ସର୍ଭେ: ଦେଶର ବେଷ୍ଟ ସିଏମ କ୍ଷେତ୍ରରେ ନବୀନଙ୍କ ବାଜିମାତ୍, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ଯୋଗୀ ଆଦିତ୍ୟନାଥ?
୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଯାହା ପରେ ବିଗତ କିଛିଦିନ ହେବ ଦେଶ ସହିତ ରାଜ୍ୟ ସରକାରଙ୍କ କାର୍ଯ୍ୟ ଜାଣିବା ଓ ବୁଝିବା ପାଇଁ ବିଭିନ୍ନ ଜାତୀୟ ଗଣମାଧ୍ୟମ ଦ୍ୱାରା ସର୍ଭେ କରାଯାଉଛି । ଏହି କ୍ରମରେ ଆଉ ଏକ ଜାତୀୟ ଟିଭି ଚ୍ୟାନେଲ ଇଣ୍ଡିଆ ଟୁଡେ ସି ଭୋଟର ସହିତ ମିଶି ଏକ ସର୍ଭେ କରିଛି । ଏହି ସର୍ଭେରେ ଦେଶର ବିଭି
ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଯାହା ପରେ ବିଗତ କିଛିଦିନ ହେବ ଦେଶ ସହିତ ରାଜ୍ୟ ସରକାରଙ୍କ କାର୍ଯ୍ୟ ଜାଣିବା ଓ ବୁଝିବା ପାଇଁ ବିଭିନ୍ନ ଜାତୀୟ ଗଣମାଧ୍ୟମ ଦ୍ୱାରା ସର୍ଭେ କରାଯାଉଛି । ଏହି କ୍ରମରେ ଆଉ ଏକ ଜାତୀୟ ଟିଭି ଚ୍ୟାନେଲ ଇଣ୍ଡିଆ ଟୁଡେ ସି ଭୋଟର ସହିତ ମିଶି ଏକ ସର୍ଭେ କରିଛି । ଏହି ସର୍ଭେରେ ଦେଶର ବିଭିନ୍ନ ରାଜ୍ୟରେ ସରକାରଙ୍କ ଶାସନ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କରାଯାଇଥିଲା । ଏଥିରେ ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ସିଏମ ବୋଲି କହିଛନ୍ତି ।
ଓଡ଼ିଶାର ୭୧ ପ୍ରତିଶତ ଲୋକ ନବୀନ (Naveen Patnaik) ଙ୍କ ଦ୍ୱାରା ରାଜ୍ୟ ପାଇଁ କରାଯାଇଥିବା ବିକାଶ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ କାର୍ଯ୍ୟକୁ ୬୯.୯ ପ୍ରତିଶତ ଲୋକ ପ୍ରଶଂସା କରିଛନ୍ତି । ଏହି ତାଲିକାରେ ମୋଟ ୯ ଜଣ ମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରାଯାଇଛି ଯେଉଁଥିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath) ଙ୍କ ନାମ ନାହିଁ ।
ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍ ସର୍ଭେ (India Today MOTN CM Survey) ରେ ପ୍ରତ୍ୟେକ ରାଜ୍ୟର ଲୋକଙ୍କୁ ସେମାନଙ୍କର ସିଏମ୍ କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିବାକୁ କୁହାଯାଇଥିଲା । ଏହି ତାଲିକାରେ ନବୀନ ପଟ୍ଟନାୟକ (Naveen Patnaik) ଏକ ନମ୍ବର ସ୍ଥାନରେ ଅଛନ୍ତି । ଓଡ଼ିଶାର ୭୧.୧ ପ୍ରତିଶତ ଅର୍ଥାତ ୨,୭୪୩ ଲୋକ ତାଙ୍କର ଶାସନ ଓ କାର୍ଯ୍ୟ ପ୍ରମାଣ ଉପରେ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏକି ନବୀନ ପଟ୍ଟନାୟକଙ୍କ ଠାରୁ ମାତ୍ର ଅଳ୍ପ ବ୍ୟବଧାନରେ ଅଛନ୍ତି । ବଙ୍ଗଳାର ୬୯.୯ ପ୍ରତିଶତ ଅର୍ଥାତ ୪,୯୮୨ ଲୋକ ମମତା ବାନାର୍ଜୀଙ୍କ କାର୍ଯ୍ୟରେ ଖୁସି ଅଛନ୍ତି । ଏହି ତାଲିକାରେ ୯ ଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ସାମିଲ ରହିଛି, ଯେଉଁମାନଙ୍କୁ ସେମାନଙ୍କ ରାଜ୍ୟର ହାରାହାରି ୪୩ ପ୍ରତିଶତରୁ ଅଧିକ ଭୋଟ୍ ମିଳିଛି ।
ଏହା ବି ପଢ଼ନ୍ତୁ:-ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ବିଜେପିକୁ ମିଳିବ କେତେ ଆସନ? ପିଏମ ମୋଦିଙ୍କ ଲୋକପ୍ରିୟତା ବଢ଼ିଛି ନା କମିଛି, ଜାଣନ୍ତୁ ସବୁକିଛି
ଏହା ବି ପଢ଼ନ୍ତୁ:-ସାଙ୍ଘାତିକ ହେଲାଣି କୋରୋନା ସ୍ଥିତି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଦିନକରେ ଆଖି ବୁଜିଲେ ୭୦୩ ସଂକ୍ରମିତ
ଏହା ବି ପଢ଼ନ୍ତୁ:-ବାଇଡେନ ଓ ଜନସନଙ୍କୁ ପଛରେ ପକାଇ ପୁଣି ଥରେ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା ହେଲେ ପିଏମ ମୋଦି
ଏହା ବି ପଢ଼ନ୍ତୁ:-ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବଢ଼ିଲା ଅସୁବିଧା, ନିର୍ବାଚନ ଆୟୋଗ ପହଞ୍ଚିଲା କଂଗ୍ରେସ
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (MK Stalin) ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି, ଯାହାଙ୍କ କାମକୁ ୬୭.୫ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେ (Maharashtra CM Uddhav Thackeray) ଚତୁର୍ଥ ସ୍ଥାନରେ ଅଛନ୍ତି, ଯାହାଙ୍କ କାମକୁ ୬୧.୮ ପ୍ରତିଶତ ଜନସାଧାରଣ ପସନ୍ଦ କରିଛନ୍ତି ।
ପଞ୍ଚମ ସ୍ଥାନରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ (Pinarayi Vijayan) ଙ୍କ ନାମ ରହିଛି, ଯାହାଙ୍କ କାର୍ଯ୍ୟକୁ ୬୧.୧ ପ୍ରତିଶତ ଲୋକ ମୋହର ମାରିଛନ୍ତି । ଏହା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଙ୍କ କାର୍ଯ୍ୟକୁ ୫୭.୯ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ।
ଏହି ତାଲିକାରେ ଏକମାତ୍ର ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ସରମା (Himanta Biswa Sarma) ଙ୍କ ନାମ ୫୬.୬ ପ୍ରତିଶତ ଭୋଟ୍ ସହିତ ସପ୍ତମ ସ୍ଥାନରେ ରହିଛି । ତାଙ୍କ ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Bhupesh Baghel) ଅଛନ୍ତି, ଯାହାଙ୍କ କାମକୁ ୫୧.୪ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ଏହି ତାଲିକାରେ ରାଜସ୍ଥାନ ସିଏମ ଅଶୋକ ଗେହଲୋଟ (Ashok Gehlot) ଙ୍କ ନାମ ନବମ ନମ୍ବରରେ ରହିଛି, ଯାହାଙ୍କ କାମକୁ ୪୪.୯ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି ।