PM JK Meeting: ସ୍ୱତନ୍ତ୍ର Legislature ସ୍ଥାପନ ପାଇଁ ଦାବି ଜଣାଇଲେ Ladakh MP
Advertisement
Article Detail0/zeeodisha/odisha927694

PM JK Meeting: ସ୍ୱତନ୍ତ୍ର Legislature ସ୍ଥାପନ ପାଇଁ ଦାବି ଜଣାଇଲେ Ladakh MP

ପିଏମ ମୋଦିଙ୍କ ଏହି ବୈଠକ ପୂର୍ବରୁ ଗତ ବୁଧବାର ଏକ ଦାବି ଉପସ୍ଥାପନ କରିଛନ୍ତି ଲଦାଖ ସାଂସଦ ଜାମୟାଙ୍ଗ ସେରିଂ ନାମଗ୍ୟାଲ। 

PM JK Meeting: ସ୍ୱତନ୍ତ୍ର Legislature ସ୍ଥାପନ ପାଇଁ ଦାବି ଜଣାଇଲେ Ladakh MP

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ରତା ପ୍ରଦାନ କରୁଥିବା ୩୭୦ ଧାରା ହଟାଯିବ ପରେ ସେହି ରାଜ୍ୟର ବିଭିନ୍ନ ପ୍ରସଙ୍ଗ ବାବଦରେ ଚର୍ଚ୍ଚା କରିବା ଲାଗି ସେଠାକାର ରାଜନୈତିକ ଦଳର ନେତା ଏବଂ ଗୁପକାର ଆଲାଏନ୍ସ,,ସହ ଜାରି ରହିଛି ଆଲୋଚନା। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଠାରେ ଆୟୋଜିତ ହୋଇଯାଇଛି ଏକ ବୈଠକ।

ଗୁରୁବାର ଆୟୋଜିତ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ (PM Modi) ସମେତ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହ (Amit Shah), ଜମ୍ମୁ କାଶ୍ମୀର ଉପରାଜ୍ୟପାଳ (Jammu Kashmir Liutant Governor) ମନୋଜ ସିହ୍ନା (Manoj Sinha), ଉଦ୍ଧାମପୁର ଲୋକସଭା ସାଂସଦ (Udhampur LokSabha Constituency) ତଥା କେନ୍ଦ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ (Dr.Jitendra Singh), ଜାତୀୟ ସୁରକ୍ଷା ପରାମର୍ଶଦାତା (National Security Advisor) ଏନଏସଏ ଅଜିତ ଡୋଭାଲ (NSA Ajit Doval), ଜାମ୍ମୁ କାଶ୍ମୀର ବିଜେପି ସଭାପତି (JK BJP President) ରବୀନ୍ଦ୍ର ରୈନା (Ravinder Raina), ପୂର୍ବତନ ମୁଖ୍ୟମନ୍ତ୍ରୀ (Former JK Chief Minister) ତଥା ବରିଷ୍ଠ କଂଗ୍ରେସ ନେତା (Senior Congress Leader) ଗୁଲାମ ନବୀ ଆଜାଦ (Ghulam Nabi Azad), ଏନସି ମୁଖ୍ୟ (NC Chief) ଫାରୁକ ଅବଦୁଲ୍ଲା (Farooq Abdullah) ଏବଂ ତାଙ୍କ ପୁଅ ଓମାର ଅବଦୁଲ୍ଲା (Omar Abdullah), ପିଡିପି ମୁଖ୍ୟ (PDP Chief) ମେହବୁବା ମୁଫତିଙ୍କ (Mehbooba Mufti) ସମେତ ରାଜ୍ୟର ଅନ୍ୟାନ୍ୟ ରାଜନୈତିକ ଦଳର ନେତା ଏହି ବୈଠକରେ ଯୋଗ ଦେଇଛନ୍ତି।     

Also Read: ଗୁପକାର ଗ୍ୟାଙ୍ଗ ଗୁପ୍ତ ଷଡଯନ୍ତ୍ରରେ ବର୍ବାଦ ହୋଇଯିବ କଂଗ୍ରେସ: କେନ୍ଦ୍ରମନ୍ତ୍ରୀ

ପିଏମ ମୋଦିଙ୍କ ଏହି ବୈଠକ ପୂର୍ବରୁ ଗତ ବୁଧବାର ଏକ ଦାବି ଉପସ୍ଥାପନ କରିଛନ୍ତି ଲଦାଖ ସାଂସଦ (Ladakh MP) ଜାମୟାଙ୍ଗ ସେରିଂ ନାମଗ୍ୟାଲ (Jamyang Tsering Namgyal)। ଏହି କେନ୍ଦ୍ର ଶାସିତ ଅଞ୍ଚଳ (Ladakh Union Territory) ଲାଗି ଏକ ସ୍ୱତନ୍ତ୍ର ବିଧାନସଭା (Separate Legislature) ଗଠନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ସେ। ଗତ ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ୩୭୦ ଧାରାକୁ ହଟାଯିବ ସହ ଲଦାଖ ଏବଂ ଜମ୍ମୁ କାଶ୍ମୀର ନାମରେ ଦୁଇଟି ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ (Jammu & Kashmir Union Territory) ଗଠନ କରାଯାଇଥିଲା। 

ପିଏମ ମୋଦିଙ୍କ ବୈଠକରେ ଯୋଗଦାନ କରିବାକୁ ନେଇ ଗୁପକାର ଆଲାଏନ୍ସକୁ (Gupkar Alliance) ଟାର୍ଗେଟ କରିଛନ୍ତି ଲଦାଖ ସାଂସଦ। ଏନେଇ ଟ୍ୱିଟ କରି ସେ କହିଛନ୍ତି ଲଦାଖର ଲୋକଙ୍କ ପକ୍ଷ ରଖିବା ଲାଗି ଏହି ଗୋଷ୍ଠୀର କୌଣସି ଅଧିକାର ନାହିଁ। କାରଣ ସେମାନେ ଆମର ପ୍ରଶାସନ ନୁହଁନ୍ତି। 

Also Read: J&K DDC ନିର୍ବାଚନ: କାଶ୍ମୀରରେ ଦମ୍ ଦେଖାଇଲା ଗୁପକାର, ଜମ୍ମୁରେ ଜିତିଲା ବିଜେପି, ଜାଣନ୍ତୁ ଅନ୍ତିମ ଫଳାଫଳ

ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଥିବା ବୈଠକରେ ଜାମ୍ମୁ କାଶ୍ମୀରରରେ ରହିଥିବା ବିଧାନସଭା ଆସନର ପୁନଃ ସୀମା ନିର୍ଦ୍ଧାରଣ ସମେତ ବିକାଶ ପ୍ରସଙ୍ଗରେ ଉପରେ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି। ଏହି ରାଜ୍ୟକୁ ସ୍ୱତନ୍ତ୍ରତା ପ୍ରଦାନ କରୁଥିବା ୩୭୦ ଧାରା ହଟାଯିବା ପର ଏଠାରେ କାର୍ଯ୍ୟ କରୁଥିବା ବିଧାନସଭା ନିଷ୍କ୍ରିୟ ହୋଇଯାଇଠି। ଗତ ୨୦୧୮ ନଭେମ୍ବରରେ ଏହାର କାର୍ଯ୍ୟକାଳ ଶେଷ ହୋଇସାରିଛି। 

ବିଧାନସଭା ଗଠନ ଲାଗି କରାଯାଉଥିବା ଦାବି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବତନ ଲଦାଖ ସାଂସଦ (Former Ladakh MP) ଥୁପସ୍ତାନ ଛେୱାଙ୍ଗ (Thupstan Chhewang) କହିଛନ୍ତି ସ୍ଥନୀାୟ ଅଞ୍ଚଳର ଜମି, ଚାକିରି, ସଂସ୍କୃତି, ଭାଷା ଏବଂ ପରିବେଶ ସମ୍ବନ୍ଧୀୟ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ଦାବି କରୁଛୁ। କାରଣ ସ୍ୱତନ୍ତ୍ର ବିଧାନସଭା ସ୍ଥାପନ କରାଗଲେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ଆବଶ୍ୟକୀୟ ଆଇନ ପ୍ରଣୟନ କରାଯିବ ସହ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରା ଯାଇପାରିବ।  

Also Read: PM Modi ଙ୍କ ସହ ବୈଠକ ପୂର୍ବରୁ ମେହବୁବାଙ୍କ ଜାଗିଲା ପାକିସ୍ତାନ ପ୍ରେମ! ରଖିଲେ ଏହି ପ୍ରସ୍ତାବ

ଗତ ମଙ୍ଗଳବାର ଥିକସେ (Thicksey) ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଛେୱାଙ୍ଗଙ୍କ ସମେତ ବର୍ତ୍ତମାନର ସାଂସଦ ଜାମୟାଙ୍ଗ ସେରିଂ ନାମଗ୍ୟାଲ ଏବଂ ଲାଦଖ ଅଟୋନୋମସ ହିଲ୍ ଡେଭଲପମେଣ୍ଟ କାଉନସିଲ-ଏଲଏଏଚଡିସି (Ladakh Autonomous Hill Development Council-LAHDC) କାର୍ଯ୍ୟକାରୀ ସଭାପତି ଥ୍ୟାସି ଗ୍ୟାଲସନ (Tashi Gyalson) ପ୍ରମୁଖ ଯୋଗ ଦେଇଥିଲେ। ଗଣାମାଧ୍ୟମରେ ପ୍ରତିକ୍ରିୟା ରଖି ଛେୱାଙ୍ଗ କହିଛନ୍ତି ଯଦିଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ମିଳିଛି ହେଲେ ଏଠାକାର ଲୋକଙ୍କ ବିକାଶ ପାଇଁ ଆମେ ବିଧାନସଭା ସ୍ଥାପନ କରିବାକୁ ଦାବି କରୁଛି।

Also Read: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକାଶ୍ମୀରର ଚିତ୍ର

ଏ ପ୍ରସଙ୍ଗରେ ଦିଲ୍ଲୀ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଦୁଇ ଥର ଆଲୋଚନା ହୋଇଥିବା କହିଛନ୍ତି ପୂର୍ବତନ ସାଂସଦ ଛେୱାଙ୍ଗ। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ (Minister of State for Home) ଜି.କିଷାନ ରେଡ୍ଡୀଙ୍କ (G.Kishan Reddy) ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି।