RS MP who will Contest in 2024 LS Election 2024: ଆସନ୍ତାବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। ଏନେଇ ଦଳ ପକ୍ଷରୁ ପ୍ରତ୍ୟେକ ସ୍ତରରେ  ଆବଶ୍ୟକୀୟ ପ୍ରସ୍ତୁତି ଜାରି ରହିଛି। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତାହେଲେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ଦଳର ସମସ୍ତ ପୁରୁଖା ତଥା ଜଣାଶୁଣା ଚେହେରାଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରିବାକୁ ରଣନୀତି ପ୍ରସ୍ତୁତ କରୁଛି। ଏନେଇ ଦଳର ପ୍ରାୟ ୧୫-୨୦ ଜଣ ରାଜ୍ୟସଭା ସାଂସଦ ୨୦୨୪ ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ବିଭିନ୍ନ ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଏନେଇ ବିଜେପି ଦଳର ରାଜ୍ୟସଭା ସାଂସଦଙ୍କୁ ଆଗୁଆ ସଙ୍କେତ ଦେଇସାରିଛି। କିଏ କେଉଁ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ ସମ୍ପର୍କରେ ଦଳର ରାଜ୍ୟସଭା ସାଂସଦଙ୍କୁ ଜଣାଇ ଦେଇଛନ୍ତି ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ।


COMMERCIAL BREAK
SCROLL TO CONTINUE READING

ଆଗାମୀ ଲୋକସଭା ନିର୍ବାଚନରେ ​ଦଳୀୟ ପ୍ରାର୍ଥୀ ନିର୍ବାଚନ ଲଢିବାକୁ ଯାଉଛନ୍ତି ପ୍ରମୁଖ ବିଜେପି ଚେହେରା ହେଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ,  ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଦଳର ରାଜ୍ୟସଭା ସାଂସଦ ଡକ୍ଟର ଅନୀଲ ଜୈନ। ବିଜେପି ପକ୍ଷରୁ ପ୍ରସ୍ତୁତ ହୋଇଥିବା ରଣନୀତି ଅନୁସାରେ ଲୋକସଭା ନିର୍ବାଚନରେ ଦଳୀୟ ପୁରୁଖା ଚେହେରାଙ୍କୁ ଅବତୀର୍ଣ୍ଣ କରି କେବଳ ଆସନ ଦଖଲ କରାଯିବ ନାହିଁ। ବରଂ ଏହାର ଆଖପାଖରେ ରହିଥିବା ଅନ୍ୟ ସଂସଦୀୟ ଆସନ ଉପରେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ଅନୁଭୂତ ହେବ। ଯେଉଁଥିରୁ ଦଳ ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି।


ଏହି କାରଣରୁ ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ଦଳର ପୁରୁଖା ଚେହେରାଙ୍କୁ ଅବତୀର୍ଣ୍ଣ କରାଇବାକୁ ଯାଉଛି। ଏହା ପୂର୍ବରୁ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜେପି ଏପରି ପରୀକ୍ଷଣ କରିସାରିଛି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ବହୁ ମନ୍ତ୍ରୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯାହାର ସିଧାସଳଖ ଲାଭ ଦଳକୁ ମିଳିଥିଲା। ସେହି କ୍ରମରେ ବିଜେପି ଲୋକସଭା ନିର୍ବାଚନରେ ​​ମଧ୍ୟ ଏହି ରଣନୀତିକୁ ପୁନର୍ବାର କାର୍ଯ୍ୟକାରୀ କରିବାକୁ ଯାଉଛି।


ବିଜେପି ରାଜ୍ୟସଭା ସାଂସଦ ଯିଏ ଲଢିବେ ୨୦୨୪ ଲୋକସଭା ନିର୍ବାଚନ


  • ଧର୍ମେନ୍ଦ୍ର ପ୍ରଧାନ: ସମ୍ବଲପୁର ଲୋକସଭା ଆସନ ଓଡିଶା

  • ପୀୟୁଷ ଗୋୟଲ: ମୁମ୍ବାଇ ଦକ୍ଷିଣ କିମ୍ବା ମେରଠ ଲୋକସଭା ଆସନ ଉତ୍ତର ପ୍ରଦେଶ

  • ଡକ୍ଟର ଅନୀଲ ଜୈନ: ଫିରୋଜାବାଦ କିମ୍ବା ମେରଠ ଲୋକସଭା ଆସନ ଉତ୍ତର ପ୍ରଦେଶ 

  • ନିର୍ମଳା ସୀତାରମଣ-ଚେନ୍ନାଇ ଲୋକସଭା ଆସନ ତାମିଲନାଡୁ

  • ଭୂପେନ୍ଦ୍ର ଯାଦବ-ଅଲୱାର ଲୋକସଭା ଆସନ ରାଜସ୍ଥାନ

  • ଅରୁଣ ସିଂହ: ମଥୁରା କିମ୍ବା ଗାଜିଆବାଦ ଲୋକସଭା ଆସନ ଉତ୍ତର ପ୍ରଦେଶ

  • ହରଦୀପ ସିଂହ ପୁରୀ: ଅମୃତସର ଲୋକସଭା ଆସନ ପଞ୍ଜାବ

  • ଜିଭିଏଲ ନରସିଂମହା ରାଓ: ବିଜୟୱାଡା ଲୋକସଭା ଆସନ ଆନ୍ଧ୍ର ପ୍ରଦେଶ

  • ବିଏଲ ବର୍ମା: ବଦାୟୁଁ ଲୋକସଭା ଆସନ ଉତ୍ତର ପ୍ରଦେଶ

  • ସୁରେନ୍ଦ୍ର ସିଂହ ନାଗର: ଫରିଦାବାଦ ଲୋକସଭା ଆସନ ହରିୟାଣା

  • ନୀରଜ ଶେଖର: ବଲିଆ ଲୋକସଭା ଆସନ ଉତ୍ତର ପ୍ରଦେଶ

  • ଡକ୍ଟର ସୁଧାଂଶୁ ତ୍ରିବେଦୀ: କାନପୁର କିମ୍ବା ରାଏବରେଲି ଲୋକସଭା ଆସନ ଉତ୍ତର ପ୍ରଦେଶ

  • ମନସୁଖ ଭାଇ ମାଣ୍ଡଭିଆ-ଭାବନଗର ଲୋକସଭା ଆସନ ଗୁଜୁରାଟ

  • ରାଜୀବ ଚନ୍ଦ୍ରଶେଖର-ଉତ୍ତର ବେଙ୍ଗାଲୁରୁ ଲୋକସଭା ଆସନ କର୍ଣ୍ଣାଟକ କିମ୍ବା କେରଳର ଯେକୌଣସି ସଂସଦୀୟକ୍ଷେତ୍ର 

  • ସରୋଜ ପାଣ୍ଡେ-ଦୁର୍ଗ ଲୋକସଭା ଆସନ ଛତିଶଗଡ଼

  • ଭି ମୁରଲୀଧରନ୍-ତ୍ରିଭେନ୍ଦ୍ରମ୍ ଲୋକସଭା ଆସନ କେରଳ

  • ରାକେଶ ସିହ୍ନା-ବେଗୁସରାୟ ଲୋକସଭା ଆସନ ବିହାର

  • ଜ୍ୟୋତିରାଦିତ୍ୟ ସିନ୍ଦିଆ: ଗୁନା କିମ୍ବା ଗ୍ୱାଲିଅର୍ ଲୋକସଭା ଆସନ ମଧ୍ୟ ପ୍ରଦେଶ

  • ଏଲ.ମୁରୁଗାନ୍- ତାମିଲନାଡୁର ଯେକୌଣସି ଲୋକସଭା ଆସନ