂର୍ବରୁ ଅହମ୍ମଦବାଦ ଏବଂ କପଡଭଞ୍ଜ ଆସନରେ ଦୁଇ ପ୍ରମୁଖ ଦଳର ପ୍ରାର୍ଥୀ କରିଥିବା ଖର୍ଚ୍ଚ ଏବଂ ପ୍ରାର୍ଥୀ ଔପଚାରିକ ଭାବେ ଘୋଷଣା କରିଥିବା ଖର୍ଚ୍ଚ ସହ ତୁଳନା କରିଥିଲେ। 


ଅନୁସନ୍ଧାନକାରୀ ଜାଣିବାକୁ ପାଇଛନ୍ତି ଯେ ଅଧିକାଂଶ ପ୍ରାର୍ଥୀ ନିଜ ଅଞ୍ଚଳରେ ବୈଠକ ଏବଂ ସମାବେଶ ଆୟୋଜନ ପାଇଁ  ୧୬ ଲକ୍ଷରୁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଯେତେବେଳେ ସେମାନେ ଷ୍ଟାର ପ୍ରଚାରକଙ୍କ ରାଲି ପାଇଁ ୧୫ ଲକ୍ଷରୁ ୩୦ ଲକ୍ଷ ଟଙ୍କା, ଦଳୀୟ କର୍ମକର୍ତ୍ତାଙ୍କ ଖାଦ୍ୟ ପାଇଁ ୫ ଲକ୍ଷରୁ ୧୦ ଲକ୍ଷ, ବୁଥ ପରିଚାଳନା ପାଇଁ ୭ ଲକ୍ଷରୁ ୧୪ ଲକ୍ଷ ଏବଂ ବ୍ୟାନର ଛାପିବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।


ପ୍ରାର୍ଥୀମାନେ ନିର୍ବାଚନରେ ପ୍ରୀାୟ ୫୭ ଲକ୍ଷରୁ ୧.୧୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ରାଜନୈତିକ ଦଳ କିମ୍ବା ସେମାନଙ୍କର ଦଳୀୟ ପ୍ରାର୍ଥୀ ଆନୁଷ୍ଠାନିକ ଭାବେ ସ୍ଥିର ହୋଇଥିବା ଖର୍ଚ୍ଚ ସୀମାକୁ କିପରି ଅତିକ୍ରମ କରିବେ? ମାତ୍ର ନିର୍ବାଚନ ଲଢୁଥିବା ପ୍ରାର୍ଥୀ ତାଙ୍କର ନିର୍ବାଚନୀ ଖର୍ଚ୍ଚକୁ କମ କରି ଦେଖାଇଥାନ୍ତି। ଅଧ୍ୟୟନରୁ ଜଣାପଡିଛି ଯେ ନିର୍ବାଚନ ପ୍ରଚାରରେ ଟଙ୍କା ଖର୍ଚ୍ଚ କରିବାକୁ ତୃତୀୟ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରାଯାଏ।