ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧରେ ଜାରି ରହିଥିବା ବେଳେ ସାରା ବିଶ୍ୱ ଉଦ୍ଦେଶ୍ୟରେ ଏକ ଚେତାବନୀ ଦେଇଛନ୍ତି ଭରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏନେଇ ସେ କହିଛନ୍ତି ଯେ ଯଦି ଏହି ଯୁଦ୍ଧ ଜାରି ରହେ ତାହେଲେ ସମଗ୍ର ବିଶ୍ୱକୁ ଏହାର ପରିଣାମ ଭୋଗିବାକୁ ହେବ। ଭାରତ ଏହାର କବଳରୁ ବର୍ତ୍ତି ପାରିବ ନାହିଁ। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ସୋମବାର ଚନ୍ଦୌଲି ଜିଲ୍ଲାରେ ପ୍ରଚାର କରିବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯଦି ଆଗକୁ ଜାରି ରହେ ତାହେଲେ ଭାରତ ସମେତ ସମଗ୍ର ବିଶ୍ୱ ଲାଗି ସମସ୍ୟା ଆହୁରି ବଢିଯିବ। ସାରା ବିଶ୍ୱ ଏହାର ପରିଣାମ ଭୋଗିବାକୁ ଯାଉଥିବା ବେଳେ ଭାରତ ଏହା କବଳରୁ ବର୍ତ୍ତି ପାରିବ ନାହିଁ। 


ବିଶ୍ୱର ଅଧିକାଂଶ ଦେଶ ଋଷିଆ କିମ୍ବା ଆମେରିକା ଠାରୁ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଆମଦାନୀ କରିଥା। ଯଦି ସେମାନଙ୍କର ଅର୍ଥନୀତି ଯୁଦ୍ଧ କାରଣରୁ ପ୍ରଭାବିତ ହୁଏ ତାହେଲେ ସମଗ୍ର ବିଶ୍ୱକୁ ଏହାର ମୂଲ୍ୟ ଦେବାକୁ ପଡିବ ଏବଂ ଭାରତ ଏହାର ପ୍ରଭାବରୁ ଦୂରେଇ ରହିପାରିବ ନାହିଁ। ହେଲେ ବର୍ତ୍ତମାନ ସୃଷ୍ଟି ହୋଇଥିବା ସଂକଟକୁ ଦୂର କରିବାରେ ମୋଦି ସରକାର ସକ୍ଷମ ହେବେ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।


Also Read: Russia-Ukraine Crisis:ଭାରତୀୟ ଅର୍ଥନୀତି ଉପରେ ପଡ଼ିବ କେଉଁ ପ୍ରଭାବ? ଜବାବ ରଖିଲେ ଅର୍ଥମନ୍ତ୍ରୀ


ୟୁକ୍ରେନ ଠାରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ଭାରତ ସରକାରଙ୍କ କାର୍ଯ୍ୟକାରୀ କରାଯାଇଥିବା "ଅପରେସନ୍ ଗଙ୍ଗା" ଅଭିଯାନ ଉପରେ  ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଉଦ୍ୟମ ବିଶ୍ୱ ସ୍ତରରେ ଦେଶର ପ୍ରତିଷ୍ଠା ବୃଦ୍ଧି କରିଛି।