ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବଢ଼ିଲା ଅସୁବିଧା, ନିର୍ବାଚନ ଆୟୋଗ ପହଞ୍ଚିଲା କଂଗ୍ରେସ
Advertisement

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବଢ଼ିଲା ଅସୁବିଧା, ନିର୍ବାଚନ ଆୟୋଗ ପହଞ୍ଚିଲା କଂଗ୍ରେସ

ବିଗତ ଦିନରେ ବେଆଇନ ବାଲି ଖନନକୁ ନେଇ ପଞ୍ଜାବରେ ଇଡି ଦଳ ଦ୍ୱାରା କରାଯାଇଥିବା ଚଢ଼ାଉରେ ୧୦ କୋଟିରୁ ଅଧିକ ନଗଦ ଟଙ୍କା, ୨୧ ଲକ୍ଷ ମୂଲ୍ୟର ସୁନା ଏବଂ ୧୨ ଲକ୍ଷ ଟଙ୍କା ମୂଲ୍ୟର ରୋଲକ୍ସ ଘଣ୍ଟା ଉଦ୍ଧାର କରାଯାଇଛି । 

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବଢ଼ିଲା ଅସୁବିଧା, ନିର୍ବାଚନ ଆୟୋଗ ପହଞ୍ଚିଲା କଂଗ୍ରେସ

ନୂଆଦିଲ୍ଲୀ: Punjab Sand Mining Case: ବେଆଇନ ବାଲି ଖନନ ମାମଲାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି (Punjab CM Charanjit Singh Channi) ଙ୍କ ଭଣଜା ଭୁପିନ୍ଦର ସିଂ ହନି (Bhupinder Singh Honey) ଙ୍କ ଉପରେ ଗିରଫର ଖଣ୍ଡା ଝୁଲୁଛି । ଏ ସମ୍ପର୍କରେ କଂଗ୍ରେସ (Congress) ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଛି । ଦଳ କହିଛି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate-ED) ର ଚଢ଼ାଉ ରାଜନୀତିରେ ପ୍ରେରିତ ।

ବିଗତ ଦିନରେ ବେଆଇନ ବାଲି ଖନନକୁ ନେଇ ପଞ୍ଜାବରେ ଇଡି ଦଳ ଦ୍ୱାରା କରାଯାଇଥିବା ଚଢ଼ାଉରେ ୧୦ କୋଟିରୁ ଅଧିକ ନଗଦ ଟଙ୍କା, ୨୧ ଲକ୍ଷ ମୂଲ୍ୟର ସୁନା ଏବଂ ୧୨ ଲକ୍ଷ ଟଙ୍କା ମୂଲ୍ୟର ରୋଲକ୍ସ ଘଣ୍ଟା ଉଦ୍ଧାର କରାଯାଇଛି । ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ଜବତ କରାଯାଇଛି । କୁହାଯାଉଛି ଯେ ଏହି ଚଢ଼ାଉରେ ଅଧିକାଂଶ ନଗଦ ହନିଙ୍କ ଠିକଣାରୁ ମିଳିଛି । ଏହି ପରିମାଣ ପ୍ରାୟ ୭ରୁ ୮ କୋଟି କୁହାଯାଉଛି ।

ଇଡି ସୂତ୍ର ଅନୁଯାୟୀ, ଚଢ଼ାଉ ସମୟରେ ଉପେନ୍ଦ୍ର ସିଂ ଓରଫ ହନି ତାଙ୍କ ମୋହାଲି ଘରେ ଉପସ୍ଥିତ ଥିଲେ । ଯେତେବେଳେ ଇଡିର ଯାଞ୍ଚ ଅଧିକାରୀମାନେ ତାଙ୍କଠାରୁ ଉଦ୍ଧାର ହୋଇଥିବା କୋଟି କୋଟି ଟଙ୍କା ବିଷୟରେ ତାଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ସେ ନିଜେ କୌଣସି ବ୍ୟାଙ୍କ ସ୍ଲିପ୍ ଦେଖାଇ ପାରିନଥିଲେ କିମ୍ବା  ଟଙ୍କା କାହାର ଓ କେଉଁଠୁ ଆସିଛି ତାହା କହି ପାରି ନାହିଁ । ଏହି ମାମଲାରେ ପଚରାଉଚରା ପାଇଁ ଇଡି ବର୍ତ୍ତମାନ ହନିଙ୍କ ସମେତ ତାଙ୍କ କମ୍ପାନୀର ଆଉ ଦୁଇଜଣ ନିର୍ଦ୍ଦେଶକଙ୍କୁ ଡାକିବାକୁ ଯାଉଛି ଓ ଯଦି ସେମାନେ ସନ୍ତୋଷଜନକ ଉତ୍ତର ନ ପାଆନ୍ତି ତେବେ ସେମାନଙ୍କୁ ଗିରଫ କରାଯାଇପାରେ ।

ଇଡି ସୂତ୍ର ଅନୁଯାୟୀ, ବେଆଇନ ବାଲି ଖନନ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁଦ୍ରତଦୀପ ସିଂ ଏବଂ ଭୁପିନ୍ଦର ସିଂ ହନି ଅନ୍ୟ ଜଣେ ସନ୍ଦୀପଙ୍କ ସହ ପ୍ରୋଭିଡର୍ସ ଓଭରସିଜ୍ କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି । ଏହି କମ୍ପାନୀ ସେହି ବର୍ଷ ୨୫ ଅକ୍ଟୋବର ୨୦୧୮ରେ ଗଠିତ ହୋଇଥିଲା ଯେତେବେଳେ ପଞ୍ଜାବ ପୋଲିସ ବେଆଇନ ଖଣି ମାମଲାରେ ଏଫଆଇଆର ପଞ୍ଜୀକୃତ କରିଥିଲା । ଏହି କମ୍ପାନୀର ମାତ୍ର ୬୦ ହଜାର ଟଙ୍କାର ପ୍ୟାଡ୍ ଅପ୍ କ୍ୟାପିଟାଲ ଥିଲା ଓ ମୋଟ ପ୍ରାଧିକୃତ ପରିମାଣ ୫ ଲକ୍ଷ ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁ:-ପୁଣି ବର୍ଷିବ ଅଦିନଆ ବର୍ଷା! ଚାଷୀଙ୍କ ପାଇଁ ଜାରି ହେଲା ଆଲର୍ଟ

ଏହା ବି ପଢ଼ନ୍ତୁ:-ଦୁନିଆର ପ୍ରଳୟକୁ ନେଇ ଆଜି ଟାଇମ୍ ସେଟ୍ କରିବେ ବୈଜ୍ଞାନିକ, ସ୍ଥିର ହେବ ମଣିଷର ବିନାଶର ସମୟ

ଏହା ବି ପଢ଼ନ୍ତୁ:-ଗୋଆରେ ବିଜେପିକୁ ଝଟକା, ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ

ଏହା ବି ପଢ଼ନ୍ତୁ:-ଦେଶରେ କୋରୋନା ଭାଙ୍ଗିଲା ୮ ମାସର ରେକର୍ଡ, ଦିନକରେ ଚିହ୍ନଟ ହେଲା ୩ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା

 

ଇଡି ସନ୍ଦେହ କରୁଛି ଯେ, ଏହି କମ୍ପାନୀ ମାଧ୍ୟମରେ କଳା ଟଙ୍କା ମଧ୍ୟ ଧଳା କରାଯାଇଛି । ଏହି କମ୍ପାନୀ ସହ ଜଡିତ ସମସ୍ତ ଡକ୍ୟୁମେଣ୍ଟ ଉପସ୍ଥାପନ କରିବାକୁ ଇଡି ହନିଙ୍କୁ କହିଛି ଓ ଯଦି ହନି ତାହା କରିବାରେ ଅସମର୍ଥ ତେବେ ତାଙ୍କ ଗିରଫ ସୁନିଶ୍ଚିତ । ଏସବୁ ମଧ୍ୟରେ ବେଆଇନ ବାଲି ଖନନ ଓ ଇଡି ଚଢ଼ାଉକୁ ନେଇ ରାଜନୈତିକ ଝଡ଼ ଜାରି ରହିଛି । ଏହି ଚଢ଼ାଉକୁ ନେଇ ବ୍ୟାକଫୁଟରେ ଥିବା କଂଗ୍ରେସ ଅଭିଯୋଗ ନେଇ ନିର୍ବାଚନ ଆୟୋଗରେ ପହଞ୍ଚିଛି ।