JDU Leader RCP Singh: କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫ ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜେଡିୟୁ ନେତା ଆରସିପି ସିଂହ। ଏନେଇ ସେ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁଗ୍ରହରେ କେନ୍ଦ୍ରମନ୍ତ୍ରୀ ଥିଲି। ମୁଁ ୨୦୧୦ ବର୍ଷ ଠାରୁ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରି ଆସୁଥିଲି। ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ରହିଥିବା ଅସନ୍ତୋଷ ଉପରେ ମତ ରଖି ସେ କହିଛନ୍ତି ଯେ ମୁଁ କାହା ଉପରେ ଅସନ୍ତୁଷ୍ଟ ନାହିଁ। ଦଳ (ଜେଡିୟୁ) ଗଠନରେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଜେଡିୟୁ ନେତା ଆରସିପି ସିଂହ କହିଛନ୍ତି ସେ ଗତ ୨୦୧୦ ବର୍ଷରୁ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରି ଆସୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁଗ୍ରହରେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି। ସେ ବିଶ୍ୱାସ କରନ୍ତି ଯେ ବିହାରର ସମସ୍ତ ଯୁବ ବନ୍ଧୁଙ୍କୁ ଭଲ ନେତୃତ୍ୱ ପ୍ରଦାନ କରାଯିବା ଆବଶ୍ୟକ। ଜୁଲାଇ ୬ ତାରିଖ ବୁଧବାର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡିୟୁ ନେତା ଆରସିପି ସିଂହ। ଆସନ୍ତାକାଲି ଅର୍ଥାତ ଜୁଲାଇ ୭ ତାରିଖରେ ତାଙ୍କର ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ଶେଷ ହୋଇଛି। 


ମଙ୍ଗଳବାର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଆରସିପି ସିଂହଙ୍କୁ ପ୍ରଶଂସା କରିଥିଲେ। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ତଥା ଲୋକଙ୍କ ସେବା ପାଇଁ ତାଙ୍କର କାର୍ଯ୍ୟ ପ୍ରଶଂସନୀୟ। 


ଲାଇ ୬ ତାରିଖ ବୁଧବାର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜେଡିୟୁ ନେତା ଆରସିପି ସିଂହ। ଆସନ୍ତାକାଲି ଅର୍ଥାତ ଜୁଲାଇ ୭ ତାରିଖରେ ତାଙ୍କର ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ଶେଷ ହେଉଛି। ଜେଡିୟୁ କୋଟାରୁ ଆରସିପି ସିଂହ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃାଧିନ ଏନଡିଏ ସରକାରରେ ମନ୍ତ୍ରୀ ଥିଲେ। ନୀତୀଶ କୁମାରଙ୍କ ଦଳ ଜେଡିୟୁ ତାଙ୍କୁ ପରବର୍ତ୍ତୀ କାର୍ଯ୍ୟକାଳ ଦେଇନାହିଁ।


Also Read: Union Minister RCP Singh: କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆରସିପି ସିଂହ