One Nation One Election in India: ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ସମଗ୍ର ଭାରତ ବର୍ଷରେ ଜାରି ରହିଛି ବିତର୍କ। ଦେଶର ଗୋଟିଏ ସମୟର ଲୋକସଭା ଏବଂ ବିଧାନସଭା ନିର୍ବାଚନ କରିବାକୁ ନେଇ ଜାରି ରହିଛି ବିଚାର ବିମର୍ଶ। ହେଲେ କ'ଣ ଆପଣ ଜାଣିଛନ୍ତି, ଯଦି ଦେଶରେ ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୁଏ, ତାହେଲେ କେତେ ସଂଖ୍ୟକ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଆବଶ୍ୟକ ହେବ? ଏନେଇ ଗଣନା କରିବା ପରେ ନିର୍ବାଚନ ଆୟୋଗ ଏହାର ଆନୁମାନିକ ସଂଖ୍ୟା କହିଛନ୍ତି। ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ ଦେଶରେ ଗୋଟିଏ ସମୟରେ ନିର୍ବାଚନ କରିବାକୁ ହେଲେ ପ୍ରାୟ ୩୦ ଲକ୍ଷ ଇଭିଏମ ଆବଶ୍ୟକ। ଏହା ସହିତ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପ୍ରସ୍ତୁତି ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ପ୍ରାୟ ଦେଢ ବର୍ଷ ସମୟ ଲାଗିବ।


COMMERCIAL BREAK
SCROLL TO CONTINUE READING

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଆବଶ୍ୟକ ୩୦ ଲକ୍ଷ ୟୁନିଟ ଇଭିଏମ 
ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ମଧ୍ୟରେ ଗୋଟିଏ କଣ୍ଟ୍ରୋଲ୍ ୟୁନିଟ୍, ଅତି କମରେ ଗୋଟିଏ ବାଲାଟ୍ ୟୁନିଟ୍ ଏବଂ ଏକ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ ୟୁନିଟ୍ ରହିଥାଏ। ଏଭଳି ପରିସ୍ଥିତିରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ କରିବାକୁ ହେଲେ ନିର୍ବାଚନ ଆୟୋଗକୁ ପ୍ରାୟ ୩୦ ଲକ୍ଷ ଇଭିଏମ୍ କଣ୍ଟ୍ରୋଲ୍ ୟୁନିଟ୍, ପ୍ରାୟ ୪୩ ଲକ୍ଷ ବାଲାଟ୍ ୟୁନିଟ୍ ଏବଂ ପ୍ରାୟ ୩୨ ଲକ୍ଷ ଭିଭିପିଏଟ୍ ଆବଶ୍ୟକ ହେବ।


ସମଗ୍ର ଦେଶରେ ନିର୍ମାଣ କରିବାକୁ ହେବ ଭଣ୍ଡାରଣ କେନ୍ଦ୍ର
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଗୋଟିଏ ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରିବା ପାଇଁ ଏକକାଳୀନ ପ୍ରାୟ ୩୫ ଲକ୍ଷ ଭୋଟିଂ ୟୁନିଟ୍ (କଣ୍ଟ୍ରୋଲ୍ ୟୁନିଟ୍, ବାଲାଟ୍ ୟୁନିଟ୍ ଏବଂ ଭିଭିପିଏଟ୍ ୟୁନିଟ୍) ଅଭାବ ରହିଛି। ଏକକାଳୀନ ନିର୍ବାଚନ ଆୟୋଜନ ସମ୍ପର୍କରେ ଆଲୋଚନା ତୀବ୍ର ହେବାପରେ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି କିଛି ମାସ ପୂର୍ବେ ଆଇନ ଆୟୋଗଙ୍କୁ ସୂଚିତ କରାଯାଇଥିଲେ ଯେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ରଖିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସଂରକ୍ଷଣ ସୁବିଧା ଆବଶ୍ୟକ ହେବ।


ସରକାରରେ ଚାଲିଛି ଆଲୋଚନା ଚାଲିଛି
ଏକକାଳୀନ ଲୋକସଭା-ବିଧାନସଭା ନିର୍ବାଚନ କରିବା ଉପରେ ଏକ ରିପୋର୍ଟ ଉପରେ କାର୍ଯ୍ୟ କରୁଥିବା ଆଇନ ଆୟୋଗ, ନିର୍ବାଚନ ଆୟୋଗଙ୍କ ସହ ଏହାର ଆବଶ୍ୟକତା ତଥା ଆହ୍ୱାନ ଉପରେ ଆଲୋଚନା କରିଥିଲେ। ଏହି କଥାବାର୍ତ୍ତା ବିଷୟରେ ଅବଗତ ରହିଥିବା ସୂତ୍ରରୁ ପ୍ରକାଶ ଯେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ କେବେ ହେବ ତାହା ଉପରେ ରହିଛି ସମଗ୍ର ଭାରତ ବର୍ଷର ନଜର। ଦେଶର କେତେକ ରାଜ୍ୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୋଇଥାଏ। ଯେଉଁଠି ମତଦାତା ଦୁଇଟି ଭିନ୍ନ ଇଭିଏମ୍ ମାଧ୍ୟମରେ ମତଦାନ କରିଥାନ୍ତି।


ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଖର୍ଚ୍ଚ ହେବ ବିପୁଳ ଅର୍ଥ
ଗତ ୨୦୧୯ ଲୋକସଭା ନିର୍ବାଚନରେ ୧୨.୫୦ ଲକ୍ଷ ମତଦାନ କେନ୍ଦ୍ର ରହିଥିଲା। ନିର୍ବାଚନ ଆୟୋଗ ବର୍ତ୍ତମାନ ୧୨.୫୦ ଲକ୍ଷ ମତଦାନ କେନ୍ଦ୍ର ପାଇଁ ପ୍ରାୟ ୧୫ ଲକ୍ଷ କଣ୍ଟ୍ରୋଲ୍ ୟୁନିଟ୍, ୧୫ ଲକ୍ଷ ଭିଭିପିଏଟ୍ ୟୁନିଟ୍ ଏବଂ ୧୮ ଲକ୍ଷ ବାଲାଟ୍ ୟୁନିଟ୍ ଆବଶ୍ୟକ କରୁଛି। ଯଦିଓ ଏହି ସମସ୍ତ ଭୋଟିଂ ୟୁନିଟ୍ ମୂଲ୍ୟ କେତେ, ତାହାର କୌଣସି ସରକାରୀ ଆକଳନ ଉପଲବ୍ଧ ନାହିଁ। ଯଦି ଅତୀତର କ୍ରୟ ଦରକୁ ଦେଖାଯାଏ ତାହେଲେ ୧ କୋଟି ୟୁନିଟ୍ ପାଇଁ ମୋଟ ମୂଲ୍ୟ ୧୫ ହଜାର କୋଟି ଟଙ୍କାରୁ ଅଧିକ ହେବ। ଯେଉଁଥିରେ ଭିଭିପିଏଟ୍ ୟୁନିଟ୍ ପାଇଁ ୬୫୦୦ କୋଟି ଟଙ୍କା ଆବଶ୍ୟକ।


ଉଚ୍ଚ ସ୍ତରୀୟ କମିଟି କରୁଛି ବିଚାର
ଯଦି ଲୋକସଭା-ବିଧାନସଭା ସହିତ ସ୍ଥାନୀୟ ସଂସ୍ଥା ନିର୍ବାଚନ ମଧ୍ୟ କରାଯାଏ, ତାହେଲେ ଏହାର ମୂଲ୍ୟ ଆହୁରି ବଢିପାରେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ସମ୍ବିଧାନ ତଥା ଅନ୍ୟାନ୍ୟ ସଂରଚନାକୁ ଦୃଷ୍ଟିରେ ରଖି ଏକତ୍ର ଲୋକସଭା, ରାଜ୍ୟସଭା, ପୌରସଂସ୍ଥା ଏବଂ ପଞ୍ଚାୟତ ନିର୍ବାଚନ କରିବାକୁ ବିଚାର କରୁଛି। ଆଇନଗତ ବ୍ୟବସ୍ଥା ସୂଚନା ଅନୁସାରେ, ନିର୍ବାଚନ ଆୟୋଗ ଆଇନ ଆୟୋଗଙ୍କ ସହ ହୋଇଥିବା ଆଲୋଚନାରେ ଇଭିଏମ୍ ପାଇଁ ଅଧିକ ସଂରକ୍ଷଣ ସୁବିଧା ଆବଶ୍ୟକତା ଭଳି ଚ୍ୟାଲେଞ୍ଜ ଉପରେ ମଧ୍ୟ ଆଲୋଚନା କରିଛନ୍ତି।