JK Assembly Poll: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ସୀମା ପୁନଃନିର୍ଦ୍ଧାରଣ ପରେ ବଢିବ ୭ ଆସନ
Advertisement
Article Detail0/zeeodisha/odisha939209

JK Assembly Poll: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ସୀମା ପୁନଃନିର୍ଦ୍ଧାରଣ ପରେ ବଢିବ ୭ ଆସନ

ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ ଜାମୁ ଅଞ୍ଚଳରେ ୭ଟି ନୂଆ ବିଧାନସଭା ଆସନ ସୃଷ୍ଟି ହେବ ଏବଂ ଜିଲ୍ଲା ସଂଖ୍ୟା ୨୦କୁ ବୃଦ୍ଧି ପାଇବ। 

JK Assembly Poll: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ସୀମା ପୁନଃନିର୍ଦ୍ଧାରଣ ପରେ ବଢିବ ୭ ଆସନ

ଶ୍ରୀନଗର: ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ଜାମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ଆସନ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା। ଏହି ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ବର୍ଷ ସେଠାରେ ନିର୍ବାଚନ ଅନୁଷ୍ଠିତ କରାଯିବ। ବିଧାନସଭା ଆସନ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା ଏଠାରେ ନୂଆ ୭ଟି ବିଧାନସଭା ଆସନ ସୃଷ୍ଟି ହେବ।  

ଏନେଇ ପ୍ରତିକ୍ରିୟା ରଖି ସୀମା ପୁନଃନିର୍ଦ୍ଧାରଣ ଆୟୋଗ (Delimitation Commission) ଅଧ୍ୟକ୍ଷ ରଞ୍ଜନା ପ୍ରକାଶ ଦେସାଇ କହିଛନ୍ତି ରାଜ୍ୟରେ ପୂର୍ବରୁ ୧୨ ଜିଲ୍ଲା ରହିଥିବା ବେଳେ ଏବେ ଏହି ସଂଖ୍ୟା ୨୦କୁ ବୃଦ୍ଧିପାଇବ। ବିଧାନସଭା ଆସନ ସୀମା ପୁନଃନିର୍ଦ୍ଧାରଣକୁ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ ନେଇ ଆୟୋଗ ଜାମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ୨୯୦ ରୁ ଅଧିକ ରାଜନୈତିକ ଦଳ ଏବଂ ବିଭିନ୍ନ ସଙ୍ଗଠନ ସହ ଆଲୋଚନା କରିଥିଲେ। ସମସ୍ତ ପକ୍ଷ ଏହି କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ଅଛନ୍ତି। କେତକ ଦଳ ରାଜନୈତିକ ସଂରକ୍ଷଣ ଲାଗୁ କରିବାକୁ ଦାବି କରିଛନ୍ତି।  

Also Read: PM JK Meeting: ସ୍ୱତନ୍ତ୍ର Legislature ସ୍ଥାପନ ପାଇଁ ଦାବି ଜଣାଇଲେ Ladakh MP

ସମସ୍ତ ରାଜନୈତିକ ଦଳ ଏବଂ ସଙ୍ଗଠନ ସହ ଆଲୋଚନା କରିବା ପରେ ବିଧାନସଭା ଆସନ ସୀମା ପୁନଃନିର୍ଦ୍ଧାରଣ ସମ୍ପର୍କିତ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯିବ। ଯାହାକୁ ପରେ ସର୍ବଜନୀନ କରାଯିବ। ଶେଷରେ ଡୂଡାନ୍ତ ଡ୍ରାଫ୍ଟ ପ୍ରସ୍ତୁତ କରାଯିବ। ଗତ ୨୦୧୧ ଜନଗଣନା ଅନୁସାରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜାମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ରହିଥିବା ନିର୍ବାଚନମଣ୍ଡଳୀର ଭୌଗୋଳିକ ସୀମା ପୁନନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି ଆୟୋଗ ଅଧ୍ୟକ୍ଷ।   

ଏହି କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦେବା ଲାଗି ସୀମା ପୁନଃନିର୍ଦ୍ଧାରଣ ଆୟୋଗ  ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାବି କରିଛନ୍ତି। ଏନେଇ ଆୟୋଗ ପକ୍ଷରୁ କୁହାଯାଇଛି ଯଦି କୌଣସି ବ୍ୟକ୍ତି, ରାଜନୈତିକ ଦଳ କିମ୍ବା ସଙ୍ଗଠନ ପକ୍ଷରୁ ବିଧାନସଭା ନିର୍ବାଚନମଣ୍ଡଳୀର ସୀମା ପୁନନିର୍ଦ୍ଧାରଣ କରିବାକୁ ନେଇ ଯଦି କୌଣସି ଅଭିଯୋଗ ଥାଏ କିମ୍ବା ଏ ସମ୍ପର୍କିତ କୌଣସି ପରାମର୍ଶ ଦେବାକୁ ଚାହିଁଥାନ୍ତି ତାହାଲେ ସେ  ନୋଡାଲ ଅଫିସରଙ୍କୁ ଭେଟି ଏ ବାବଦରେ ଜଣାଇପାରିବେ।    

Also Read: J&K DDC ନିର୍ବାଚନ: କାଶ୍ମୀରରେ ଦମ୍ ଦେଖାଇଲା ଗୁପକାର, ଜମ୍ମୁରେ ଜିତିଲା ବିଜେପି, ଜାଣନ୍ତୁ ଅନ୍ତିମ ଫଳାଫଳ

ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ ଜାମୁ ଅଞ୍ଚଳରେ ୭ଟି ନୂଆ ବିଧାନସଭା ଆସନ ସୃଷ୍ଟି ହେବ ଏବଂ ଜିଲ୍ଲା ସଂଖ୍ୟା ୨୦କୁ ବୃଦ୍ଧି ପାଇବ। ବର୍ତ୍ତମାନ ଏଠାରେ ୧୨ଟି ଜିଲ୍ଲା ରହିଛି। ସେହିପରି ତହସିଲ ସଂଖ୍ୟା ୫୮ରୁ ବୃଦ୍ଧି ପାଇ ୨୭୦ ହେବ। ସର୍ବପ୍ରଥମେ ଗତ ୧୯୮୧ ମସିହାରେ ସୀମା ପୁନଃନିର୍ଦ୍ଧାରଣ ଆୟୋଗ ଗଠନ କରାଯାଇଥିଲା। ଏହାର ୧୪ ବର୍ଷ ପରେ ଅର୍ଥାତ ୧୯୯୫ ମସିହାରେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥିଲା। ଏହା ପରେ ଏଠାରେ ଏଠାରେ କୌଣସି ସ୍ଥାନ କିମ୍ବା ନିର୍ବାଚନମଣ୍ଡଳୀର ସୀମା ପୁନନିର୍ଦ୍ଧାରଣ ହୋଇନଥିଲା।  

ପୂର୍ବରୁ ଜାମୁ କାଶ୍ମୀରକୁ ସ୍ୱତନ୍ତ୍ରତା ପ୍ରଦାନ କରୁଥିବା ୩୭୦ ଧାରା ହଟାଯିବା ପରେ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଯାହା ଫଳରେ ଏଠାରେ କାର୍ଯ୍ୟ କରୁଥିବା ବିଧାନସଭା ଏବେ ନିଷ୍କ୍ରିୟ ହୋଇପଡିଛି। ଏହି ରାଜ୍ୟରେ ମୋଟ ୮୭ଟି ବିଧାନସଭା ଆସନ ରହିଥିଲା। ଏହା ସହିତ ୨ ଜଣ ସଦସ୍ୟ ରାଜ୍ୟ ବିଧାନସଭାକୁ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି। ଅନ୍ୟପଟେ ୨୪ଟି ଆସନ ପାକିସ୍ତାନ ଅଧିକୃତ କାଶ୍ମୀର ଲାଗି ସଂରକ୍ଷିତ ରହିଛି। ପୂର୍ବରୁ ଜାମୁ ଅଞ୍ଚଳରେ ୩୭ ଏବଂ କାଶ୍ମୀର ଉପତ୍ୟାକାରେ ୪୪ ଆସନ ରହିଥିଲା। ଅନ୍ୟପଟେ ୪ଟି ବିଧାନସଭା ଆସନ ଲଦାଖ ଅଞ୍ଚଳରେ ଅବସ୍ଥିତ ଥିଲା। 

Also Read: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକାଶ୍ମୀରର ଚିତ୍ର

ହେଲେ ବର୍ତ୍ତମାନ ଚାଲିଥିବା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା ଜାମୁ ଅଞ୍ଚଳରେ ବିଧାନସଭା ଆସନ ସଂଖ୍ୟା ୩୭ରୁ ୪୪କୁ ବୃଦ୍ଧି ପାଇବ। ଅନ୍ୟପଟେ ପିଓକେ ଅଞ୍ଚଳର ୨୪ ଏବଂ କାଶ୍ମୀର ଉପତ୍ୟାକାର ୪୪ ଆସନକୁ ମିଶାଇଲେ ଜାମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ବିଧାନସଭା ଆସନ ସଂଖ୍ୟା ୧୧୪ ହେବ।