BJD on One Nation One Election: ଦେଶରେ "ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ପ୍ରକ୍ରିୟା କାର୍ଯ୍ୟକାରୀ କରିବା ଦିଗରେ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରାକାର। ଏନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି ଏକ କମିଟି। ସେପ୍ଟମ୍ବର ୨ ତାରିଖ ଶୁକ୍ରବାର ଏହି କମିଟି ଗଠନ କରି ଏହାର ସମ୍ଭାବନା ସମ୍ପର୍କରେ ଅନୁସନ୍ଧାନ କରିଛନ୍ତି। କମିଟି ଗଠିତ ହୋଇସାରିବା ପର ଠାରୁ "ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ପ୍ରସଙ୍ଗରେ ଦେଶରେ ଆଲୋଚନା ତୀବ୍ର ହେବାରେ ଲାଗିଛି।


COMMERCIAL BREAK
SCROLL TO CONTINUE READING

"ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" (One Nation One Election) ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ରାଜ୍ୟରେ କ୍ଷମତାସୀନ ଶାସକ ବିଜୁ ଜନତା ଦଳ (Biju Janata Dal)। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief Minister Naveen Patnaik) କହିଛନ୍ତି ଯେ ବିଜେଡି "ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ରହିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ବିଜେଡି କହିଛି ଯେ ଯଦି ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି ଆୟୋଜନ କରାଯାଏ ତାହେଲେ ଦଳ ଏହାକୁ ସମର୍ଥନ କରିବ।


"ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ପ୍ରସଙ୍ଗରେ କ'ଣ କହିଲା ବିଜେଡି?
ଏନେଇ ପ୍ରତିକ୍ରିୟା ରଖି ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି ଯେ ଯଦି କୌଣସି ସମୟରେ ଏକାଠି ନିର୍ବାଚନ ଅନୁଷ୍ଠିତ ହୁଏ, ତାହେଲେ ବିଜେଡି଼ ଏହାକୁ ନେଇ ଚିନ୍ତିତ ନୁହଁନ୍ତି। ଆମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ବଦା କହିଛନ୍ତି ଯେ ରାଜ୍ୟର ଅନ୍ୟ କୌଣସି ରାଜନୈତିକ ଦଳ ଅପେକ୍ଷା ନିର୍ବାଚନ ଲଢିବାକୁ ବିଜେଡି ସବୁବେଳେ ପ୍ରସ୍ତୁତ। ନିକଟରେ ଦେଶର କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯଦି "ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ଆଇନ ପ୍ରଣୟନ ହୁଏ ତାହେଲେ ସେହି ରାଜ୍ୟ କ୍ଷତି ସହିପାରନ୍ତି। ହେଲେ ବିଜେଡି ଲାଗି ସେପରି କୌଣସି ଅସୁବିଧା ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୦୪ ବର୍ଷ ପର ଠାରୁ ରାଜ୍ୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି ଅନୁଷ୍ଠିତ ହେଉଛି। ଦେଶରେ ଓଡ଼ିଶା ହେଉଛି ଏପରି ରାଜ୍ୟ ଯେଉଁଠି ୨୦ ବର୍ଷ ହେବ ଲୋକସଭା ଏବଂ ବିଧାନସଭା ଏକ ସମୟରେ ଅନୁଷ୍ଠିତ ହେଉଛି।


Also Read: Indian Politics: 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ' ପାଇଁ କମିଟି ଘୋଷିତ, ଜାଣନ୍ତୁ କିଏ କିଏ ଅଛନ୍ତି ସଦସ୍ୟ?


"ଗୋଟିଏ ଦେଶ, ଗୋଟିଏ ନିର୍ବାଚନ" ସପକ୍ଷରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ "ଗୋଟିଏ ଦେଶ, ଗୋଟିଏ ନିର୍ବାଚନ" ପ୍ରକ୍ରିୟାକୁ ସମର୍ଥନ କରିଛନ୍ତି। ଏହି ବିଲ୍ ସମର୍ଥନ ପଛରେ ଦିଆଯାଉଥିବା ସବୁଠାରୁ ବଡ ଯୁକ୍ତି ହେଉଛି ଯେ ନିର୍ବାଚନରେ ​​ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ସଞ୍ଚୟ କରାଯାଇ ପାରିବ। ଅନାବଶ୍ୟକ ଅର୍ଥ ଅପଚୟକୁ ଏଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର "ଗୋଟିଏ ଦେଶ, ଗୋଟିଏ ନିର୍ବାଚନ" ସମର୍ଥନରେ ଆସିଛନ୍ତି। ଏହାର ସପକ୍ଷରେ କୁହାଯାଇଛି ଯେ "ଗୋଟିଏ ଦେଶ, ଗୋଟିଏ ନିର୍ବାଚନ" ବିଲ୍ କାର୍ଯ୍ୟକାରୀ ହେବା ସହିତ ଦେଶରେ ପ୍ରତିବର୍ଷ ଆୟୋଜିତ ହୋଇଥିବା ନିର୍ବାଚନରେ ହେଉଥିବା ​​ବିପୁଳ ପରିମାଣର ଅର୍ଥ ବ୍ୟୟକୁ ରୋକାଯାଇ ପାରିବ। ଗତ ୨୦୧୪ ବର୍ଷରୁ କ୍ଷମତାସୀନ ହେବା ପର ଠାରୁ ପ୍ରଧାନମନ୍ତ୍ରୀ ମୋଦି ଏକକାଳୀନ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ଆୟୋଜନ କରିବା ସପକ୍ଷରେ ମତାମତ ରଖିଛନ୍ତି। ଯାହା ମଧ୍ୟରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ମଧ୍ୟ ଅନ୍ତର୍ଭୂକ୍ତ ରହିଛି।