ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜାମୁ କାଶ୍ମୀରରେ ଅବସ୍ଥିତ ବିଧାନସଭା ଆସନ ସୀମା ପୁନଃନିର୍ଦ୍ଧାରଣ ପରେ ଏଠାରେ ମୋଟ ନିର୍ବାଚନମଣ୍ଡଳୀ ସଂଖ୍ୟା ୯୦ ହେବାର ସମ୍ଭାବନା ରହିଛି। ପୂର୍ବରୁ ଏଠାକାର ମୋଟ ବିଧାନସଭା ଆସନ ସଂଖ୍ୟା ୮୭ ରହିଥିଲା। ଏହା ମଧ୍ୟରୁ ୪ ଆସନ ଲଦାଖ ଅଞ୍ଚଳରେ ଅବସ୍ଥିଥିଲା ଯାହା ବର୍ତ୍ତମାନ ଏକ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ ହୋଇସାରିଛି। କାଶ୍ମୀର ଉପତ୍ୟକାରେ ୪୭ ଏବଂ ଜାମୁ ଅଞ୍ଚଳରେ ୩୬ ସିଟ୍ ରହିଥିଲା।


COMMERCIAL BREAK
SCROLL TO CONTINUE READING

ସୀମା ପୁନଃନିର୍ଦ୍ଧାରଣ ପରେ ଜାମୁ ଅଞ୍ଚଳରେ ଅତି କମରେ ୬ଟି ନୂଆ ନିର୍ବାଚନମଣ୍ଡଳୀ ଯୋଡା ହେବା ସହ କାଶ୍ମୀର ଉପତ୍ୟକାରେ ୨ଟି ନୂତନ ଆସନ ସୃଷ୍ଟି ହେବ। ଏହା ସହିତ ଏଠାରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବର୍ଗ ପାଇଁ ଆସନ ସଂରକ୍ଷିତ ରହିବ ଯାହା ଏହି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଏକ ଭିନ୍ନ ରାଜନୈତିକ ଦୃଶ୍ୟପଟ ଉପସ୍ଥାପନ କରିବ। ଗତ ବିଧାନସଭରେ ୨୮ ପିଡିପି, ୨୫ ବିଜେପି, ୧୫ ନ୍ୟାସନାଲ କନଫରେନ୍ସ ଏବଂ ୧୨ କଂଗ୍ରେସ ବିଧାୟକ ରହିଥିଲେ।


Also Read: JK Assembly Poll: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ସୀମା ପୁନଃନିର୍ଦ୍ଧାରଣ ପରେ ବଢିବ ୭ ଆସନ


ଆସନ୍ତାବର୍ଷ ଅନୁଷ୍ଠିତ ହୋଇପାରେ କେନ୍ଦ୍ର ଶାସିତ ଅଞ୍ଚଳ ଜାମୁ କାଶ୍ମୀର ଅଞ୍ଚଳ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ଏଠାକାର ବିଭିନ୍ନ ରାଜନୈତିକ ସେମାନଙ୍କ ଦଳୀୟ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଠାରେ କିଛି ପୁରୁଣା ବିଧାନସଭା ଆସନର ପୁନଃର୍ଗଠନ ପାଇଁ ସୀମାନିର୍ଦ୍ଧାରଣ ଆୟୋଗ ଏହାର ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରିଛି। ଅବସରପ୍ରାପ୍ତ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ରଞ୍ଜନ ଦେଶାଇଙ୍କ ଏହି ଆୟୋଗ ନେତୃତ୍ୱ ନେଇଥିଲେ। ସୀମା ପୁନଃନିର୍ଦ୍ଧାରଣ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ ରହିଛି ବୋଲି କହିଛି ଆୟୋଗ। ଏହାକୁ ବର୍ତ୍ତମାନ ନ୍ୟାସନାଲ କନଫରେନ୍ସର ୩ ଲୋକସଭା ସଦସ୍ୟ ଫାରୁକ୍ ଅବଦୁଲ୍ଲା, ହସନୈନ ମସୁଦୀ, ଅକବର ଲୋନ ଏବଂ ବିଜେପିର ଜିତେନ୍ଦ୍ର ସିଂ ଏବଂ ଯୁଗଳ କିଶୋର ଶର୍ମାଙ୍କ ସହ ସହଭାଗୀ ସଦସ୍ୟଙ୍କ ସହ ବିତରଣ କରାଯିବ। ଆସନ୍ତା ମାର୍ଚ୍ଚ ପରେ ଶେଷ ହେବାକୁ ଥିବା  ସୀମା ପୁନଃନିର୍ଦ୍ଧାରଣ ସମୟ ଅବଧି ଆଉ ଅଧିକ ବୃଦ୍ଧି ହେବ ନାହିଁ ବୋଲି ଆୟୋଗ ପୂର୍ବରୁ କହିସାରିଛି। 


ବିଧାନସଭା ନିର୍ବାଚନ ପାଇଁ ରାସ୍ତା ପରିଷ୍କାର ହେବା ପରେ ଜାମୁ କାଶ୍ମୀର ରାଜନୀତିରେ ସକ୍ରିୟ ଥିବା ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କ ସହ ସାର୍ବଜନୀନ ସମ୍ପର୍କ ରଖିବା କାର୍ଯ୍ୟ ଆରହମ୍ଭ କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନା ନାହିଁ ତାହା ନିର୍ବାଚନୀ ଫଳାଫଳାର ସ୍ପଷ୍ଟ ହେବ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କାଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ପକ୍ଷରୁ କୁହାଯାଇଛି ଏଥର କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ। ଯଦିଓ ଏହି ନିର୍ବାଚନରେ ତାଙ୍କ ଦଳ ବାଜିମାତ କରିବା ବୋଲି କହୁଛନ୍ତି ସେମାନେ। 


Also Read: PM JK Meeting: ସ୍ୱତନ୍ତ୍ର Legislature ସ୍ଥାପନ ପାଇଁ ଦାବି ଜଣାଇଲେ Ladakh MP


ଆଗାମୀ ଜାମୁ କାଶ୍ମୀର ବିଧାନସଭା ନିର୍ବାଚନକୁ ନେଇ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ତୃମମୂଳ ସ୍ତରର ବାସ୍ତବତା ଉପରେ ଧ୍ୟାନ ଦେଉଛନ୍ତି। ଏଭଳି ପରିସ୍ଥିତିରେ ୨୦୧୪ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଦଳର ଅଧିକାଂଶ ନେତା ଆଗାମୀ ନିର୍ବାଚନରେ ​​ଟିକେଟ୍ ପାଇବାରୁ ବଞ୍ଚିତ ତାହେଲେ ଏଥିରେ ଆଶ୍ଚର୍ଯ୍ୟ ହେବା ଭଳି କୌଣସି କଥା ନାହିଁ। ଏନେଇ ଦଳ ପକ୍ଷରୁ କୁହାଯାଇଛି ସ୍ଥାନୀୟ ନେତୃତ୍ୱରେ ଏଭଳି ଅନେକ ଉଦୀୟମାନ ଚେହେରା ଅଛନ୍ତି ଯେଉଁମାନଙ୍କୁ ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ​​ସ୍ଥାନ ଦେବାକୁ ନିଷ୍ପତ୍ତି ନିଆଯାଇଛି।